ମଣ୍ଡିରେ ପଡିଛି ୩ ହଜାର ବସ୍ତା ଧାନ

ମନମୁଣ୍ଡା, ୧୭।୬ (ଡି.ଏନ.ଏ)    ବୌଦ୍ଧ ଜିଲା ମନମୁଣ୍ଡା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ଏଠାରେ ୩ ହଜାର ବସ୍ତା ଧାନ ପଡି ରହିଛି । କାଳବୈଶାଖୀ ବର୍ଷା ଭୟ ରହୁଥିବାରୁ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି ।
କିଛି ଦିନ ତଳେ ଶିମିଳିପଦର ମଣ୍ଡିରେ ୧୦୦୦ ବସ୍ତା ଧାନ ପଡିରହିଥିଲା। ମିଲର୍ସ ଆସିବାରେ ବିଳମ୍ବ କରିବାରୁ କାଳବୈଶାଖୀ ବର୍ଷାରେ ଧାନ ଓଦା ହୋଇଯାଇଥିଲା । ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମିଲର୍ସ ଓ ପ୍ରଶାସନ ତତ୍ପରତା ଦେଖାଇ ମଣ୍ଡିରୁ ଧାନ ଉଠାଇଥିଲେ । ସେହିପରି ଯୋଗୀନ୍ଦ୍ରପୁର ମଣ୍ଡିରେ ମଧ୍ୟ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ସେଠାରେ ମଧ୍ୟ ହଜାରେରୁ ଊର୍ଦ୍ଧ୍ୱ ଧାନ ବସ୍ତା ପଡିରହିଥିଲା ଏବଂ ଚାଷୀମାନେ ଖରା ବର୍ଷାରେ ୫ଦିନ ଧାନକୁ ଜଗି ରହିଥିଲେ । ସେଠାରେ ମଧ୍ୟ ବର୍ଷାରେ ଧାନକୁ କ୍ଷତି ପହଞ୍ଚତ୍ଥିଲା । ଏ ନେଇ ଖବର ପ୍ରକାଶ ପାଇଥିଲା । ଏହାପରେ ମିଲର୍ସ ରବିବାର ଆସି ସବୁତକ ଧାନ ଉଠାଇ ଥିବା ସମ୍ପାଦକ ସର୍ବେଶ୍ୱର ହୋତା କହିଛନ୍ତି । ସେହିପରି ସମାନ ଅବସ୍ଥା ମନମୁଣ୍ଡା ମଣ୍ଡିରେ ଦେଖିବାକୁ ମିଳିଛି । ଏଠାରେ ୫ରୁ ୬ ଦିନ ହେବ ହଜାର ହଜାର ବସ୍ତା ଧାନ ପଡି ରହିଛି । ଶନିବାର ୩ଟି ଟ୍ରକରେ ଏଠାରୁ ଧାନ ଉଠାଯାଇଛି । ତଥାପି ସୁବାଷ ମହାଲିକଙ୍କ ୧୭୦ ବସ୍ତା ଧାନ ପଡିଥିବାବେଳେ କ୍ଷେତ୍ରବାସୀ ତରିଆଙ୍କ ୧୧୨, ସୁରେଶ ମେହେରଙ୍କ ୧୭୫, ଗୋବର୍ଦ୍ଧନ ସାହୁଙ୍କ ୧୧୫, ଗୋଲେଖ ମହାକୁଡଙ୍କ ୧୬୦, ବେଗୁ ସାହୁଙ୍କ ୧୩୦, ଶତପଥି ସାହୁଙ୍କ ୧୦୫, ଅଭିମନ୍ୟୁ ପ୍ରଧାନଙ୍କ ୧୬୫, ପଞ୍ଚାନନ ମେହେରଙ୍କ ୧୭୩, ଜାଲ ସେନପତିଙ୍କ ୧୬୦, ରଘୁନାଥଙ୍କ ୧୧୦, ସୁବର୍ଣ୍ଣ ପ୍ରଧାନଙ୍କ ୧୬୭ ବସ୍ତା ଧାନ ପଡିରହିଛି । ସେହିପରି ବ୍ୟାସଦେବ ପ୍ରଧାନଙ୍କ ୧୭୮, ବଳଦେବ ପ୍ରଧାନଙ୍କ ୧୪୦, ପାଣ୍ଡବ ମହଲାଙ୍କ ୧୩୦, ତପନ କର୍ମୀଙ୍କ ୧୬୬, ସୁଧୀର ମହାଲିକଙ୍କ ୧୮୦, ସୁଶୀଲ ମହାଲିକଙ୍କ ୧୮୩, ମିଲନ ସାହୁଙ୍କ ୧୭୩, ରୀନା ତରିଆଙ୍କ ୧୬୯ ଏବଂ ଭାଗ୍ୟଧର ସାହୁଙ୍କ ୧୬୩ ଏପରି ୩୨୨୪ ବସ୍ତା ଧାନ ଅଦ୍ୟାବଧି ମଣ୍ଡିରେ ପଡିରହିଥିବା ଡିଇଓ ରୋହିତ ପ୍ରଧାନଙ୍କଠାରୁ ଜାଣିବାକୁ ମିଳିଛି। ଚାଷୀମାନେ ମଣ୍ଡିରେ ଧାନକୁ ଜଗି ରହିଛନ୍ତି । ଗତ ୨ରୁ ୩ ଦିନ ହେଲା ରାତ୍ରିରେ ବର୍ଷା ହୋଇଥିଲା ବେଳେ ଆକାଶରେ କଳା ବାଦଲ ଘୁରିବୁଲୁଛି । ଫଳରେ କେତେକ ଚାଷୀ ନିଜ ଧାନକୁ ତାରପୋଲିନ ଢ଼ାଙ୍କିଥିବା ବେଳେ ଆଉ କେତେଙ୍କ ପାଖରେ ନ ଥିବାରୁ ବହୁତ ଗୁଲଗୁଲା ହେଉଛନ୍ତି। ଆଉ କେତେକଙ୍କ ଧାନବସ୍ତା ଖୋଲା ଆକାଶ ତଳେ ପଡିରହିଛି । ଶୀଘ୍ର ମଣ୍ଡିରୁ ଧାନ ନ ଉଠିଲେ ଚାଷୀମାନେ କ୍ଷତି ସହିବା ସମ୍ଭାବନା ରହିଛି । ପ୍ରଶାସନ ଏଥିପ୍ରତି ତତ୍ପରତା ଦେଖାଇବାକୁ ଦାବି ହୋଇଛି । ଯୋଗୀନ୍ଦ୍ରପୁର ଏବଂ ମନମୁଣ୍ଡା ଉଭୟ ପ୍ୟାକ୍ସ ଦାୟିତ୍ୱରେ ଥିବା ସମ୍ପାଦକ ସର୍ବେଶ୍ୱର ହୋତା ତୁରନ୍ତ ଧାନ ଉଠାଇବାକୁ ମିଲର୍ସମାନଙ୍କୁ ଅନୁରୋଧ କରିଛନ୍ତି। ସୋମବାର ମିଲର୍ସ ସବୁ ଧାନ ଉଠାଇବେ ବୋଲି ସମ୍ପାଦକ ହୋତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri