Posted inଜାତୀୟ

ଭାରତରେ ‘କରୋନା’ ଛନକା

ନୂଆଦିଲ୍ଲୀ, ୧ା୨(ପି.ଟି.): ଭାରତରେ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ୬ ସନ୍ଦିଗ୍ଧଙ୍କୁ ଚିକିତ୍ସା ଲାଗି ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେରଳରେ ୧୦୫୩ ଜଣ ବ୍ୟକ୍ତିଙ୍କୁ ଅବ୍‌ଜରଭେଶନରେ ରଖାଯାଇଛି। ଦିଲ୍ଲୀର ରାମ୍‌ ମନୋହର ଲୋହିଆ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ୬ ସନ୍ଦିଗ୍ଧଙ୍କ ପରୀକ୍ଷାନିରୀକ୍ଷା କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଜଣେ ମହିଳା ୨୦୧୫ରୁ ଚାଇନାରେ ଥିବାବେଳେ ଭାରତ ଫେରିଥିଲେ। ସମସ୍ତଙ୍କ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ହୁବେଇ ପ୍ରଦେଶର ଉହାନ୍‌ରୁ ଫେରିଥିବା ଜଣେ ଛାତ୍ରୀ ଏଥିରେ ଆକ୍ରାନ୍ତ ହେବା ପରେ କେରଳ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି, ୨୪ ଲୋକଙ୍କ ସାମ୍ପଲ ପୁଣେକୁ ପରୀକ୍ଷା ଲାଗି ପଠାଯାଇଥିବାବେଳେ ୧୫ ଜଣ ହସ୍ପିଟାଲ ଅବ୍‌ଜରଭେଶନରେ ଅଛନ୍ତି। ଅଧିକାଂଶ ସନ୍ଦିଗ୍ଧଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ସେ ମତ ଦେଇଛନ୍ତି। କେରଳ ସରକାର କେତେକ ସରକାରୀ ହସ୍ପିଟାଲ ଡାକ୍ତରଙ୍କ ମୋବାଇଲ ନମ୍ବର ଜାରି କରିଛନ୍ତି। ଥ୍ରିଶୂର୍‌ ଜିଲା ମେଡ଼ିକାଲ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଲୋକଙ୍କ ସୁବିଧା ଲାଗି ମୋବାଇଲ୍‌ ନମ୍ବର ଜାରି କରାଯାଇଛି। ଜନସଚେତନତା ଲାଗି ପ୍ରଚାର ସହ ରୋଗ ପ୍ରତିଷେଧକ ବ୍ୟବସ୍ଥା କରାଯାଉଛି। ଗୁରୁବାର କେରଳରେ ପ୍ରଥମ ଥର ଲାଗି କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତ୍ରିପୁରାର ଜଣେ ଯୁବକ ଏହି ରୋଗ ସଂକ୍ରମଣ ଯୋଗୁ ମାଲେସିଆରେ ବୁଧବାର ପ୍ରାଣ ହରାଇଥିଲେ। ପଡ଼ୋଶୀ ଚାଇନାରେ ଏହି ଭାଇରସ୍‌ ୨୧୫ରୁ ଊର୍ଦ୍ଧ୍ୱ ମୁଣ୍ଡ ନେଇଥିବାବେଳେ ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି। ସେଠାରେ ଥିବା ଭାରତୀୟମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ସ୍ବଦେଶ ଫେରାଇଆଣିବା ଲାଗି ୫ ଜଣିଆ ଡାକ୍ତରୀ ଟିମ୍‌କୁ ନେଇ ଏୟାର୍‌ ଇଣ୍ଡିଆର ୪୨୩ ସିଟର୍‌ ଜୁମ୍ବୋ ବିମାନ ଶୁକ୍ରବାର ଅପରାହ୍ନରେ ଉହାନ୍‌ ଅଭିମୁଖେ ଯାଇଥିଲା। ସେଠାରୁ ୩୭୦ ଜଣଙ୍କୁ ବିମାନରେ ଅଣାଯାଉଛି। ୨ ଜଣଙ୍କୁ ଜ୍ୱର ହୋଇଥିବାରୁ ସେମାନଙ୍କୁ ଅଣାଯାଇନଥିବା ଜଣାପଡିଛି। ଦକ୍ଷିଣ ଦିଲ୍ଲୀରେ ସଂକ୍ରମଣ ପରୀକ୍ଷା ଲାଗି ଆଇଟିବିପି ପକ୍ଷରୁ ୬୦୦ ବେଡ୍‌ର ସୁବିଧା କରାଯାଇଛି। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରକାଶଥାଉ କି, ଚାଇନାରେ କରୋନା ଭାଇରସ୍‌ ମୁଣ୍ଡ ନେବା ପରେ ଏବେ ପ୍ରାୟ ୧୭ଟି ଦେଶକୁ ଏହି ରୋଗ ସଂକ୍ରମଣ କରିସାରିଲାଣି। ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ ଗ୍ଲୋବାଲ୍‌ ହେଲ୍‌ଥ ଇମରଜେନ୍‌ସି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?