ମଣ୍ଡିରେ ପଡିଛି ୩ ହଜାର ବସ୍ତା ଧାନ

ମନମୁଣ୍ଡା, ୧୭।୬ (ଡି.ଏନ.ଏ)    ବୌଦ୍ଧ ଜିଲା ମନମୁଣ୍ଡା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ଏଠାରେ ୩ ହଜାର ବସ୍ତା ଧାନ ପଡି ରହିଛି । କାଳବୈଶାଖୀ ବର୍ଷା ଭୟ ରହୁଥିବାରୁ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି ।
କିଛି ଦିନ ତଳେ ଶିମିଳିପଦର ମଣ୍ଡିରେ ୧୦୦୦ ବସ୍ତା ଧାନ ପଡିରହିଥିଲା। ମିଲର୍ସ ଆସିବାରେ ବିଳମ୍ବ କରିବାରୁ କାଳବୈଶାଖୀ ବର୍ଷାରେ ଧାନ ଓଦା ହୋଇଯାଇଥିଲା । ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମିଲର୍ସ ଓ ପ୍ରଶାସନ ତତ୍ପରତା ଦେଖାଇ ମଣ୍ଡିରୁ ଧାନ ଉଠାଇଥିଲେ । ସେହିପରି ଯୋଗୀନ୍ଦ୍ରପୁର ମଣ୍ଡିରେ ମଧ୍ୟ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ସେଠାରେ ମଧ୍ୟ ହଜାରେରୁ ଊର୍ଦ୍ଧ୍ୱ ଧାନ ବସ୍ତା ପଡିରହିଥିଲା ଏବଂ ଚାଷୀମାନେ ଖରା ବର୍ଷାରେ ୫ଦିନ ଧାନକୁ ଜଗି ରହିଥିଲେ । ସେଠାରେ ମଧ୍ୟ ବର୍ଷାରେ ଧାନକୁ କ୍ଷତି ପହଞ୍ଚତ୍ଥିଲା । ଏ ନେଇ ଖବର ପ୍ରକାଶ ପାଇଥିଲା । ଏହାପରେ ମିଲର୍ସ ରବିବାର ଆସି ସବୁତକ ଧାନ ଉଠାଇ ଥିବା ସମ୍ପାଦକ ସର୍ବେଶ୍ୱର ହୋତା କହିଛନ୍ତି । ସେହିପରି ସମାନ ଅବସ୍ଥା ମନମୁଣ୍ଡା ମଣ୍ଡିରେ ଦେଖିବାକୁ ମିଳିଛି । ଏଠାରେ ୫ରୁ ୬ ଦିନ ହେବ ହଜାର ହଜାର ବସ୍ତା ଧାନ ପଡି ରହିଛି । ଶନିବାର ୩ଟି ଟ୍ରକରେ ଏଠାରୁ ଧାନ ଉଠାଯାଇଛି । ତଥାପି ସୁବାଷ ମହାଲିକଙ୍କ ୧୭୦ ବସ୍ତା ଧାନ ପଡିଥିବାବେଳେ କ୍ଷେତ୍ରବାସୀ ତରିଆଙ୍କ ୧୧୨, ସୁରେଶ ମେହେରଙ୍କ ୧୭୫, ଗୋବର୍ଦ୍ଧନ ସାହୁଙ୍କ ୧୧୫, ଗୋଲେଖ ମହାକୁଡଙ୍କ ୧୬୦, ବେଗୁ ସାହୁଙ୍କ ୧୩୦, ଶତପଥି ସାହୁଙ୍କ ୧୦୫, ଅଭିମନ୍ୟୁ ପ୍ରଧାନଙ୍କ ୧୬୫, ପଞ୍ଚାନନ ମେହେରଙ୍କ ୧୭୩, ଜାଲ ସେନପତିଙ୍କ ୧୬୦, ରଘୁନାଥଙ୍କ ୧୧୦, ସୁବର୍ଣ୍ଣ ପ୍ରଧାନଙ୍କ ୧୬୭ ବସ୍ତା ଧାନ ପଡିରହିଛି । ସେହିପରି ବ୍ୟାସଦେବ ପ୍ରଧାନଙ୍କ ୧୭୮, ବଳଦେବ ପ୍ରଧାନଙ୍କ ୧୪୦, ପାଣ୍ଡବ ମହଲାଙ୍କ ୧୩୦, ତପନ କର୍ମୀଙ୍କ ୧୬୬, ସୁଧୀର ମହାଲିକଙ୍କ ୧୮୦, ସୁଶୀଲ ମହାଲିକଙ୍କ ୧୮୩, ମିଲନ ସାହୁଙ୍କ ୧୭୩, ରୀନା ତରିଆଙ୍କ ୧୬୯ ଏବଂ ଭାଗ୍ୟଧର ସାହୁଙ୍କ ୧୬୩ ଏପରି ୩୨୨୪ ବସ୍ତା ଧାନ ଅଦ୍ୟାବଧି ମଣ୍ଡିରେ ପଡିରହିଥିବା ଡିଇଓ ରୋହିତ ପ୍ରଧାନଙ୍କଠାରୁ ଜାଣିବାକୁ ମିଳିଛି। ଚାଷୀମାନେ ମଣ୍ଡିରେ ଧାନକୁ ଜଗି ରହିଛନ୍ତି । ଗତ ୨ରୁ ୩ ଦିନ ହେଲା ରାତ୍ରିରେ ବର୍ଷା ହୋଇଥିଲା ବେଳେ ଆକାଶରେ କଳା ବାଦଲ ଘୁରିବୁଲୁଛି । ଫଳରେ କେତେକ ଚାଷୀ ନିଜ ଧାନକୁ ତାରପୋଲିନ ଢ଼ାଙ୍କିଥିବା ବେଳେ ଆଉ କେତେଙ୍କ ପାଖରେ ନ ଥିବାରୁ ବହୁତ ଗୁଲଗୁଲା ହେଉଛନ୍ତି। ଆଉ କେତେକଙ୍କ ଧାନବସ୍ତା ଖୋଲା ଆକାଶ ତଳେ ପଡିରହିଛି । ଶୀଘ୍ର ମଣ୍ଡିରୁ ଧାନ ନ ଉଠିଲେ ଚାଷୀମାନେ କ୍ଷତି ସହିବା ସମ୍ଭାବନା ରହିଛି । ପ୍ରଶାସନ ଏଥିପ୍ରତି ତତ୍ପରତା ଦେଖାଇବାକୁ ଦାବି ହୋଇଛି । ଯୋଗୀନ୍ଦ୍ରପୁର ଏବଂ ମନମୁଣ୍ଡା ଉଭୟ ପ୍ୟାକ୍ସ ଦାୟିତ୍ୱରେ ଥିବା ସମ୍ପାଦକ ସର୍ବେଶ୍ୱର ହୋତା ତୁରନ୍ତ ଧାନ ଉଠାଇବାକୁ ମିଲର୍ସମାନଙ୍କୁ ଅନୁରୋଧ କରିଛନ୍ତି। ସୋମବାର ମିଲର୍ସ ସବୁ ଧାନ ଉଠାଇବେ ବୋଲି ସମ୍ପାଦକ ହୋତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri