ଭାରତ ଅଡ଼ୁଆରେ

ଗୁଜରାଟର ମୋଟେରା ଷ୍ଟାଡିୟମ୍‌ରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତକୁ ପ୍ରଥମେ ଏକ ସମୃଦ୍ଧ ରାଷ୍ଟ୍ର କହି ଉଦ୍‌ବୋଧନ ଦେଇଥିଲେ। ପରବର୍ତ୍ତୀ ସମୟରେ ଏଠାରେ ଉତ୍କଟ ଦାରିଦ୍ର୍ୟ ଥିବା ବିଷୟ ଉଲ୍ଲେଖ କରିଥିଲେ। ଆସନ୍ତା ୧୦ ବର୍ଷ ମଧ୍ୟରେ ଏହା ଦୂରୀକରଣ ହୋଇପାରିବ ବୋଲି ଟ୍ରମ୍ପ୍‌ କହିବା ପରେ ତାଙ୍କ କଥା ଓଲଟପାଲଟ ହେଉଥିବା ଜଣାପଡ଼ୁଛି। କାରଣ ଗତ ସପ୍ତାହରେ ଟ୍ରମ୍ପ୍‌ ପ୍ରଶାସନ ଅଧୀନ ଆମେରିକା ବାଣିଜ୍ୟ ପ୍ରତିିନିଧି କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଥିଲା ଯେ, ଭାରତ ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବାରୁ ଏହା ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାଦ୍‌ପଡ଼ିଲା। ଅର୍ଥାତ୍‌ ଏଣିକି ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଆମେରିକା ସହ ବାଣିଜି୍ୟକ କାରବାର କରିବ। ଏହି ଦୁଇଟି କଥାକୁ ତର୍ଜମା କଲେ ଭାରତ ପ୍ରତି ଟ୍ରମ୍ପ୍‌ଙ୍କ କିଭଳି ମନୋଭାବ ରହିଛି ବୁଝାପଡ଼ିଯାଉଛି। ଗୋଟିଏ ପଟେ ସେ ଭାରତର ଦାରିଦ୍ର୍ୟକୁ ବ୍ୟକ୍ତିଗତ ଭାବେ ଦର୍ଶାଉଥିବା ବେଳେ ତାଙ୍କ ଅଧୀନରେ ଚାଲିଥିବା ଆମେରିକା ସରକାରର ନୀତି ମାଧ୍ୟମରେ ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ବିକାଶଶୀଳ ଦେଶରୁ ଭାରତକୁ ବିକଶିତ ରାଷ୍ଟ୍ର ମାନ୍ୟତା ଦିଆଯିବା ପଛରେ ଆମେରିକା ଯେଉଁ ଆର୍ଥିକ ସହାୟତା ଓ ବାଣିଜି୍ୟକ ରିହାତି ଦେଇ ଆସୁଥିଲା ତାହା ବସ୍ତୁତଃ ବନ୍ଦ ହେବା ନିଶ୍ଚିତ ହୋଇଯାଇଛି।
‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ପାକିସ୍ତାନ ସପକ୍ଷରେ ଯେଉଁ ମନ୍ତବ୍ୟ ରଖିଛନ୍ତି, ସେଥିରୁ ତାଙ୍କର କୂଟନୈତିକ ଆଭିମୁଖ୍ୟ ବୁଝାପଡ଼ୁଛି। ଟ୍ରମ୍ପ୍‌ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲେ। ତତ୍‌ସହିତ ପାକିସ୍ତାନକୁ ମଧ୍ୟ ପ୍ରଶଂସା କରି କହିଲେ ଇସ୍‌ଲାମାବାଦ ସହ ଆମେରିକାର ସମ୍ପର୍କ ଉତ୍ତମ। ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ ଭାରତୀୟ ଆଭ୍ୟନ୍ତରୀଣ ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ। ଭାରତ ସରକାରଙ୍କ ବିଭିନ୍ନ ମନ୍ତବ୍ୟରେ ପାକିସ୍ତାନକୁ ଯେଉଁଭଳି ଆକ୍ରମଣ କରାଯାଉଛି, ତାହା ଏବେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ପରେ ଭିନ୍ନ ରୂପ ନେଇପାରେ। କହିବାକୁ ଗଲେ ଭାରତ ମାଟିରେ ଏବଂ ବିଶେଷକରି ମୋଦିଙ୍କ ଗୁଜରାଟରେ ଅତିଥି ଭାବେ ଟ୍ରମ୍ପ୍‌ଙ୍କ ପାକିସ୍ତାନ ସପକ୍ଷବାଦୀ ମନ୍ତବ୍ୟ ଭାରତ ପାଇଁ ଚେତାବନୀ ହୋଇପାରେ। ଯେଉଁ ଆମେରିକାୟ ଡଲାର ପାଇଁ ଭାରତ ସରକାର ନସରପସର ହେଉଛନ୍ତି, ସେହି ଡଲାର ଧରି ଆମେରିକା ଏବେ ପାକିସ୍ତାନକୁ ପ୍ରଶଂସା କରୁଛି। ଆମେରିକାର ପାକିସ୍ତାନ ସପକ୍ଷବାଦୀ ନୀତି ନୂଆ ନୁହେଁ । କିନ୍ତୁ ଗୋଟିଏ ପଟେ ଭାରତରେ କ୍ଷମତାସୀନ ଭାଜପା ନେତାମାନେ ଯେତେବେଳେ ଖୋଲାଖୋଲି ବିରୋଧୀଙ୍କୁ ପାକିସ୍ତାନ ଯାଅ ବୋଲି କହୁଛନ୍ତି, ସେତେବେଳେ ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ଆମ ଦେଶର ନୀତିକୁ ବଦଳାଇପାରେ। ଆଭ୍ୟନ୍ତରୀଣ ବିଷୟରେ କୌଣସି ବିଦେଶୀ ନେତା ସାଧାରଣରେ ମତ ଦିଅନ୍ତି ନାହିଁ। କିନ୍ତୁ ଭାରତରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ତେଜୁଥିବା ବେଳେ ଏଭଳି ମନ୍ତବ୍ୟ ଗୁରୁତ୍ୱ ଧାରଣ କରୁଛି। ଏହି ସମୟରେ ଟ୍ରମ୍ପ୍‌ଙ୍କୁ ଭାରତକୁ ନିମନ୍ତ୍ରଣ କରିବା ପଛରେ ମୋଦିଙ୍କ ସକ୍ରିୟ ଭୂମିକା ରହିଛି। ସମ୍ଭବତଃ ମୋଦି ଭାବିଥିଲେ ଆମେରିକା ରାଷ୍ଟ୍ରପତି ତାଙ୍କ ନିର୍ବାଚନ ପୂର୍ବରୁ ଏଭଳି ସୁଯୋଗ ପାଇଲେ ଟ୍ରମ୍ପ୍‌ ତାହାର ଲାଭ ଉଠାଇ ଭାରତ ସପକ୍ଷରେ ମତ ଦେବେ। ଭାରତୀୟ ରାଜନୈତିକ ହିସାବରେ ଏଭଳି ପରିସ୍ଥିତି ମିଳିଲେ ନେତାମାନେ ଅନେକ ପ୍ରତିଶ୍ରୁତି ଦେଇଥାଆନ୍ତି। ସେଥିପାଇଁ ହୁଏତ ଆମେରିକାରେ ବସବାସ କରୁଥିବା ଅନେକ ଲକ୍ଷ ଭାରତୀୟ ସେଠାରେ ଟ୍ରମ୍ପ୍‌ଙ୍କୁ ଭୋଟ ଦେଇଥାଆନ୍ତେ। କିନ୍ତୁ ଦୁଃଖର ବିଷୟ, ଆମେରିକାରେ ସେହି ଧରଣର ରାଜନୀତି କରାଯାଏ ନାହିଁ। ବିଶେଷକରି ଟ୍ରମ୍ପ୍‌ଙ୍କ ଭଳି ରାଷ୍ଟ୍ରପତି ମିଛ ପ୍ରତିଶ୍ରୁତି ଦେଇଥିବାର ନଜିର ନାହିଁ। ଏହା ସତ୍ୟ ଯେ, ଆମେରିକାରେ ଟ୍ରମ୍ପ୍‌ ବିରୋଧୀ ଗୋଷ୍ଠୀ ଯଥେଷ୍ଟ ଶକ୍ତିଶାଳୀ ହେଲେଣି। ସେମାନେ ତାଙ୍କର ମେକ୍ସିିକୋ ପାଚେରି ଭଳି ଅନେକ କାର୍ଯ୍ୟକୁ ବିରୋଧ କରନ୍ତି। ନିର୍ବାଚନ ପୂର୍ବରୁ ମେକ୍ସିକୋ ପାଚେରି ତିଆରି କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ଟ୍ରମ୍ପ୍‌ ପାଳନ କଲା ବେଳକୁ ସିନେଟ୍‌ରେ ତାହାର ବିରୋଧ ହୋଇଥିଲା। ସେଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ ଟ୍ରମ୍ପ୍‌ଙ୍କ ଦ୍ୱାରା ସରକାର ଅଚଳ କରିଦିଆଯାଇଥିଲା। ସେହିଭଳି ଚାଇନାର ଅର୍ଥନୈତିକ ଶକ୍ତିକୁ ହ୍ରାସ କରିବେ ବୋଲି ଟ୍ରମ୍ପ୍‌ କହିଥିବା କଥାର କାର୍ଯ୍ୟକାରିତା ସମଗ୍ର ପୃଥିବୀ ଦେଖିଲା।
ବିଶ୍ୱବାସୀ ଜାଣିଛନ୍ତି ଟ୍ରମ୍ପ୍‌ ଜଣେ ଏକଜିଦିଆ ବ୍ୟକ୍ତି। ଯାହା ମନକୁ ଆସେ ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେଇଥାଆନ୍ତି। ସମସ୍ତଙ୍କ ମନେଥିବ ଟ୍ରମ୍ପ୍‌ କ୍ଷମତାକୁ ଆସିବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ବାରମ୍ବାର ପ୍ରସ୍ତାବ ଦେଇଛନ୍ତି। କଶ୍ମୀର ସମସ୍ୟା ଉପରେ ତାଙ୍କ ପ୍ରଶାସନର ନଜର ରହିଛି ବୋଲି କହିଛନ୍ତି। ଭାରତରେ ଦେଖାଦେଇଥିବା ଧର୍ମୀୟ ଅସହିଷ୍ଣୁତା ବିଷୟରେ ମଧ୍ୟ ଆମେରିକାର କେତେକ ସଙ୍ଗଠନ ଅତୀତରେ ଟିପ୍ପଣୀ ଦେଇଥିଲେ। ଏହି ପ୍ରଚ୍ଛଦପଟରେ ମୋଦିଙ୍କ ଉପସ୍ଥିତିରେ ଗୁଜରାଟରେ ଛିଡ଼ା ହୋଇ ଟ୍ରମ୍ପ୍‌ ଦେଇଥିବା ପାକିସ୍ତାନ ସପକ୍ଷ ମତ ଭାରତକୁ ଅଡୁଆରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?