ଭାରତର ଚାପ ଆଗରେ ମୁଣ୍ଡ ନୁଆଇଲା ଆଣ୍ଟିଗୁଆ;ପ୍ରତ୍ୟର୍ପିତ ହେବେ ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୨୬-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ ପ୍ରତ୍ୟର୍ପିତ ହେବେ। ଆଣ୍ଟିଗୁଆ-ବାରବୁଡା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ, ଚୋକ୍‌ସିଙ୍କ ନାଗରିକତାକୁ ରଦ୍ଦ କରାଯିବ ଓ ତାଙ୍କୁ ଭାରତ ପଠାଯିବ। ତାଙ୍କ ଭଳି ଜଣେ ଆର୍ଥିକ ଅପରାଧିଙ୍କୁ ଆଣ୍ଟିଗୁଆ ସୁରକ୍ଷା ଦେବ ନାହିଁ। ତେବେ ସରକାର ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ପାଳନ କରୁଛନ୍ତି। ଅପରାଧିଙ୍କର ମଧ୍ୟ ମୌଳିକ ଅଧିକାର ରହିଛି। ଚୋକ୍‌ସିଙ୍କ ମାମଲା ଏବେ ଅଦାଲତରେ ରହିଛି। ତାଙ୍କୁ ମିଳିଥିବା ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆଣ୍ଟିଗୁଆ ପକ୍ଷରୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ। ଭାରତକୁ ଏ ସମ୍ପର୍କରେ ଜଣାଇଦିଆଯାଇଛି। ଭାରତ ପକ୍ଷରୁ ଚୋକ୍‌ସିଙ୍କ ପ୍ରତ୍ୟର୍ପଣକୁ ନେଇ ଆଣ୍ଟିଗୁଆ ଉପରେ କ୍ରମାଗତ ଚାପ ସୃଷ୍ଟି କରାଯାଇଛି ବୋଲି ବ୍ରାଉନ ସ୍ବୀକାର କରିଛନ୍ତି। କ୍ୟାରିବିୟାନ ଦେଶର ଏହି ନିଷ୍ପତ୍ତି ଯୋଗୁ ଚୋକ୍‌ସିଙ୍କ ବଞ୍ଚତ୍ବାର ସବୁ ରାସ୍ତା ବନ୍ଦ ହୋଇଯାଇଛି।
ସ୍ଥାନୀୟ ଖବର କାଗଜ ଆଣ୍ଟିଗୁଆ ଅବ୍‌ଜରଭରରେ ବ୍ରାଉନଙ୍କ ମନ୍ତବ୍ୟ ପ୍ରକାଶ ପାଇବା ସତ୍ତ୍ୱେ ଭାରତ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ଚୋକ୍‌ସିଙ୍କ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଏଣୁ ସେ ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେଇପାରିବେ ନାହିଁ। ସୂଚନାଯୋଗ୍ୟ ଯେ, ଚୋକ୍‌ସିଙ୍କ ପ୍ରତ୍ୟର୍ପଣ ଲାଗି ଭାରତ କ୍ରମାଗତ ପ୍ରୟାସ ଜାରି ରଖିଛି। ସେ ଅସୁସ୍ଥ ଥିବା ନେଇ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ଭାରତ ଆସିପାରିବେ ନାହିଁ ବୋଲି ଚୋକ୍‌ସି ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ। ତେବେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭାରତକୁ ଆଣିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଣ୍ଟିଗୁଆ ସରକାରଙ୍କ ଦ୍ୱାରା ପଳାତକ ଭାରତୀୟ ହୀରା ବ୍ୟବସାୟୀଙ୍କ ନାଗରିକତ୍ୱ ରଦ୍ଦ କରିବା ପ୍ରକ୍ରିୟାକୁ ଭାରତ ଅପେକ୍ଷା କରିଛି। ଏହାପରେ ହିଁ ଭାରତ ପକ୍ଷରୁ ଔପଚାରିକ ଭାବେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯିବ। ଆସନ୍ତା ମାସରେ ଆଣ୍ଟିଗୁଆର ଏକ କୋର୍ଟରେ ଚୋକ୍‌ସିଙ୍କ ମାମଲାର ଶୁଣାଣି ହେବ। ସେ ସମୟ ପର୍ଯ୍ୟନ୍ତ ତାଙ୍କୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ। ସିଟିଜେନସିପ୍‌ ବାଏ ଇନ୍‌ଭେଷ୍ଟମେଣ୍ଟ ପ୍ରୋଗ୍ରାମ(ସିଆଇପି) ଅଧୀନରେ ଚୋକ୍‌ସି ୨୦୧୮ ଜାନୁୟାରୀରୁ ନାଗରିକତ୍ୱ ନେଇ ଆଣ୍ଟିଗୁଆ-ବାରବୁଡାରେ ବସବାସ କରୁଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଭଣଜା ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସହ ମିଶି ଚୋକ୍‌ସି ପିଏନ୍‌ବିରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଦୁର୍ନୀତି କରି ବିଦେଶ ଫେରାର ହୋଇଯାଇଥିଲେ। ବିଭିନ୍ନ ଦେଶରେ ଲୁଚି ବୁଲିବା ପରେ ଶେଷରେ ସେ ଆଣ୍ଟିଗୁଆରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri