Posted inଜାତୀୟ

ଭାରତର ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ସୂଚକାଙ୍କ ତାଲିକାରେ ସୁଧାର

ନୂଆଦିଲ୍ଲୀ,୨୨ା୫: ବିଶ୍ୱ ଅର୍ଥନୈତିକ ଫୋରମର ଭ୍ରମଣ ଏବଂ ପର୍ୟ୍ୟଟନ ବିକାଶ ସୁଚକାଙ୍କ ୨୦୨୪ ରେ ଭାରତର ମାନ୍ୟତା ୩୯ ତମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ବିଶ୍ୱ ପର୍ଯ୍ୟଟନ କାର୍ଯ୍ୟକଳାପ ପୂର୍ବ-ମହାମାରୀ ସ୍ତରକୁ ଫେରିଛି ବୋଲି ବାର୍ଷିକ ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି।

ଆମେରିକା ଏହି ତାଲିକାରେ ଶୀର୍ଷରେ ଥିବାବେଳେ ଦକ୍ଷିଣ ଏସିଆରେ ଏବଂ ନିମ୍ନ ମଧ୍ୟବିତ୍ତ ଅର୍ଥନୀତି ମଧ୍ୟରେ ଭାରତ ପ୍ରଥମରେ ରହିଥିବା ଡବ୍ଲୁଏଫ୍ କହିଛି। ୨୦୨୪ ରେ ଆମେରିକା ପଛକୁ ସ୍ପେନ, ଜାପାନ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ଶ୍ରେଷ୍ଠ ପାଞ୍ଚରେ ରହିଛନ୍ତି।

୨୦୨୧ ରେ ପୂର୍ବରୁ ପ୍ରକାଶିତ ସୂଚକାଙ୍କରେ ଭାରତ ୫୪ ତମ ସ୍ଥାନରେ ରହିଥିଲା, ଯଦିଓ ସୂଚକାଙ୍କ ପାରାମିଟରରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ଏହାର ତୁଳନାତ୍ମକତାକୁ ପୂର୍ବ ବର୍ଷଗୁଡ଼ିକ ମଧ୍ୟରେ ସୀମିତ ରଖିଛି।

ସରେ ବିଶ୍ୱବିଦ୍ୟାଳୟର ସହଯୋଗରେ ପ୍ରସ୍ତୁତ ଏହି ସୂଚକାଙ୍କରେ ଦର୍ଶାଯାଇଛି ଯେ ଭାରତ ଦର ଦାମରେ ଅନ୍ୟ ଦେଶ ତୁଳନାରେ ପ୍ରତିଯୋଗିତାପୂର୍ଣ୍ଣ ରହିଛି(୧୮ ତମ) ଏବଂ ପ୍ରତିଯୋଗିତାମୂଳକ ଏୟାର ଟ୍ରାନ୍ସପୋର୍ଟ (୨୬ ତମ) ଏବଂ ଗ୍ରାଉଣ୍ଡ ଏବଂ ପୋର୍ଟ (୨୫ ତମ) ଭିତ୍ତିଭୂମି ଭଳି କ୍ଷେତ୍ରରେ ମଧ୍ୟ ଭାରତ ଭଲ ସ୍ଥିତିରେ ରହିଛି।

ବିଶେଷ ଭାବରେ ଭାରତର ଶକ୍ତିଶାଳୀ ପ୍ରାକୃତିକ ପରିବେଶ (ଷଷ୍ଠ), ସାଂସ୍କୃତିକ (ନବମ) ଏବଂ ଅଣ-ଅବକାଶ (ନବମ) ସମ୍ବଳ ଯାତ୍ରା ଚଳାଇବାରେ ସାହାଯ୍ୟ କରିଥାଏ ଏବଂ ସମସ୍ତ ଉତ୍ସ ସ୍ତମ୍ଭ ପାଇଁ ଶ୍ରେଷ୍ଠ ୧୦ରେ ସ୍କୋର କରିବାକୁ ଦେଶ କେବଳ ତିନିଟି ମଧ୍ୟରୁ ଗୋଟିଏ ବୋଲି ଡବ୍ଲୁଏଫ୍ କହିଛି। ତେବେ ୨୦୧୯ ତୁଳନାରେ ହ୍ରାସ ସତ୍ତ୍ୱେ ଦେଶ ଭ୍ରମଣ ଏବଂ ପର୍ଯ୍ୟଟନ ଚାହିଦା ସ୍ଥିରତା ପାଇଁ ଭଲ ସ୍କୋର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri