ଭୟଙ୍କର କରୋନା ଭାଇରସ୍‌କୁ ନେଇ ବଲିଉଡ୍‌ ତିଆରି କରିବ ଫିଲ୍ମ

ମୁମ୍ବାଇ: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି। ଏଥିଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨କୁ ଛୁଇଁଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୧୧୩ ଥିବା ଜଣାପଡ଼ିଛି। କରୋନା ଯୋଗୁଁ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଭାରତର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ହେବା ସହ ବଲିଉଡ୍‌ ଫିଲ୍ମ ଶୁଟିଂ ଓ କେତେକ ଫିଲ୍ମ ରିଲିଜ୍‌କୁ ସ୍ଥଗିତ ରଖାଯାଇଛି। ଯେଉଁଠାରେ ସାରା ବିଶ୍ୱ କରୋନାକୁ ନେଇ ଚିନ୍ତିତ ରହିଛି ସେଠାରେ ବଲିଉଡ୍‌ ଏହାକୁ ନେଇ ଏକ ଫିଲ୍ମ ତିଆରି କରିବାକୁ ଚିନ୍ତା କରିଛି। ଏହାର ନାମ ଚୟନ କରାଯାଇଥିବା ବେଳେ ପଞ୍ଜୀକରଣ ମଧ୍ୟ କରାଯାଇସାରିଥିବା ଜଣାପଡ଼ିଛି। କେବଳ ଫିଲ୍ମର ଶୁଟିଂ ଆରମ୍ଭ ହେବା ବାକି ରହିଛି। ଏରସ୍‌ ଇଣ୍ଟରନ୍ୟାସ୍‌ନାଲ କମ୍ପାନୀ ତିଆରି କରିବାକୁ ଯାଉଥିବା ଫିଲ୍ମଟିର ନାମ ହେଉଛି ‘କରୋନା ପ୍ୟାର ହୈ’। ଯାହା ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଭିନୀତ ଡେବ୍ୟୁ ଫିଲ୍ମ ‘କହୋନା ପ୍ୟାର ହୈ’ ସହ ମେଳ ଖାଉଛି। ଏହା କୋଭିଡ-୧୯ ଉପରେ ରେଜିଷ୍ଟର ହୋଇଥିବା ପ୍ରଥମ ଫିଲ୍ମ। ଏନେଇ ଫିଲ୍ମ ପ୍ରଯୋଜକ କ୍ରିଶିକା ଲୁଲା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ସାମାନ୍ୟ ସ୍ଥିତି ହୋଇଯିବ ସେତେବେଳେ ଏହାର ଶୁଟିଂ ଆରମ୍ଭ ହେବ। ତେବେ ଏଥିରେ କେଉଁ ଅଭିନେତା ଓ ଅଭିନେତ୍ରୀ କାମ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅପରପକ୍ଷେ ଆଉ ଏକ ପ୍ରଡକ୍ସନ୍‌ ହାଉସ୍‌ ଇଣ୍ଡିଆନ୍‌ ମୋଶନ ପିକଚର୍‌ ପ୍ରଡ୍ୟୁସର୍ସ ଆସୋସିଏଶନ୍‌ ମଧ୍ୟ କରୋନାକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏଥିପାଇଁ ପଞ୍ଜୀକରଣ ସରିଥିବା ବେଳେ ଏହାର ନାମ ‘ଡେଡଲି କେରାନା’ ରଖାଯାଇଛି। ପୂର୍ବରୁ ମଧ୍ୟ ସତ୍ୟ ଘଟଣାକୁ ନେଇ ବଲିଉଡ୍‌ରେ ଫିଲ୍ମ ତିଆରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…

ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…

ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, ଜାଣନ୍ତୁ କିଏ ଦେଇଛନ୍ତି ଏମିତି ଧମକ

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଝାରଗ୍ରାମ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୋକାନରେ ଝାଲମୁଢି ଖାଇବା ପାଇଁ ଅଟକିଥିଲେ, ଏକ ଭିଡିଓରେ କଏଦ…

କକ୍ରୋଚ ଜନତା ପାର୍ଟିକୁ ମିଳିବ ନିର୍ବାଚନୀ ଚିହ୍ନ? ଜାତୀୟ ରାଜନୀତି ହଲଚଲ!

ନୂଆଦିଲ୍‌ଲୀ,୨୨।୫: ଡିଜିଟାଲ ଯୁଗରେ, ସୋସିଆଲ ମିଡିଆରେ କ’ଣ ଭାଇରାଲ ହେବ କିମ୍ୱା କେବେ ହେବ ତାହା କହିହେବ ନାହିଁ। ମାତ୍ର ପାଞ୍ଚ ଦିନ ପୂର୍ୱରୁ, ଇଣ୍ଟରନେଟରେ ଆରମ୍ଭ…

କେତେ ପଢିଛନ୍ତି ଶାହରୁଖ ଖାନଙ୍କ ଝିଅ: ବାପାଙ୍କ ସହ କରିବେ ଧମାଲ୍‌

ଯେତେବେଳେ ଷ୍ଟାର କିଡ୍ସଙ୍କ ପ୍ରସଙ୍ଗ ଉଠାଯାଏ, ପ୍ରଥମେ ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ନାଁ ଆଗରେ ଆସେ। ସୁହାନା ତାଙ୍କର ଚମତ୍କାର ଲୁକ ପାଇଁ ପ୍ରାୟତଃ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri