ଭାରତକୁ ବିଶ୍ୱରେ ୧ ନମ୍ବର କରିବାର ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୧୦(ବ୍ୟୁରୋ): ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱରେ ୧ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି। ସୋମବାର ସୁନ୍ଦରଗଡଠାରେ ଭାରତ ସ୍କାଉଟ ଏବଂ ଗାଇଡ୍‌ସ ରାଷ୍ଟ୍ରୀୟ ମୁଖ୍ୟାଳୟ ତରଫରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ପାଇଁ ଆୟୋଜିତ ହେଉଥିବା ଯୁବଫୋରମ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ବର୍ତ୍ତମାନ ପ୍ରତି କ୍ଷଣରେ ଲୋକମାନେ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। ଯୁବପିଢିମାନେ ଏବେ ଭବିଷ୍ୟତକୁ ଦେଖି ନୂଆ ଭାରତ ଗଢିବାର କଳ୍ପନା କରିବା ଦରକାର। ଯୁବବର୍ଗ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶଭାବେ ବନାଇବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ଭଳି ଦୁଇଟି ବଡ଼ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସେହି ସମୟରୁ ଏପର୍ଯ୍ୟନ୍ତ ଜାପାନ୍‌ ନିଜ ଦୃଢ ଇଚ୍ଛାଶକ୍ତି ଓ ନିଷ୍ପତ୍ତି କାରଣରୁ ଏବେ ବିକଶିତ ରାଷ୍ଟ୍ରଭାବେ ଉଭା ହୋଇପାରିଛି। ଜାପାନ ପାଖରେ ୧ ପ୍ରତିଶତ ଲୁହା ପଥର ନ ଥାଇ ମଧ୍ୟ ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡିକ ପାଖରୁ କଞ୍ଚାମାଲ କିଣି ନିଜ ଦେଶରେ କମ୍‌ ମୂଲ୍ୟରେ ଇସ୍ପାତ୍‌ ଉପତ୍ାଦ ତିଆରି କରି ବିକ୍ରି କରୁଛି। ଜାପାନ ଯୁବକମାନଙ୍କ ଉଦ୍ୟମ ଯୋଗୁ ବିଶ୍ୱରେ ଏହା ଅଗ୍ରଣୀ ଦେଶ ହୋଇପାରିଛି। ଦୀର୍ଘଦିନ ଧରି ସଂଗ୍ରାମ କରିବାପରେ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରଠାରୁ ଏ ପର୍ଯ୍ୟନ୍ତ ଭଲ ଅର୍ଥନୀତି ଥାଇ ସତ୍ତ୍ୱେ ସମ୍ପ୍ରତି ବିକଶିତ ରାଷ୍ଟ୍ରଭାବେ ପରିଗଣିତ ହୋଇପାରିନାହିଁ। ଖଣିଜ ସମ୍ବଳରେ ଭରପୂର ସୁନ୍ଦରଗଡ ଜିଲା ଓ ରାଉରକେଲା ଭଳି ଇସ୍ପାତ୍‌ କାରଖାନା ଥାଇ ସୁଦ୍ଧା ଏଠାର ଉପତ୍ାଦିତ ଜିନିଷ ଜାପାନର ଇସ୍ପାତ୍‌ଠାରୁ ଶସ୍ତା ମୂଲ୍ୟରେ ବିକ୍ରି ହୋଇପାରୁନାହିଁ। ଆଜିର ଦିନରେ ଏହି ପ୍ରସଙ୍ଗରେ ଯୁବପିଢିଙ୍କୁ ଭାବିବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri