ମଦ ବନ୍ଦ ପାଇଁ ମହିଳାଙ୍କ ସଙ୍କଳ୍ପ:ଥାନା, ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

କୁନ୍ଦୁରା,୧୨ା୧୦(ଡି.ଏନ୍‌.ଏ.)କୋରାପୁଟ ଜିଲା କୁନ୍ଦୁରା ଅଧୀନସ୍ଥ ନବଗଠିତ ପଖନାଗୁଡ଼ା ପଞ୍ଚାୟତର ତ୍ରିନାଥ ମନ୍ଦିରରେ ୫ ଶହରୁ ଊର୍ଦ୍ଧ୍ୱ ମହିଳା ଦେଶୀ ମଦ ତିଆରି ଏବଂ ବିକ୍ରି ବନ୍ଦ କରିବା ପାଇଁ ଶନିବାର ଶପଥ ନେଇଛନ୍ତି। ଦୀର୍ଘ ୩୦/୪୦ ବର୍ଷ ହେଲାଣି ଏଠାରେ ଅବାଧ ମଦ କାରବାର ହେଉଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ବୁଝାଶୁଝା କରାଯାଇଥିଲେ ମଧ୍ୟ ମଦ ବେପାରୀ ଗ୍ରାମବାସୀଙ୍କୁ ଖାତିର କରୁନାହାନ୍ତି। ତେଣୁ ମହିଳାମାନେ ଏକତ୍ରିତ ହୋଇ ମଦ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ପଖନାଗୁଡ଼ା ସରପଞ୍ଚଙ୍କ କହିବାନୁଯାୟୀ ମଦ ବନ୍ଦ ପାଇଁ ଶନିବାର ବୈଠକ କରିବାକୁ କୁନ୍ଦୁରା ଥାନାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଏକ ଜରୁରୀ ବୈଠକରେ ଯୋଗ ଦେଉଥିବା ଯୋଗୁ ଅନୁପସ୍ଥିତ ରହିଥିଲେ। ମଦ ବନ୍ଦ କରିବା ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଯେଉଁ ବ୍ୟକ୍ତିମାନେ ବେଖାତିର କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟହେବୁ ବୋଲି ମହିଳାମାନେ ବୈଠକରେ ଚରମବାଣୀ ଶୁଣାଇଛନ୍ତି ା ମହିଳାଙ୍କ କହିବା ମୁତାବକ ୩୦/୪୦ ବର୍ଷ ହେଲା ଦେଶୀ ମଦ ତିଆରି ଏବଂ ବିକ୍ରି ଯୋଗୁ ଘରେ ଘରେ ପ୍ରତିଦିନ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଛି ା ବିଭିନ୍ନ ସମୟରେ ସ୍ବାମୀ ମଦ ପିଇ ଗଣ୍ଡଗୋଳ କରୁଥିବା ସହ ଘର ଜିନିଷ ବିକି ମଦ ପିଉଛନ୍ତି। ପଖନାଗୁଡ଼ା ନିକଟବର୍ତ୍ତୀ ଟଭାପଦର, ଘାଡଙ୍ଗାଗୁଡ଼ା, ମାଙ୍କିଡିଗୁଡ଼ା ଅଞ୍ଚଳ ଦେଶୀମଦର ଭୂସ୍ବର୍ଗ ପାଲଟି ଥିବାବେଳେ ଅବକାରୀ ବିଭାଗ ଏହାକୁ ଦେଖି ଚୁପ୍‌ ରହିଥିବା ମହିଳାମାନେ କହିଛନ୍ତି ା ଅବକାରୀ ସଚିବ, ଜିଲାପାଳ, ଉପଜିଲାପାଳ, ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯିବ ବୋଲି ସେମାନେ କହିଛନ୍ତି। ଏସବୁ ସତ୍ତ୍ୱେ ମଦ ବିକ୍ରି ହେଲେ, କୁନ୍ଦୁରା ଥାନା ଓ ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ସେମାନେ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri