ଭୋକିଲାଙ୍କ ପେଟରେ ଆହାର ଦେବାକୁ ପଣ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସଂପ୍ରତି କରୋନା ଭୁତାଣୁ ସମଗ୍ର ବିଶ୍ୱକୁ ସଂପୂର୍ଣ୍ଣ ଭାବେ ଗ୍ରାସିଛି। ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଆଧୁନିକ ବୈଜ୍ଞାନିକ ହାତ ଟେକି ଦେଇଛନ୍ତି। ଏପରି ସ୍ଥଳେ ମଣିଷ ଭୟଭିତ ହୋଇ ଘରେ ବସିବାକୁ ବାଧ୍ୟ ହୋଇଛି। ଜନତା କର୍ପ୍ୟୁ ଓ ପରେ ୨୧ ଦିନ ଲାଗି ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମଗ୍ର ଦେଶରେ ଗରିବ ନିଷ୍ପେସିତ, ଖଟିଖିଆ ଭୋକରେ ଆଉଟପାଉଟ ହେଉଛନ୍ତି । ଖାଦ୍ୟ ଟିକକ ପାଇଁ ସେମାନେ ଜୀବନ ସହ ସଂଗ୍ରାମ ମଧ୍ୟ କରୁଛନ୍ତି । ଏପରି ଦୁଃଖୀ ଓ ଭୋକିଲାଙ୍କ ପେଟରେ ଆହାର ଦେବା ପାଇଁ ଆଗେଇ ଆସିଛନ୍ତି ସମ୍ବଲପୁର ଏସଆରଆଇଟି କଲୋନୀ ବାସିନ୍ଦା ଦିଲୀପ କୁମାର ପଣ୍ଡା। କରୋନା ଭୂତାଣୁ ଭୟକୁ ମନରୁ ଦୂରେଇ ଦେଇ ସେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ରେଳ ଷ୍ଟେଶନ, ସମ୍ବଲପୁର ରୋଡ୍‌, ସିଟି ଷ୍ଟେଶନ, ଧନୁପାଲି, ଲକ୍ଷ୍ମୀଟକିଜ, ସିନ୍ଦୂରପଙ୍କ, ଅଇଁଠାପାଲି, ପାଟଣେଶ୍ୱରୀ ମନ୍ଦିର ଛକରେ ରହୁଥିବା ଗରିବମାନଙ୍କୁ ରନ୍ଧାଖାଦ୍ୟ ଓ ପାଣି ଦେଉଛନ୍ତି। ଲକ୍‌ ଡାଉନ ଶେଷ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ବଣ୍ଟନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏ ନେଇ ଦିଲୀପ କହନ୍ତି, ବାପା ରାଧେଶ୍ୟାମ ପଣ୍ଡା ଅନାଥ ଆଶ୍ରମରେ ବଢ଼ିଥିଲେ । ପରବର୍ତ୍ତୀ ସମୟରେ ସେ ପୋଲିସ ବିଭାଗର ଅଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗରିବ, ଅନାଥଙ୍କ ପେଟରେ ଖାଦ୍ୟ ମୁଠେ ଦେବାକୁ ମନରେ ସ୍ଥିର କରିଛନ୍ତି। ୨୦୧୪ ଏପ୍ରିଲ ୫ ତାରିଖରୁ ପ୍ରତି ରବିବାର ସହରର ବିଭିନ୍ନ ଛକରେ ରହୁଥିବା ୫ଶହ ଜଣଙ୍କୁ ରନ୍ଧାଖାଦ୍ୟ ଦେଇ ଆସୁଛନ୍ତି। ୨୦୧୪ରେ ସହରରେ ହୋଇଥିବା ଜଣ୍ଡିସ ସମୟରେ ସମ୍ବଲପୁର ଡାକ୍ତରଖାନା ପରିସରରେ ଦେଢ଼ ମାସ ରୋଗୀ ଓ ଜନସାଧାରଣଙ୍କୁ ଗରମ ପାଣି ପ୍ରଦାନ କରିଛନ୍ତି। ଏକ ବେସରକାରୀ କମ୍ପାନୀରେ ସେ ଚାକିରି କରିଛନ୍ତି। ଜନସେବା କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି କହନ୍ତି ଦିଲୀପ। ତେବେ ଖାଦ୍ୟ ପ୍ରସ୍ତୁତ ଓ ବଣ୍ଟନରେ ଦିଲୀପଙ୍କୁ ରମେଶ କୁମାର ଗୁପ୍ତା, ଘନଶ୍ୟାମ ସାହୁ, ରାଜକମଳ ମହାନ୍ତି, ମାନସ ଶତପଥୀ, ବୁଢ଼ା ବେହେରା, ଗୋପିନାଥ ପୃଷେଟ, ବିକାଶ ତ୍ରିପାଠୀ, ବିଜୟ ଧର, ତନ୍ମୟ ମେହେର ପ୍ରମୁଖ ସହଯୋଗ କରିଥାନ୍ତି । ପ୍ରଥମେ ସେମାନେ ନିଜେ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧି ଖାଦ୍ୟ ଦେବା ପୂର୍ବରୁ ସେନିଟାଇଜରରେ ଅନ୍ୟମାନଙ୍କ ହାତ ସଫା କରିବାକୁ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri