Posted inଜାତୀୟ

ଭାରତରେ ‘କରୋନା’ ଛନକା

ନୂଆଦିଲ୍ଲୀ, ୧ା୨(ପି.ଟି.): ଭାରତରେ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ୬ ସନ୍ଦିଗ୍ଧଙ୍କୁ ଚିକିତ୍ସା ଲାଗି ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେରଳରେ ୧୦୫୩ ଜଣ ବ୍ୟକ୍ତିଙ୍କୁ ଅବ୍‌ଜରଭେଶନରେ ରଖାଯାଇଛି। ଦିଲ୍ଲୀର ରାମ୍‌ ମନୋହର ଲୋହିଆ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ୬ ସନ୍ଦିଗ୍ଧଙ୍କ ପରୀକ୍ଷାନିରୀକ୍ଷା କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଜଣେ ମହିଳା ୨୦୧୫ରୁ ଚାଇନାରେ ଥିବାବେଳେ ଭାରତ ଫେରିଥିଲେ। ସମସ୍ତଙ୍କ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ହୁବେଇ ପ୍ରଦେଶର ଉହାନ୍‌ରୁ ଫେରିଥିବା ଜଣେ ଛାତ୍ରୀ ଏଥିରେ ଆକ୍ରାନ୍ତ ହେବା ପରେ କେରଳ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି, ୨୪ ଲୋକଙ୍କ ସାମ୍ପଲ ପୁଣେକୁ ପରୀକ୍ଷା ଲାଗି ପଠାଯାଇଥିବାବେଳେ ୧୫ ଜଣ ହସ୍ପିଟାଲ ଅବ୍‌ଜରଭେଶନରେ ଅଛନ୍ତି। ଅଧିକାଂଶ ସନ୍ଦିଗ୍ଧଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ସେ ମତ ଦେଇଛନ୍ତି। କେରଳ ସରକାର କେତେକ ସରକାରୀ ହସ୍ପିଟାଲ ଡାକ୍ତରଙ୍କ ମୋବାଇଲ ନମ୍ବର ଜାରି କରିଛନ୍ତି। ଥ୍ରିଶୂର୍‌ ଜିଲା ମେଡ଼ିକାଲ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଲୋକଙ୍କ ସୁବିଧା ଲାଗି ମୋବାଇଲ୍‌ ନମ୍ବର ଜାରି କରାଯାଇଛି। ଜନସଚେତନତା ଲାଗି ପ୍ରଚାର ସହ ରୋଗ ପ୍ରତିଷେଧକ ବ୍ୟବସ୍ଥା କରାଯାଉଛି। ଗୁରୁବାର କେରଳରେ ପ୍ରଥମ ଥର ଲାଗି କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତ୍ରିପୁରାର ଜଣେ ଯୁବକ ଏହି ରୋଗ ସଂକ୍ରମଣ ଯୋଗୁ ମାଲେସିଆରେ ବୁଧବାର ପ୍ରାଣ ହରାଇଥିଲେ। ପଡ଼ୋଶୀ ଚାଇନାରେ ଏହି ଭାଇରସ୍‌ ୨୧୫ରୁ ଊର୍ଦ୍ଧ୍ୱ ମୁଣ୍ଡ ନେଇଥିବାବେଳେ ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି। ସେଠାରେ ଥିବା ଭାରତୀୟମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ସ୍ବଦେଶ ଫେରାଇଆଣିବା ଲାଗି ୫ ଜଣିଆ ଡାକ୍ତରୀ ଟିମ୍‌କୁ ନେଇ ଏୟାର୍‌ ଇଣ୍ଡିଆର ୪୨୩ ସିଟର୍‌ ଜୁମ୍ବୋ ବିମାନ ଶୁକ୍ରବାର ଅପରାହ୍ନରେ ଉହାନ୍‌ ଅଭିମୁଖେ ଯାଇଥିଲା। ସେଠାରୁ ୩୭୦ ଜଣଙ୍କୁ ବିମାନରେ ଅଣାଯାଉଛି। ୨ ଜଣଙ୍କୁ ଜ୍ୱର ହୋଇଥିବାରୁ ସେମାନଙ୍କୁ ଅଣାଯାଇନଥିବା ଜଣାପଡିଛି। ଦକ୍ଷିଣ ଦିଲ୍ଲୀରେ ସଂକ୍ରମଣ ପରୀକ୍ଷା ଲାଗି ଆଇଟିବିପି ପକ୍ଷରୁ ୬୦୦ ବେଡ୍‌ର ସୁବିଧା କରାଯାଇଛି। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରକାଶଥାଉ କି, ଚାଇନାରେ କରୋନା ଭାଇରସ୍‌ ମୁଣ୍ଡ ନେବା ପରେ ଏବେ ପ୍ରାୟ ୧୭ଟି ଦେଶକୁ ଏହି ରୋଗ ସଂକ୍ରମଣ କରିସାରିଲାଣି। ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ ଗ୍ଲୋବାଲ୍‌ ହେଲ୍‌ଥ ଇମରଜେନ୍‌ସି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri