ଭାରତର ଦାବି ଯଥାର୍ଥ

ଅନିଲ କୁମାର ବିଶ୍ୱାଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛିଦିନ ତଳେ ମିଳିତ ଜାତିସଂଘର ସାଧାରଣ ବୈଠକକୁ ସମ୍ବୋଧିତ କରିବା ବେଳେ ଅନେକ ଗୁରୁତ୍ୱପୂର୍ଣ ବିଷୟ ଉଠାଇଛନ୍ତି। ତାଙ୍କର ଏହି ସମ୍ବୋଧନରେ ସବୁଠାରୁ ବଡ କଥା ଯାହା ସିଏ ଉଠାଇଛନ୍ତି ତାହା ହେଉଛି ମିଳିତ ଜାତିସଂଘରେ ଭାରତକୁ ଠିକ ପ୍ରତିନିଧିତ୍ୱ ମିଳିବା ପ୍ରସଙ୍ଗରେ। ସେ କହିଛନ୍ତି ଯେ, ଭାରତର ଠିକ ପ୍ରତିନିଧନିଧିତ୍ୱ ବିନା ମିଳିତ ଜାତିସଂଘର ଆଜିର ଦିନରେ କୌଣସି ପ୍ରାସଙ୍ଗିକତା ନାହିଁ। ସମଗ୍ର ବିଶ୍ୱରେ ଯେତେ ଲୋକ ରହନ୍ତି ତାହାର ଛଅ ଭାଗରୁ ଭାଗେ ଲୋକ ଭାରତରେ ରହନ୍ତି। ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ହେଉଛି ଭାରତ। ବିଶ୍ୱର ଅର୍ଥନୈତିକ ଓ ପ୍ରତିରକ୍ଷା ମାନଚିତ୍ରରେ ଏକ ପ୍ରମୁଖ ଦେଶ ହେଉଛି ଭାରତ। ଏହି ଦେଶରେ ସବୁ ଧର୍ମର ଲୋକ ସ୍ବଚ୍ଛନ୍ଦରେ ରୁହନ୍ତି। ୨୨ଟି ସରକାରୀ ଭାଷାରେ ଆମ ଦେଶରେ ଶାସନ ଚାଲେ ତଥାପି କିଛି ଅସୁବିଧା ହୁଏ ନାହିଁ। ଏହି ଦେଶର ବିଶେଷତ୍ୱ ହେଉଛି ଯେ ବିଶ୍ୱର ଥିବା ଅନେକ ପ୍ରାଚୀନ ସଭ୍ୟତା ମଧ୍ୟରୁ ଆଜିଯାଏ ସେହି ସଂସ୍କୃତିକୁ କାଏମ ରଖିଥିବା ଏକମାତ୍ର ଦେଶ ହେଉଛି ଭାରତ। ଖାଲି ସେତିକି ନୁହେଁ ଏ ଦେଶ ତା’ର ଇତିହାସରେ କେବେ କାହା ଉପରେ ଆଗୁଆ ଆକ୍ରମଣ କରିନାହିଁ। ମିଳିତ ଜାତିସଂଘ ହେଉଛି ସାରା ବିଶ୍ୱର ସବୁଠାରୁ ବଡ ସାମୂହିକ ସଙ୍ଗଠନ। କିନ୍ତୁ ଜାତିସଂଘରେ ଭାରତର ଭୂମିକା ଅଧିକ ନାହିଁ। ଅର୍ଥାତ୍‌ ବିଶ୍ୱର ଏକ ଷଷ୍ଠାଂଶ ଲୋକମାନଙ୍କର ସ୍ବରକୁ ବହନ କରୁଥିବା ଏକ ସାଂସ୍କୃତିକ, ଅର୍ଥନୈତିକ ପ୍ରଭାବଶାଳୀ ରାଷ୍ଟ୍ରର ସ୍ବରକୁ ଜାତିସଂଘରେ ଚପାଇ ଦିଆଯାଇ ଆସିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମିଳିତ ଜାତିସଂଘର ପରିକଳ୍ପନା ହୋଇଥିଲା ଓ ରୂପ ନେଇଥିଲା। ମିଳିତ ଜାତିସଂଘକୁ ୭୫ ବର୍ଷ ବିତିଗଲାଣି। ହେଲେ ଏବେ କେଉଁଠି ପହଞ୍ଚତ୍ଛି ମିଳିତ ଜାତିସଂଘ ? ଏତେ ବଡ କରୋନା ମହାମାରୀ ବେଳେ ମିଳିତ ଜାତିସଂଘର ଭୂମିକା କ’ଣ ଥିଲା ? ମିଳିତ ଜାତିସଂଘର ଅନ୍ୟତମ ଛାମୁଆ ସଙ୍ଗଠନ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କରୋନା ମୁକାବିଲାରେ ଚାଇନାକୁ ସୁରକ୍ଷା ବେଶି ଦେଉଥିବାର ନଜର ଆସିଥିଲା। ବିଗତ ୭୫ ବର୍ଷରେ ମିଳିତ ଜାତିସଂଘ ଅନେକ ଭଲ କାମ କରିଛି ଏଥିରେ କୌଣସି ଦ୍ୱିମତ ନାହିଁ କିନ୍ତୁ ଏହା ସେତିକି କରିପାରିନାହିଁ ଯେତିକି କରିପାରିବା କଥା। ତା’ର ନିରପକ୍ଷତା ଉପରେ ବି ପ୍ରଶ୍ନ ଉଠିଛି। ମିଳିତ ଜାତିସଂଘ ଯେତେବେଳେ ଗଢା ଯାଇଥିଲା ସେତେବେଳେ ମୁଖ୍ୟତଃ ୫ଟି ଉଦ୍ଦେଶ୍ୟ ନେଇ ସୃଷ୍ଟି କରାଯାଇଥିଲା। ସେଗୁଡିକ ହେଲା ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷାକୁ ବଜାୟ ରଖିବା, ଦେଶ ଦେଶ ଭିତରେ ଯୁଦ୍ଧ ହେଲେ ତାକୁ ବନ୍ଦ କରିବା, ଭବିଷ୍ୟତରେ କେଉଁ ଦେଶ ଦେଶ ଭିତରେ ଯୁଦ୍ଧ ହେବାର ଆଶଙ୍କା ଦେଖାଦେଲେ ତାକୁ ସମାଧାନ କରିବା ଏବଂ ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ପାଇଁ କାମ କରିବା। ହେଲେ ମିଳିତ ଜାତିସଂଘ ଏହି ଲକ୍ଷ୍ୟ ସାଧନରେ ସଫଳ ହୋଇଛି କି ? ବିଶେଷ ଭାବରେ ଯେଉଁ ଦେଶ ଗୁଡିକ ଏହାର ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଅଛନ୍ତି ସେମାନଙ୍କର ମନମାନି ନିଷ୍ପତ୍ତି ଉପରେ ମିଳିତ ଜାତିସଂଘ କିଛି କରିପାରି ନାହିଁ। ମିଳିତ ଜାତିସଂଘର ବିଶ୍ୱ ମାନବାଧିକାର କାଉନ୍‌ସିଲ ଏକ ବଡ ସଂସ୍ଥା, ଯାହା ମାନବାଧିକାର ଉପରେ କାମ କରେ। ହେଲେ ସେଥିରେ ଏବେ କିଏ କିଏ ପ୍ରମୁଖ ଦାୟିତ୍ୱରେ ଅଛନ୍ତି। ଭେନିଜୁଏଲା, କ୍ୟୁବା, ଚାଇନା ଭଳି ଦେଶ ଯେଉଁ ଦେଶମାନଙ୍କରେ ଜନତାଙ୍କର ମାନବାଧିକାର ବୋଲି କିଛି ନାହିଁ ଏବେ ସେହିମାନଙ୍କର ହାତରେ ଅଛି ବିଶ୍ୱ ମାନବାଧିକାର କାଉନ୍‌ସିଲ। ମିଳିତ ଜାତିସଂଘର ମାନବିକ ଅଧିକାର ସଂଗଠନ ଦୋହରା ମାପଦଣ୍ଡ ପାଇଁ ବିଖ୍ୟାତ। ବିଗତ ବର୍ଷମାନଙ୍କରେ ହୋଇଥିବା ଗଣହତ୍ୟା (ଜିନୋସାଇଡ) ଯେପରି କି ରାଓଣ୍ଡା ଗଣହତ୍ୟାରେ ୮ ଲକ୍ଷ ସାଧାରଣ ଲୋକ, କଙ୍ଗୋରେ ରାଜନୈତିକ ବିବାଦ ପାଇଁ ୬୦ଲକ୍ଷ ଲୋକ, ବୋନସିଆନ ଜିନୋସାଇଡରେ ୧ ଲକ୍ଷ ଲୋକ, କାମ୍ବୋଡିଆନ ଜିନୋସାଇଡରେ ୧୨ ଲକ୍ଷ ଲୋକ ପ୍ରାଣ ହରାଇଲେ। ମିଳିତ ଜାତିସଂଘ ଏହାକୁ ରୋକିପାରିଲା କି? ସିରିଆ, ପାଲେଷ୍ଟାଇନ, ୟେମେନ ଆଦି ଦେଶରେ ମୃତ୍ୟୁର ବିଭୀଷିକା ବେଳେ ଜାତିସଂଘର ଭୂମିକା ସନ୍ଦେହଜନକ ଥିଲା।
ଜାତିସଂଘର ନିରାପତ୍ତା ପରିଷଦ ଯାହା ସର୍ବୋଚ୍ଚ ନିୟନ୍ତ୍ରଣକାରୀ ଗୋଷ୍ଠୀ ତାହାକୁ ସାରା ବିଶ୍ୱର ସମସ୍ତ ଦେଶ ଏକ ଗଣତାନ୍ତ୍ରିକ ପଦ୍ଧତିରେ ମିଶିକି ବାଛି ନାହାନ୍ତି ା ବରଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ବିଜେତାମାନେ ହିଁ ଏହି ନିରାପତ୍ତା ପରିଷଦ ନାଁରେ ମନମାନି କରିବେ ବୋଲି ଏପରି ଭିଟୋ ବ୍ୟବସ୍ଥାର ପ୍ରଚଳନ କରିଥିଲେ ା
ଭିଟୋ ପାଓ୍ବାର ନାଁରେ ଆମେରିକା, ଚାଇନା, ରୁଷିଆ, ବ୍ରିଟେନ ଆଉ ଫ୍ରାନ୍ସର ମନମାନି ସାରା ବିଶ୍ୱ ଦେଖି ଆସିଛି ା ଯେତେବେଳେ ଇଜିପ୍ଟ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ବ୍ରିଟେନ ଏବଂ ଫ୍ରାନ୍‌ସ ସେମାନଙ୍କର ଭିଟୋକୁ ଅପବ୍ୟବହାର କରିଥିଲେ। ଯେତେବେଳେ ସିରିଆ ବିରୋଧରେ ପ୍ରସ୍ତାବ ଆସିଥିଲା ସେତେବେଳେ ରୁଷିଆ ନିଜ ଭିଟୋର ଅପବ୍ୟବହାର କରିଥିଲା ା ସେହିପରି ଚାଇନା ତା’ର ଭିଟୋ ଶକ୍ତି ବଳରେ ପାକିସ୍ତାନର ଆତଙ୍କବାଦ ବିରୋଧରେ କୌଣସି ପ୍ରସ୍ତାବ ପାରି କରିଦେଉନାହିଁ ା
ନିରାପତ୍ତା ପରିଷଦର ୫ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୦ ଜଣ ଅସ୍ଥାୟୀ ସଦସ୍ୟ ରହିଥାନ୍ତି ା ବାସ୍ତବରେ ଦେଖିବାକୁ ଗଲେ ନିରାପତ୍ତା ପରିଷଦର ସମସ୍ତ ଅଧିକାର ଏହି ୫ଟି ଦେଶ ନିକଟରେ ହିଁ ରହିଛି ଓ ସେମାନଙ୍କ ନିକଟରେ ହିଁ କେବଳ ଭିଟୋ କ୍ଷମତା ରହିଛି ା ଏହି ଦେଶମାନେ ନିଜର ବ୍ୟକ୍ତିଗତ ସ୍ବାର୍ଥ ଦୃଷ୍ଟିରୁ ଭିଟୋ କ୍ଷମତାକୁ ପ୍ରୟୋଗ କରିଥାନ୍ତି ା ମିଳିତ ଜାତିସଂଘର ସମୁଦାୟ ୧୫ଟି ସ୍ବତନ୍ତ୍ର ଅନୁଷ୍ଠାନ ଅଛି ା ସେଥିରୁ ଚାଇନା ୪ଟିରେ ମୁଖ୍ୟ ପଦରେ ଅଛି ା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ହେଉଛନ୍ତି ଡ. ଟେଡରସ ଆଧାନୋମ, ଯିଏ ପୂର୍ବରୁ ଇଥିଓପିଆର ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ ା ଇଥିଓପିଆରେ ଏକ ମହାମାରୀରେ ଲକ୍ଷ ଲକ୍ଷ ଲୋକ ମରିଥିଲେ ସେତେବେଳେ ସେ ତାହା ପଛରେ ଦାୟୀ ଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ଅଛି ା ତାଙ୍କ ନିଯୁକ୍ତି ପଛରେ ଅଛି ଚାଇନା। ଚାଇନାର ବେଲ୍ଟରୋଡ ପ୍ରକଳ୍ପକୁ ମିଳିତ ଜାତିସଂଘ ଏକ ଆବଶ୍ୟକୀୟ ସ୍ଥାୟୀ ବିକାଶ ପ୍ରକଳ୍ପ ଭାବେ ମାନ୍ୟତା ଦେଇଛି ା
ଦିନେ ଆମେରିକା ମିଳିତ ଜାତିସଂଘକୁ କବଜା କରିଥିଲା ଆଉ ଏବେ ଚାଇନା କରିବା ପାଇଁ ଯାଉଛି ା
ଜାପାନ, ଦକ୍ଷିଣ ଆଫ୍ରିକା, ଭାରତ, ଜର୍ମାନୀ ଭଳି ଦେଶ କାହିଁକି ନିରାପତ୍ତା ପରିଷଦର ସଦସ୍ୟ ହେବେ ନାହିଁ ା ମିଳିତ ଜାତିସଂଘର ଶାନ୍ତି ସେନାରେ ଭାରତ ସବୁବେଳେ ବଡ ଭୂମିକା ତୁଲାଇ ଆସିଛି ା ୨ ଲକ୍ଷ ଭାରତୀୟ ସୈନ୍ୟ ବିଭିନ୍ନ ଯୁଦ୍ଧ ଶାନ୍ତି ସେନା ପାଇଁ ଲଢିଛନ୍ତି ା ୧୬୦ ଜଣ ଶହୀଦ ମଧ୍ୟ ହୋଇଛନ୍ତି ା ୨୦୧୭ରେ ଭାରତ ପ୍ରଥମ ଦେଶ ଥିଲା, ଯିଏ ଏକ ପୂରା ବାଟାଲିଆନର ମହିଳା ସେନା ନିୟୋଜିତ କରିଥିଲା ଜାତିସଂଘ ପାଇଁ ା ଏପରି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଜାତିସଂଘ ବିଷୟରେ ଏପରି ପ୍ରସଙ୍ଗ ଉଠାଇ ଭାରତର ଦାବିକୁ ଆହୁରି ମଜଭୁତ କରିଛନ୍ତି ା
କେତେଦିନ ଆଉ ସେହି ୫ଟି ଦେଶର ମନମାନି ଆଗରେ ବାକି ସମସ୍ତ ରାଷ୍ଟ୍ର ମୁଣ୍ଡ ନୁଆଉଁଥିବେ ା ଜାପାନ, ଦକ୍ଷିଣ ଆଫ୍ରିକା, ଭାରତ, ଜର୍ମାନୀ ମିଶି ଜି-୪ ଗଠନ କରି ସେହି ଦାବିକୁ ଆଗରୁ ଉଠାଇ ଆସୁଛନ୍ତି ା
ଭାରତକୁ ପୂର୍ବରୁ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ଦିଆଯିବାର ଆବଶ୍ୟକ ଥିଲା ା
ମାତ୍ର ବର୍ତ୍ତମାନ ଯାଏ ଭାରତକୁ ଏହି ଅଧିକାରରୁ ବଞ୍ଚିତ କରି ରଖାଯାଇଛି ା ହଜାର ହଜାର ବର୍ଷ ଧରି ନିରନ୍ତର ଭାବେ ଚାଲି ଆସିଥିବା ସଭ୍ୟତା ବିଶିଷ୍ଟ ଦେଶ ହେଉଛି ଭାରତ। ହେଲେ କିଛି ଶହ ବର୍ଷ ଭାରତ ପରାଧୀନ ଥିଲା ା ପଶ୍ଚିମି ଗୋରା ଦେଶଗୁଡ଼ିକ ଦ୍ୱାରା ଦୀର୍ଘ ସମୟ ଧରି ଔପନିବେଶିକ ଶୋଷଣର ଶିକାର ହୋଇଥିବା ଦେଶଗୁଡ଼ିକର ପ୍ରତିନିଧି ହେଉଛି ଭାରତ ା ଜାତିସଂଘର ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ସ୍ଥାନ ଦେବାର ଅର୍ଥ ହେଲା ଉପନିବେଶ ଜରିଆରେ ଆର୍ଥିକ ଶୋଷଣ ଓ ସାଂସ୍କୃତିକ ଆକ୍ରମଣର ଶିକାର ହୋଇଥିବା ସମସ୍ତ ଦେଶର ପ୍ରତିିନିଧିତ୍ୱକୁ ସ୍ଥାନ ମିଳିବା ା ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ବିବିଧତାସମ୍ପନ୍ନ ଦେଶ। ଭାରତରେ ଯେତେ ବିବିଧତା ରହିଛି ଅନ୍ୟ କେଉଁଠି ସେତିକି ବିବିଧତା ନାହିଁ ା ଭାରତକୁ ଜାତିସଂଘରେ ଠିକ ପ୍ରତିନିଧିତ୍ୱ ନ ଦେବାର ଅର୍ଥ ହେଲା ବିବିଧତାକୁ ସମ୍ମାନ ନ ଦେବା ା
ଜାତିସଂଘରେ ମତଦାନ ବେଳେ ଲୋକମାନେ ନୁହେଁ ଦେଶମାନେ ଭୋଟ ଦିଅନ୍ତି। ଭାରତର ୧୩୦କୋଟି ଲୋକଙ୍କ ନିକଟରେ ଗୋଟିଏ ଭୋଟ ରହିଛି। ଠିକ ସେହିପରି ୧ ହଜାର ଜନସଂଖ୍ୟା ବିଶିଷ୍ଟ ଭାଟିକାନର ମଧ୍ୟ ଗୋଟିଏ ଭୋଟ ରହିଛି। ଭାଟିକାନ ସିଟିର ଜଣେ ନାଗରିକର ଭୋଟର ମୂଲ୍ୟ ଭାରତର ନାଗରିକର ଭୋଟର ମୂଲ୍ୟଠାରୁ ୧୩୦,୦୦୦୦,୦୦୦ ପ୍ରତିଶତ ଅଧିକ। ଏହା ଭାରତ ସହ ଭେଦଭାବ ନୁହେଁ କି ? ଭାରତ ତା’ର ନିଜର ଅଧିକାର ଦାବି କରୁଛି। ଯଦି ମିଳିତ ଜାତିସଂଘ ଚେତିବ ନାହିଁ ତେବେ ଏହାର ସମାଧାନର ରାସ୍ତା ଭାରତକୁ ହିଁ ବାହାର କରିବାକୁ ପଡିବ।
ହରିରାଜପୁର, ପୁରୀ
ମୋ-୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri