Posted inଜାତୀୟ

‘ଭୁଶୁଡ଼ିଗଲା କି ଶେଷ ଦୁର୍ଗ’

ନୂଆଦିଲ୍ଲୀ,୧୮ା୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭାକୁ ମନୋନୀତ କରିବା ପରେ ବିବାଦ ଉଠିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ପୂର୍ବତନ ସିଜେଆଇ ଗୋଗୋଇଙ୍କୁ ଉଚ୍ଚ ସଦନକୁ ପଠାଇବା ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଏକ ଆକ୍ରମଣ। ଏହା ନ୍ୟାୟପାଳିକାର ସ୍ବାଧୀନତାକୁ ନୂ୍ୟନ କରିଦେବ ବୋଲି କଂଗ୍ରେସ କହିଛି। ତେବେ ସେ ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବା ପରେ ହିଁ ଗଣମାଧ୍ୟମକୁ ମନ୍ତବ୍ୟ ଦେବେ ବୋଲି ଜଷ୍ଟିସ୍‌ ଗୋଗୋଇ ସ୍ପଷ୍ଟ କରିଛନ୍ତି। ଏହାସହ ପୂର୍ବତନ ଆଇନମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍‌ଲୀଙ୍କ ମନ୍ତବ୍ୟର ଅବତାରଣା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଷ୍ଟିସ୍‌ ଗୋଗୋଇଙ୍କୁ ମନୋନୀତ କରିବା ପୂର୍ବରୁ ଅନ୍ତତଃ ନିଜ ଭାଜପା ନେତା ଜେଟ୍‌ଲୀ କ’ଣ କହିଥିଲେ ତାକୁ ମନେପକାଇବା ଉଚିତ ଥିଲା। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂହଭୀ କହିଛନ୍ତି, ଜଣେ ଅବସରପ୍ରାପ୍ତ ସିଜେଆଇ ରାଜ୍ୟ ସଭାକୁ ମନୋନୀତ ହୋଇ ଯିବା ଦେଶରେ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଏହା ଏକ ଅକ୍ଷମଣୀୟ କାର୍ଯ୍ୟ। ସେହିପରି ମୋଦି ତାଙ୍କ ପ୍ରାକ୍ତନ ସହଯୋଗୀ ତଥା ପୂର୍ବତନ ଆଇନ ଓ ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କ ପରାମର୍ଶକୁ ଗ୍ରହଣ କରିଥିଲେ କି ବୋଲି କଂଗ୍ରେସର ଆଉ ଜଣେ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଟୁଇଟରରେ ପ୍ରଶ୍ନ କରିଛନ୍ତି । ଏହାସହ ଗୋଗୋଇ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମଦନ ଭୀମରାଓ ଲୋକୁର ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୋଗୋଇଙ୍କୁ ରାଷ୍ଟ୍ରପତିଙ୍କ ମନୋନୟନ ନ୍ୟାୟପାଳିକାର ନିରପେକ୍ଷତା ଓ ସ୍ବାଧୀନତାକୁ ପୁନଃ ପରିଭାଷିତ କରିବ। ଶେଷ ଦୁର୍ଗ ଭୁଶୁଡ଼ିପଡ଼ିଲା କି ବୋଲି ଲୋକୁର ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଟୁଇଟରରେ ସୁର୍ଜଓ୍ବୋଲା ପୁଣିଥରେ ସମାନ ପ୍ରଶ୍ନକୁ ଦୋହରାଇଛନ୍ତି। ସେହିପରି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କୁରିଏନ୍‌ ଜୋସେଫ କହିଛନ୍ତି, ଦେଶ ପ୍ରତି ଆମେ ଆମର ଋଣ ଶୁଝିସାରିଛୁ ବୋଲି ୨୦୧୮ ଜାନୁୟାରୀ ୧୨ରେ ଜଷ୍ଟିସ୍‌ ଗୋଗୋଇ ଏକ ବିବୃତିରେ କହିଥିଲେ। ନ୍ୟାୟପାଳିକା ପାଇଁ ଲଢ଼େଇ କରିଥିବା ଗୋଗୋଇ ଏବେ ଏହାର ନିରପେକ୍ଷ ଓ ସ୍ବାଧୀନ ସିଦ୍ଧାନ୍ତ ସହ ସାଲିସ କରିବା ଭଳି କାର୍ଯ୍ୟ କରିବା ପାଇଁ କିପରି ସାହସ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ସେହି ସମୟରେ ଜଷ୍ଟିସ୍‌ ଦୀପକ ମିଶ୍ର ସିଜେଆଇ ଥିବାବେଳେ ସୁପ୍ରିମକୋର୍ଟର ୩ ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ୱର, ଲୋକୁର ଓ ଜୋଶେଫ ତାଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିଥିଲେ। ନ୍ୟାୟପାଳିକା ଇତିହାସରେ ଏହା ଥିଲା ଏହି ଧରଣର ପ୍ରଥମ ଘଟଣା। ଜଷ୍ଟିସ୍‌ ଗୋଗୋଇ ବୁଧବାର ନୂଆଦିଲ୍ଲୀ ଯିବେ। ସେ କାହିଁକି ଏହି ପଦକୁ ସ୍ବୀକାର କରିଛନ୍ତି ସେନେଇ ଶପଥ ନେବା ପରେ ସ୍ପଷ୍ଟ କରିବେ।

କ’ଣ କହିଥିଲେ ଜେଟ୍‌ଲୀ
ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଅରୁଣ ଜେଟ୍‌ଲୀଙ୍କ ପରାମର୍ଶ ମାନିବା ଥିଲା। ୨୦୧୨ରେ ଜେଟ୍‌ଲୀ ଆଇନମନ୍ତ୍ରୀ ଥିବାବେଳେ ବିଚାରପତିମାନଙ୍କ ବିଷୟରେ କହିଥିଲେ। ଟ୍ରିବ୍ୟୁନାଲରେ ଅଧ୍ୟକ୍ଷତା କରିବାକୁ ଯାଉଥିବା ବିଚାରପତିମାନଙ୍କ କୁଲିଙ୍ଗ୍‌ ଅଫ୍‌ ପିରିୟଡ୍‌ ରହିବା ଉଚିତ ବୋଲି ଜେଟଲୀ କହିଥିବା ସିଂଘଭୀ ପ୍ରକାଶ କରିଛନ୍ତି। ଜେଟ୍‌ଲୀ ବିଚାରପତିଙ୍କ ଅବସର ପରବର୍ତ୍ତୀ ଉଦାରତା ବିରୋଧରେ କିଛି କହି ନ ଥିଲେ କି ଲେଖି ନ ଥିଲେ? ଏହି ବିଷୟକୁ ମୋଦି ସରକାର ମନେରଖିଛନ୍ତି କି ବୋଲି ସିଂଘଭୀ ସ୍ମରଣ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?