ଭାରତର ଚନ୍ଦ୍ର ଅଭିଯାନ

ଆକାର ପଟେଲ
ପଚାଶ ବର୍ଷ ତଳେ ୧୯୬୯ ମସିହା ଜୁଲାଇ ୨୪ ତାରିଖରେ ଆମେରିକାର ଆପୋଲୋ-୧୧ ମିଶନ ଚନ୍ଦ୍ରପୃଷ୍ଠରୁ ପ୍ରତ୍ୟାବର୍ତ୍ତନ କଲା। ତିନିଜଣ ମହାକାଶଚାରୀ ମାଇକେଲ କଲିନ୍ସ, ଏଡ୍‌ଓ୍ବିନ ଆଲ୍‌ଡ୍ରିନ ଓ ନୀଲ୍‌ ଆର୍ମଷ୍ଟ୍ରଙ୍ଗ ଫ୍ଲୋରିଡ଼ାରୁ ଚନ୍ଦ୍ରପୃଷ୍ଠକୁ ଯାଇ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆଠଦିନ ସମୟ ନେଇଥିଲେ। ଆସନ୍ତାକାଲି (ଜୁଲାଇ ୨୨ ତାରିଖରେ) ଭାରତ ତା’ର ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ପ୍ରେରଣ କରିବାକୁ ଯାଉଛି। ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଏହାକୁ ପ୍ରାୟ ୭ ସପ୍ତାହ ଲାଗିବ। ଆମେରିକା, ରୁଷିଆ ଓ ଚାଇନା ପରେ ଚନ୍ଦ୍ର ଅଭିଯାନରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର। ଅବଶ୍ୟ ଏଥିରେ ସାମର୍ଥ୍ୟ ଓ ଦକ୍ଷତା ବଡ଼ କଥା ନୁହେଁ, ବଡ଼କଥା ହେଉଛି ଏହାକୁ ପ୍ରାଥମିକତା ଦେବା। ଅନ୍ୟ କେତେକ ଦେଶ ଯଥା ଜର୍ମାନୀ, ଫ୍ରାନ୍ସ, ଜାପାନ ପ୍ରଭୃତିଙ୍କ ପାଖରେ ଚନ୍ଦ୍ର ଅଭିଯାନ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଅଛି, ମାତ୍ର ଉଚ୍ଚାଭିଳାଷ ନାହିଁ। କାରଣ ଏହାଦ୍ୱାରା ଟିକସଦାତାଙ୍କର ବିପୁଳ ଅର୍ଥ ବରବାଦ ହେବ ବୋଲି ସେମାନେ ମନେକରନ୍ତି। ଆଣବିକ ଅସ୍ତ୍ରଶସ୍ତ୍ରର ବିକାଶ କ୍ଷେତ୍ରରେ ମଧ୍ୟ ସେମାନେ ସେହି ଏକାପ୍ରକାର ପଥ ଆପଣାଇଛନ୍ତି।
ଚନ୍ଦ୍ର ଅଭିଯାନର ଗୋଟିଏ ଉଦ୍ଦେଶ୍ୟ ହେଉଛି, ଏହା ଆମକୁ ସମଗ୍ର ସୌର ଜଗତ କିପରି ସୃଷ୍ଟି ହୋଇଛି ତାହା ବୁଝିବାରେ ସହାୟକ ହେବ। ଚନ୍ଦ୍ର ହେଉଛି ୩.୫ ନିୟୁତ ବର୍ଷର ପୁରୁଣା ଏବଂ ଏଥିରେ ସୃଷ୍ଟି ହୋଇଥିବା ଗର୍ତ୍ତଗୁଡ଼ିକ ଲକ୍ଷ ଲକ୍ଷ ବର୍ଷ ଧରି ଅପରିବର୍ତ୍ତିତ ରହିଛି କାରଣ ଏହାର ବାୟୁମଣ୍ଡଳ ନାହିଁ ବା କୌଣସି ଆଭ୍ୟନ୍ତରୀଣ ଗତିବିଧି ନାହିଁ। ବାସ୍ତବରେ ଆପୋଲୋ ଅଭିଯାନ ପରେ ଜଣାଗଲା ଯେ, ପୃଥିବୀ ସହ କୌଣସି ବୃହତ୍‌ ମହାଜାଗତିକ ବସ୍ତୁ ମାଡ଼ ହୋଇ ଚନ୍ଦ୍ରର ସୃଷ୍ଟି ହୋଇଛି। ୧୯୬୯ ପରେ ଆମେରିକା ବି ମହାକାଶ ଗବେଷଣା ଉପରେ ବିଶେଷ ମନ ବଳାଇ ନାହିଁ। ଆର୍ମଷ୍ଟ୍ରଙ୍ଗ ଓ ଆଲ୍‌ଡ୍ରିନଙ୍କ ପରେ ଆଉ ୧୦ ଜଣ ଆମେରିକୀୟ ଚନ୍ଦ୍ରପୃଷ୍ଠରେ ପାଦ ଦେଇଛନ୍ତି, କିନ୍ତୁ ଆମେରିକାର ଶେଷ ଅଭିଯାନ ହୋଇଥିଲା ୧୯୭୨ରେ। ୧୯୮୦ ଦଶକରେ ରାଷ୍ଟ୍ରପତି ରୋନାଲ୍‌ଡ ରିଗାନଙ୍କ ସମୟରେ ଆମେରିକା ମହାକାଶ ଯାନ କାର୍ଯ୍ୟକ୍ରମର ବିକାଶ କରିଥିଲା। ଏହା ୨୦୧୧ ମସିହାରେ ଶେଷ ହେଲା। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କଳ୍ପନା ଚାଓ୍ବଲା ୨୦୦୩ରେ ମହାକାଶଯାନ କଲମ୍ବିଆରେ ପ୍ରତ୍ୟାବର୍ତ୍ତନ କରୁଥିବାବେଳେ ଏହା ବାୟୁମଣ୍ଡଳକୁ ପୁନଃପ୍ରବେଶ କରିବା ସମୟରେ ଭାଙ୍ଗିଯିବାରୁ ସେ ମୃତ୍ୟୁବରଣ କରିଥିଲେ। ଏହା ଥିଲା ମହାକାଶଯାନର ଦ୍ୱିତୀୟ ଦୁର୍ଘଟଣା ଏବଂ ପ୍ରଥମଟି ଘଟିଥିଲା ୧୯୮୦ରେ। ଏହି ଦୁଇ ଦୁର୍ଘଟଣାରେ ୧୪ ଜଣଙ୍କର ଜୀବନଦୀପ ନିର୍ବାପିତ ହୋଇଥିଲା। ଶୀତଳଯୁଦ୍ଧର ପରିସମାପ୍ତି ସହ ସୋଭିଏଟ୍‌ ୟୁନିୟନ ବିଖଣ୍ଡିତ ହୋଇଥିଲା ୩୦ ବର୍ଷ ତଳେ। କାରଣ ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକର ବିକାଶ କରିବାରେ ସେମାନଙ୍କର ବିପୁଳ ଅର୍ଥ ବ୍ୟୟିତ ହୋଇଥିଲା, ଯାହା ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ନିକଟରେ କହିଛନ୍ତି ଯେ ସେ ନାସାର ଉଚ୍ଚାଭିଳାଷକୁ ପୁଣି ଜାଗ୍ରତ କରିବେ ଏବଂ ଆମେରିକୀୟ ମହାକାଶଚାରୀମାନେ ୨୦୨୪ ସୁଦ୍ଧା ପୁଣି ଚନ୍ଦ୍ରକୁ ଯିବେ।
ତେବେ ମହାକାଶ ଉପରେ ଏକ ଘରୋଇ କମ୍ପାନୀ ସ୍ପେସ୍‌ଏକ୍ସ କାମ କରୁଛି, ଯାହା ଧନକୁବେର ଯନ୍ତ୍ରୀ ଏଲନ୍‌ ମସ୍କଙ୍କ ଦ୍ୱାରା ପରିଚାଳିତ। ସ୍ପେସ୍‌ଏକ୍ସ ଏପରି କାମ କରିପାରିବ, ଯାହା ନାସା ବି କରିପାରିବନି। ଆଉ ଏକ ଘରୋଇ ମହାକାଶ କମ୍ପାନୀ ବ୍ଲୁ ହରାଇଜନ୍‌ର ବି ଅନୁରୂପ ଦକ୍ଷତା ଅଛି, ଯାହା ଆମାଜନର ମାଲିକ ଜେଫ୍‌ ବେଜୋଙ୍କ ଦ୍ୱାରା ପରିଚାଳିତ। ମଙ୍ଗଳଗ୍ରହରେ ଏକ କଲୋନୀ ପ୍ରତିଷ୍ଠା କରିବା ପାଇଁ ସେ ଯୋଜନା କରି କାର୍ଯ୍ୟ କରିଆସୁଛନ୍ତି।
ଏବେ ଭାରତ ମହାକାଶ କାର୍ଯ୍ୟକ୍ରମ ଉପରେ ବିପୁଳ ଟଙ୍କା ଖର୍ଚ୍ଚ କରିବା ଉପରେ ଦୁଇ ପ୍ରକାର ମତପ୍ରକାଶ ପାଉଛି ଏବଂ ମୋ ମତରେ ଦୁଇଟା ଯାକ ବୈଧ। ପ୍ରଥମଟି ହେଉଛି ଭାରତ ପରି ଏକ ଗରିବ ଦେଶ କେବଳ ଜାତୀୟ ଗୌରବ ବୃଦ୍ଧି ପାଇଁ ନାଗରିକମାନଙ୍କର ବିଶେଷ କଲ୍ୟାଣ ସାଧନ କରୁ ନ ଥିବା କାର୍ଯ୍ୟକ୍ରମରେ ଏତେ ଟଙ୍କା ଖର୍ଚ୍ଚ କରିବା ଉଚିତ ନୁହେଁ। ଅନ୍ୟ ମତଟି ହେଉଛି ଏ ପ୍ରକାର କାର୍ଯ୍ୟକ୍ରମ ବୈଜ୍ଞାନିକ ମାନସିକତାର ବିକାଶରେ ସାହାଯ୍ୟ କରିବ। ଏହି କାରଣରୁ ଉକ୍ତ କାର୍ଯ୍ୟକ୍ରମକୁ ସବୁ ରାଜନୈତିକ ଦଳରୁ ସମର୍ଥନ ମିଳୁଛି। ଆସନ୍ତାକାଲିର ଚନ୍ଦ୍ର ଅଭିଯାନକୁ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୨୦୦୮ ମସିହାରେ ଅନୁମୋଦନ କରିଥିଲେ। ଏହା ଯଦି ସଫଳ ହୁଏ, ତେବେ ଉକ୍ତ ଚନ୍ଦ୍ରଯାନ-୨ ଏକବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ। ଜିଏସ୍‌ଏଲ୍‌ଭି-୩ ସାହାଯ୍ୟରେ ଏହା ଉତ୍‌କ୍ଷେପଣ କରାଯିବ। ୩.୮ ଟନ୍‌ ଓଜନବିଶିଷ୍ଟ ସାଟେଲାଇଟ୍‌ଟି ଚନ୍ଦ୍ରପୃଷ୍ଠରୁ ୧୦୦ କିମି ଉଚ୍ଚତାରେ ରହି ଏହାକୁ ପ୍ରଦକ୍ଷିଣ କରିବ। ଏହାର ଅର୍ବିଟର, ଲ୍ୟାଣ୍ଡର ଓ ରୋଭର ସବୁକିଛି ଆମ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ବିକଶିତ ହୋଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମରେ ଲ୍ୟାଣ୍ଡରର ନାମ ବିକ୍ରମ ରଖାଯାଇଛି, ଯାହା ଅର୍ବିଟରରୁ ବିଚ୍ୟୁତ ହୋଇ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ପ୍ରଜ୍ଞାନ ନାମରେ ନାମିତ ଏକ ରୋବଟିକ୍‌ ରୋଭର ସେଠାରେ ୧୪ ଦିନ ରହି ଚନ୍ଦ୍ରପୃଷ୍ଠର ଖଣିଜ ଓ ରାସାୟନିକ ନମୁନା ସଂଗ୍ରହ କରିବ। ଯଦି ଚନ୍ଦ୍ରଯାନ-୨ ସଫଳ ହୁଏ, ତେବେ ଭାରତ ସାରା ପୃଥିବୀର ଗଣମାଧ୍ୟମରେ ଏକ ଭଲ କାମ ପାଇଁ ଚର୍ଚ୍ଚିତ ହେବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri