ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ହେଲେ କ୍ଷତି ହେବ ୧୩୭ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୬: ହଠାତ୍‌ ମାଡ଼ିଆସିଥିବା କଳା ବାଦଲ ଯୋଗୁ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ୪ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏଥିଯୋଗୁ ବିମା କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଛି। ଏପର୍ଯ୍ୟନ୍ତ ବାତିଲ ହୋଇଥିବା ୪ ମ୍ୟାଚ୍‌ ଯୋଗୁ ବିମା କମ୍ପାନୀ ୨୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ବିଭିନ୍ନ ଅଂଶୀଦାରଙ୍କୁ ଦେବାକୁ ପଡ଼ିବ। ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ସବୁଠାରୁ ଅଧିକ କ୍ଷତି ସହିଛି। ବିଜ୍ଞାପନ ଓ ଚୁକ୍ତି ବାବଦକୁ ପ୍ରାୟ ୧୪୦ କୋଟି ଟଙ୍କା ଚ୍ୟାନେଲର କ୍ଷତି ହୋଇସାରିଛି। ଆସନ୍ତା ରବିବାର ବର୍ଷା କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍‌ ବିତିଲ ହେଲେ ବିମା କମ୍ପାନୀଠାରୁ ଆରମ୍ଭ କରି ପ୍ରସାରଣକାରୀ ଚ୍ୟାନେଲ, କୋକାକୋଲା, ଉବର ଓ ଏମ୍‌ଆରଏଫ୍‌ ଟାୟର୍ସ ଭଳି ବଡ଼ ବିଜ୍ଞାପନକାରୀ ସଂସ୍ଥାକୁ କ୍ଷତି ସହିବାକୁ ପଡ଼ିବ। ଏହି ମ୍ୟାଚ୍‌ ଚଳିତ ବିଶ୍ୱକପ୍‌ର ସବୁଠୁ ଅଧିକ ଦେଖଣାହାରୀ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି। ଷ୍ଟାର ଚ୍ୟାନେଲ ବିଜ୍ଞାପନ ବାବଦକୁ କେବଳ ଏହି ମ୍ୟାଚ୍‌ରୁ ୧୩୭ କୋଟି ଟଙ୍କା ଆୟ କରିବାକୁ ଯୋଜନା କରିଛି। ଚ୍ୟାନେଲ ବିଜ୍ଞାପନ ପାଇଁ ମୋଟ ୫,୫୦୦ ସେକେଣ୍ଡର ସ୍ଲଟ ବିକ୍ରି କରିବ। ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ପ୍ରତ୍ୟେକ ସେକେଣ୍ଡ ପିଛା ଅଢ଼େଇ ଲକ୍ଷ ଟଙ୍କା ବିଜ୍ଞାପନକାରୀ ସଂସ୍ଥାକୁ ଦେବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରାୟତଃ ଆଡଭାନ୍ସ ଦେଇସାରିଛନ୍ତି। ଯଦି ମ୍ୟାଚ୍‌ କିଛି ସମୟ ପୂର୍ବରୁ ତତ୍କାଳ ବୁକିଂ ପାଇଁ ଅଧିକ ପାଉଣା ଦେବାକୁ ପଡ଼ିବ। ବର୍ତ୍ତମାନ ମୂଲ୍ୟଠାରୁ ୫୦ ପ୍ରତିଶତ ଅଧିକ ପଡ଼ିବ। ବିଶ୍ୱକପ୍‌ର ସ୍ଲଟକୁ ଦୁଇଟି ପ୍ୟାକେଜରେ ସ୍ଲଟ ବିକ୍ରି କରାଯାଉଛି। ଭାରତ ମ୍ୟାଚ୍‌ ଓ ଅନ୍ୟ ଦଳଗୁଡ଼ିକ ମ୍ୟାଚ୍‌ର ଭିନ୍ନ ସ୍ଲଟ। ଏଭଳି ସ୍ଥିତିରେ ମ୍ୟାଚ୍‌ ବାତିଲ ହେଲେ କମ୍ପାନୀକୁ ସମସ୍ତ କ୍ଷତି ସହିବାକୁ ପଡ଼ିବ। ମ୍ୟାଚ୍‌ର ସିଧାପ୍ରସାରଣ, ଆନାଲିସିସ୍‌ ଓ ହାଇଲାଇଟ୍ସ ବେଳେ ଯେଉଁ ବିଜ୍ଞାପନ ପ୍ରସାରଣ ହେବା କଥା ସେମାନଙ୍କୁ ଫ୍ରି କମରସିଆଲ ଟାଇମ (ଏଫ୍‌ସିଟି) ପ୍ରକ୍ରିୟା ଭିତ୍ତିରେ ଅନ୍ୟ ଭାରତ ମ୍ୟାଚ୍‌ରେ ସେଗୁଡ଼ିକୁ ପ୍ରସାରଣ କରାଯାଇପାରେ। ଯଦି କୌଣସି ମ୍ୟାଚ୍‌ରେ ପ୍ରଥମ ବଲ ପଡ଼ିବା ପୂର୍ବରୁ ବାତିଲ କରାଯାଏ, ଟୁର୍ନାମେଣ୍ଟ ଶେଷରେ ପ୍ରସାରଣକାରୀ ସଂସ୍ଥାର କ୍ଷତିକୁ ବିମା କମ୍ପାନୀ ଭରଣ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri