ଭୟ ଏକ

ଚାଇନାରୁ ସିଭିୟର ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ (ସାର୍ସ) ଅତୀତରେ ସୃଷ୍ଟି ହୋଇଥିବା ବେଳେ ନୋଭେଲ କରୋନା ଭାଇରସ୍‌ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ ଉତ୍ପନ୍ନ ହୋଇଛି ବୋଲି ଏବେ ପୃଥିବୀବ୍ୟାପୀ ସନ୍ଦେହ କରାଯାଉଛି ।
ଚାଇନାର ସେହି ଗବେଷଣାଗାରରେ ଏ ସଂକ୍ରାନ୍ତ ପରୀକ୍ଷାନିରୀକ୍ଷା ବେଳେ ଭୂତାଣୁ ବାହାରକୁ ଆସିଛି ବୋଲି ଅନ୍ତର୍ଜାତୀୟ ସ୍ତରର ବୈଜ୍ଞାନିକମାନେ କହିଲେଣି। ଅବଶ୍ୟ ଚାଇନା ଜାଣିଶୁଣି ଏହି ଭୂତାଣୁ ବିଶ୍ୱକୁ ବାଣ୍ଟିଛି ବୋଲି ହେଉଥିବା ଅଭିଯୋଗକୁ ବେଜିଂ ଖଣ୍ଡନ କରିଛି। ସେତିକି ନୁହେଁ, ପାଲଟା ଦୋଷାରୋପ କରି ଚାଇନା ଏବେ କହୁଛି ଯେ ଆମେରିକା ଏହିଭଳି ଭୂତାଣୁ ଉହାନରେ ଆଣି ଛାଡ଼ିଦେଇଛି। ତେବେ ଆଜିର ସମୟରେ ଚାଇନାର କାର୍ଯ୍ୟକଳାପ ସନ୍ଦେହାତ୍ମକ ମନେ ହେଉଥିବାରୁ ଏବେ ବିଶ୍ୱବ୍ୟାପୀ ତା’ ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଜର୍ମାନୀର ଏକ ବହୁଳ ପ୍ରସାରିତ ‘ବିଲ୍‌ଡ’ ନାମକ ଟାବଲଏଡ୍‌ ତରଫରୁ ୧୬୫ ବିଲିୟନ ଡଲାରର ଏକ ଇନ୍‌ଭଏସ୍‌ ଚାଇନାକୁ ପଠାଯାଇଛି। ସେହି ଖବରକାଗଜ ଜର୍ମାନୀରେ ଘଟିଥିବା କରୋନା ଭାଇରସ୍‌ ସଂକ୍ରମଣଜନିତ କ୍ଷୟକ୍ଷତିକୁ ଆକଳନ କରି ତାହାର ଆର୍ଥିକ ଭରଣା ପାଇଁ ଏହିଭଳି ଦାବି ଚାଇନା ସରକାର ପାଖରେ କରିଛି।

ଭାରତ ୧୮ ଏପ୍ରିଲରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ନିୟମରେ ପରିବର୍ତ୍ତନ କରିଛି। ଏଥିରେ ବ୍ୟବସ୍ଥା କରାଯାଇଛି ଯେ, ଯେଉଁ ଦେଶଗୁଡ଼ିକର ସୀମା ଭାରତକୁ ଲାଗିଛି, ସେହି ରାଷ୍ଟ୍ରର ନିବେଶକ ଏଠାକାର ସରକାରଙ୍କ ବିନା ଅନୁମତିରେ ପୁଞ୍ଜି ଖଟାଇପାରିବେ ନାହିଁ। ଏହି ନୂଆ ନିୟମ ଦ୍ୱାରା ଚାଇନାର ନିବେଶକମାନେ ଅଧିକ ପ୍ରଭାବିତ ହେବେ। ଅନ୍ୟପକ୍ଷରେ ଭାରତର ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ, ଚାଇନା କମ୍ପାନୀଗୁଡ଼ିକର ସବୁ ପ୍ରକାର ନିବେଶ ଭାରତର ନିରାପତ୍ତା ପ୍ରତି ବିପଦ ନୁହେଁ। ଏଠାକାର ଅଟୋମୋବାଇଲ ଶିଳ୍ପରେ ଚାଇନା କମ୍ପାନୀର ପୁଞ୍ଜିବିନିଯୋଗ ଭାରତର ନିରାପତ୍ତା ପ୍ରତି ସେତେ ବିପଦ ନ ଥିଲା ବେଳେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଯଥା ୫ଜି ବା ସଫ୍ଟଓ୍ବେରରେ ଅଧିକ ରହିଛି। ତଥାପି ଭାରତ ଏଭଳି ସମୟରେ ଏକ ଦୃଢ଼ ନିଷ୍ପତ୍ତି ନେବା ଦେଶ ପାଇଁ ମଙ୍ଗଳଦାୟକ ବୋଲି କୁହାଯିବା ଦରକାର। ନିକଟରେ ଏଚ୍‌ଡିଏଫ୍‌ସି ପକ୍ଷରୁ କରାଯାଇଥିବା ଘୋଷଣା ଏଠାରେ ପ୍ରଣିଧାନଯୋଗ୍ୟ। ଏଚ୍‌ଡିଏଫ୍‌ସିରେ ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା (ପିବିଓସି)ର ଶେୟାର ବା ଅଂଶଧନ ୦.୮ ପ୍ରତିଶତରୁ ବୃଦ୍ଧି ପାଇ ୧.୦୧ ପ୍ରତିଶତରେ ପହଞ୍ଚିପାରିଛି। କେବଳ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ପିବିଓସି ୧୭,୪୯୨,୯୦୯ କୋଟି ଏଚ୍‌ଡିଏଫ୍‌ସି ଶେୟାର କିଣିଛି, ଯାହାର ମୂଲ୍ୟ ୨,୯୭୬ କୋଟି ଟଙ୍କା। ଏଥିରୁ ବୁଝିବାକୁ ହେବ, ଯଦି ଚାଇନା ଏହିଭଳି ଭାବେ ଭାରତରେ ପୁଞ୍ଜି ବିନିଯୋଗ କରେ ତାହାହେଲେ ଆମ ଦେଶର ଅର୍ଥନୀତି ଉପରେ ଘୋର ପ୍ରଭାବ ପକାଇବ। ଅର୍ଥନୀତି ଭାଷାରେ ଏହାକୁ କୁହାଯାଉଛି ଅପର୍ଚ୍ୟୁନିଷ୍ଟିକ୍‌ ଟେକ୍‌ଓଭର ବା ସୁବିଧାବାଦୀ ଅଧିଗ୍ରହଣ। ତେଣୁ ଭାରତ ସରକାର ଏଫ୍‌ଡିଆଇ ସଂକ୍ରାନ୍ତରେ ନେଇଥିବା ପଦକ୍ଷେପରୁ ହଟିବା ଉଚିତ ନୁହେଁ। ଉଲ୍ଲେଖଯୋଗ୍ୟ ଯେ କେବଳ ଭାରତ ନୁହେଁ, ଅନେକ ବିକଶିତ ରାଷ୍ଟ୍ର ମଧ୍ୟ ଏହି ସମୟରେ ସମାନ ପ୍ରକାର ଆଇନ ଜାରି କରିଛନ୍ତି। କାରଣ ସମସ୍ତଙ୍କ ଭୟ ଏକ।

ଆଜିର ଏଭଳି ଅସ୍ବାଭାବିକ ପରିସ୍ଥିତିରେ ଚାଇନାକୁ ବାଟ ଖୋଲିଦେଲେ ଭାରତର ଅନେକ କମ୍ପାନୀକୁ ଚାଇନା କିଣିନେବାରେ ସକ୍ଷମ ହୋଇଯିବ। ଯେକୌଣସି ଭାରତୀୟ ବୁଝିପାରିବେ ଯେ, କେତୋଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପରେ ପରିଚାଳନା ସକାଶେ ଆବଶ୍ୟକ ଶେୟାର ବା ଭାଗ କିଣିନେବା ପରେ ସେଗୁଡ଼ିକୁ ବନ୍ଦ କରିବା ବା ଅନ୍ୟ ସାମଗ୍ରୀ ତିଆରି କରିବାକୁ ଲଗାଇବାରେ ଚାଇନା ସକ୍ଷମ ହେବ। ଏବେ ଭାରତର ନୂଆ ଏଫ୍‌ଡିଆଇ ନିଷ୍ପତ୍ତି ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ମୁକ୍ତ ବାଣିଜ୍ୟ ନୀତି ବିରୋଧୀ ବୋଲି ଚାଇନା ଅଭିଯୋଗ କଲାଣି। ଏଭଳି ସ୍ଥଳେ ଭାରତ ସରକାର ମୁଣ୍ଡ ନ ନୁଆଁଇ ନେଇଥିବା ନିଷ୍ପତ୍ତିରେ ଅଟଳ ରହିବା ଦରକାର। ଭାରତର ଆର୍ଥିକ ଓ ନିରାପତ୍ତାଜନିତ ଭବିଷ୍ୟତ ପାଇଁ ଏଭଳି ଚିନ୍ତାଧାରା ନିଶ୍ଚିତ ଭାବେ ସହାୟକ ହେବ। ତେଣୁ କେନ୍ଦ୍ର ସରକାରଙ୍କ ଏହି ବାସ୍ତବବାଦୀ ପଦକ୍ଷେପକୁ ସମର୍ଥନ କରି ତାହା ଯେପରି ଫେରାଇ ନିଆ ନ ଯିବ ସେଥିପ୍ରତି ଜନମତ ସୃଷ୍ଟି ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri