ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଆତ୍ମହତ୍ୟା ଦୃଷ୍ଟିରୁ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁ ଆଗରେ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୬.୫% ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ସଂରକ୍ଷଣ ବ୍ୟୁରୋ ରିପୋର୍ଟ ଅନୁସାରେ, ୧୫ରୁ ୨୯ ବର୍ଷ ବୟସର ଯୁବଗୋଷ୍ଠୀ ଆତ୍ମହତ୍ୟା ଭଳି ଏକ ସାମାଜିକ ଅପରାଧକୁ ଆପଣାଇ ନେଉଛନ୍ତି। ତେବେ ପ୍ରତି ଏକ ଘଣ୍ଟାରେ ଭାରତରେ ଜଣେ ଛାତ୍ର ଆତ୍ମହତ୍ୟା କରୁଥିବା ଏହି ରିପୋର୍ଟ ଦର୍ଶାଇଛି। ସୋସିଆଲ ମିଡିଆର ବହୁଳ ବ୍ୟବହାର, ଆର୍ଥିକ ବିଶୃଙ୍ଖଳା, ପରିବାର ମଧ୍ୟରେ ଅସମାନତା, ଶିକ୍ଷା କ୍ଷେତ୍ରରେ ମାନସିକ ଚାପ ପ୍ରଭୃତି ସମସ୍ୟା ଯୁବଗୋଷ୍ଠୀଙ୍କ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ପଛର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ତେବେ ଓଡ଼ିଶାରେ ମଧ୍ୟ ଏହି ଧାରା ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଚିିନ୍ତାର ବିଷୟ। ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଆତ୍ମହତ୍ୟା ଭଳି ଏକ ପ୍ରବୃତ୍ତିର କାରଣ ଓ ନିରାକରଣ ଦିଗରେ ପିପୁଲ୍ସ ଫୋରମ୍ ପକ୍ଷରୁ ପ୍ରଚେଷ୍ଟା କରାଯାଇଛି। ଶୁକ୍ରବାର ଏନେଇ ସ୍ଥାନୀୟ ହୋଟେଲରେ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଭେନ୍ସା, କିଟ୍, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ତଥା ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ଉକ୍ତ ପ୍ରସଙ୍ଗରେ ସେମାନଙ୍କର ଲିଖିତ ମତାମତ ପ୍ରଦାନ କରିଥିଲେ। ଆଲୋଚନାଚକ୍ରରେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟ୍ବାନବେନ୍, ଡିଏଲ୍ସିଏ ସମ୍ପାଦକ ମାନସ ରଞ୍ଜନ ରାୟ, ଏନ୍ସିଡିଏସ୍ ନିର୍ଦ୍ଦେଶକ ପ୍ରଫେସର ସଞ୍ଜିତ ମିଶ୍ର, ପୋଲିସେ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ବିଶିଷ୍ଟ ହେତୁବାଦୀ ପ୍ରତାପ ରଥ ପ୍ରମୁଖ ଯୋଗଦେଇ ଆତ୍ମହତ୍ୟା ପ୍ରବୃତ୍ତିକୁ ରୋକିବା ନିମନ୍ତେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ତରଫରୁ ଆଗକୁ ଏ ଦିଗରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବ୍ୟାପକ ସଚେତନତା କର୍ମଶାଳା ଓ ଆଲୋଚନାଚକ୍ରମାନ କରାଯାଇ ଏହାକୁ ଏକ ମିଶନରେ ପରିଣତ କରାଯିବ ବୋଲି ପିପୁଲ୍ସ ଫୋରମ୍ର ପ୍ରତିଷ୍ଠାତା ତଥା ସଭ୍ୟ ସମ୍ପାଦକ ଗୋବିନ୍ଦ ପଟ୍ଟନାୟକ କହିଛନ୍ତି। ଦିବ୍ୟଜ୍ୟୋତି ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

