ଭିତ୍ତିଭୂମିର ହେଉନି ବିକାଶ; ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀ: ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

ହାଟଡିହୀ,୧୭। ୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର। ସାକ୍ଷତ ଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି। ୧୯୯୮ ମସିହାରେ ଓଡ଼ିଶା ଟୁରିଜମ୍‌ ବିଭାଗ ପକ୍ଷରୁ ଗଡ଼ଚଣ୍ଡୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଥିଲା। କିନ୍ତୁ ଏହା ଏବେ ଅବହେଳିତ ଅବସ୍ଥାରେ। ପର୍ଯ୍ୟଟନସ୍ଥଳୀରେ ପିଇବା ପାଇଁ ବିଶୁଦ୍ଧ ପାଣି ନାହିଁ। ସେଥିଲାଗି ପର୍ଯ୍ୟଟକମାନେ ବୁଲିବାକୁ ଗଲେ ପାଣି ପାଇଁ ବହୁତ ହଇରାଣ ହେବାକୁ ପଡ଼ୁଛି। ମନ୍ଦିରର ଉନ୍ନତୀକରଣ ନ ହେବାରୁ ଏହା ଏବେ ଭଗ୍ନ ଅବସ୍ଥାରେ। ଏନେଇ କାହାର ଦୃଷ୍ଟି ପଡ଼ୁନାହିଁ। ୧୯୮୫ ମସିହାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା।
କିମ୍ବଦନ୍ତୀ ଅନୁଯାୟୀ ମା’ ପାହାଡ଼ର ଊର୍ଦ୍ଧ୍ୱ ଭାଗରେ ପ୍ରାୟ ଦୁଇ କି.ମି. ଉଚ୍ଚରେ ଆବହମାନ କାଳରୁ ପୂଜା ପାଇଆସୁଥିଲେ। ଏକଦା ଦେହୁରୀ ମା’ଙ୍କ ପୂଜା ସାରି ଫେରିବା ପରେ ତାର ଅସ୍ତ୍ର କତା ଛାଡି ଆସିଥିଲା। ଦେହୁରୀ କତା ଆଣିବାକୁ ଯାଇ ଦେଖିଲେ ମା’ ରୁଧିର ପାନ କରୁଛନ୍ତି। ମା’ ରାଗିଯାଇ କତାଟିକୁ ଫିଙ୍ଗିଦେଇ କହିଲେ ଯେଉଁଠି କତାଟି ପଡିବ ସେଇଠି ମୋତେ ପୂଜା କରିବୁ। ତୁ ମୋର ସେବକ ହୋଇଥିବାରୁ ତୋତେ ମୁଁ ଛାଡିଦେଲି। ସେହିଦିନ ଠାରୁ ମା’ ଗଡ଼ଚଣ୍ଡୀ ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ବୋଲି କିମ୍ବଦନ୍ତୀ ରହିଛି। ଯିଏ ଯାହା ମାନସିକ କରିଥାଏ ମା’ ସକଳ କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ବିଶେଷ କରି ଶାରଦୀୟ ଦୁର୍ଗାପୂଜା ଉତ୍ସବ ରାଜାଙ୍କ ସମୟରେ ବହୁ ଆଡମ୍ବରରେ ପାଳିତ ହୋଇଆସୁଥିଲା। ଏହି ପୂଜାରେ ମା’ଙ୍କ ନିକଟରେ ପଣ୍ଡା(ମଇଁଷ) ବଳି ଦିଆଯାଉଥିଲା। ପାଇକମାନଙ୍କ ଭିତରେ ଲାଖବିନ୍ଧା ପ୍ରତିଯୋଗିତା ହୋଇ ବିଜେତାଙ୍କୁ ସରିପା ପ୍ରଦାନ କରି ପୁରସ୍କୃତ କରାଯାଉଥିଲା। ଲାଖବିନ୍ଧା ପର୍ବ ଯୋଗୁ ନିକଟବର୍ତ୍ତୀ ଗ୍ରାମ ଲାଖବିନ୍ଧା ନାମରେ ନାମିତ କରାଯାଇଛି। ଏବେ ବି ପୂର୍ବ ପରି ମା’ଙ୍କ ପୂଜା, ପାର୍ବଣ ଉତ୍ସବ ଅନୁଷ୍ଠିତ ହେଉଛି। ଅମାବାସ୍ୟା, ସଂକ୍ରାନ୍ତି, ଦଶହରାରେ ମା’ଙ୍କର ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ମା’ଙ୍କ ନିକଟରେ ଖେଚୁଡି, ଉଖୁଡା, ନଡିଆ, କଦଳୀ ଭୋଗ ଲାଗିଥାଏ। ମା’ଗଡ଼ଚଣ୍ଡୀ ଏ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ଅଟନ୍ତି। ମରୁଡି ହେଲେ ମା’ଙ୍କ ନିକଟରେ ଯଜ୍ଞ କରାଯାଇଥାଏ। ପରେ ବର୍ଷା ହୋଇଥାଏ ବୋଲି ଲୋକମତ ରହିଛି। ୧୯୭୮ ମସିହାରେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନଙ୍କୁ ନେଇ ଗଡ଼ଚଣ୍ଡୀ ଯୁବ ପରିଷଦ ଗଠନ ହେଲା। ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରକୃତିରାଣୀର ମଜା ଉଠାଇଥାନ୍ତି। ମା’ଙ୍କ ମନ୍ଦିର ସମ୍ମୁଖରେ ପାହାଡ଼ ଦେହରୁ ଏକ ଝରଣା ବାହାରିଛି। ସବୁଜ ବନାନୀ ପାହାଡ଼ ଘେରା ମା’ ଙ୍କ ମନ୍ଦିର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ମଧ୍ୟ ଏକ ଗୁପ୍ତ ଗୁମ୍ଫା ରହିଛି। ମା’ଙ୍କୁ ଦର୍ଶନ କରିବାକୁ ଯାଉଥିବା ବ୍ୟକ୍ତି ପାହାଡ଼ ଚଢିବାର ମଜା ଉଠାଇଥାନ୍ତି। ପୂର୍ବରୁ ଏଠାରେ ଶୈଳପୁର ନାମକ ଏକ ଜୈନ ତୀର୍ଥ ସ୍ଥାନ ଥିଲା। ଶୈଳ ଦ୍ୱାରା ଆବଦ୍ଧ ହୋଇଥିବାରୁ ଏହାକୁ ଶୈଳପୁର କୁହାଯାଉଥିଲା। ଅତୀତ କିମ୍ବଦନ୍ତୀ ଅନୁସାରେ ଜୈନ ଓ ବୈଦ୍ଧ ଧର୍ମର ଦୀକ୍ଷିତ ରାଜା ମହାରାଜାମାନେ ରାଜୁତି କରୁଥିଲେ। କାଳକ୍ରମେ ରାଜପୁତନାର ସିଂ ବଂଶର ରାଜାମାନେ ରାଜତ୍ୱ କଲେ। ଏଥିପାଇଁ ଏହାକୁ ସିଙ୍ଗିଡି ରାଜଗଡ଼ କୁହାଗଲା। ପୂର୍ବ ପାର୍ଶ୍ୱରେ ଏକ ପ୍ରାଚୀର ଓ ଗଡଖାଇଥିଲା। ତାର ଧ୍ୱଂସାବଶେଷ ଏବେ ବି ଦେଖିବାକୁ ମିଳେ। ଦକ୍ଷିଣ ଭାଗରେ ଦୁଇ ପାହାଡ଼ର ସଂକୀର୍ଣ୍ଣ ଗିରିପଥକୁ କଳିଙ୍ଗ ଦ୍ୱାର କୁହାଯାଉଥିଲା। ବର୍ତ୍ତମାନ ଏହାକୁ କଳିଙ୍ଗ ଘାଇ କହୁଛନ୍ତି। ପ୍ରଶାସନର ଦୃଷ୍ଟି ଅଭାବରୁ ଏହି ପର୍ଯ୍ୟଟନସ୍ଥଳୀ ଏବେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ଦେଖିବାକୁ ମିଳୁଛି। ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri