ଭାରତକୁ ଟାଣିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୫।୧: ଆମେରିକାର ରକେଟ ମାଡ଼ରେ ଇରାନ ସେନାର କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀ ନିହତ ହେବାର ଦିନକ ପରେ ବାଗ୍‌ଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରାଯାଇଛି। ଏହି ଘଟଣାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ଯୁଦ୍ଧର ରୂପ ନେଇପାରେ ବୋଲି ଅନେକେ ଆଶଙ୍କା କରୁଛନ୍ତି। ତେବେ ଏହା ଯୁଦ୍ଧ ଆରମ୍ଭ କରିବା ପାଇଁ ନୁହେଁ ବରଂ ବନ୍ଦକରିବା ପାଇଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ। ଅନ୍ୟ ପକ୍ଷରେ ସେ ଏହି ବିବାଦ ମଧ୍ୟକୁ ଭାରତକୁ ଟାଣିଛନ୍ତି। ନିହତ ସୋଲେମାନୀଙ୍କର ନୂଆଦିଲ୍ଲୀ ଏବଂ ଲଣ୍ଡନରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମ୍ପୃକ୍ତି ଥିଲା ବୋଲି ଟ୍ରମ୍ପ୍‌ କହିଛନ୍ତି। ୨୦୧୨ ଫେବୃୟାରୀ ୧୩ରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣକୁ ସେ ଇଙ୍ଗିତ କରିଛନ୍ତି। ସୋଲେମାନୀ ହତ୍ୟା ପାଇଁ ଆମେରିକା ନିନ୍ଦିତ ହୋଇଥିବାବେଳେ ଏବେ ଭାରତ ସମେତ ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକରୁ କୂଟନୈତିକ ସମର୍ଥନ ହାସଲ କରିବାକୁ ଟ୍ରମ୍ପ୍‌ ଏଭଳି ଉଦ୍ୟମ କରୁଥିବା କୁହାଯାଉଛି।
୨୦୧୨ ଫେବୃୟାରୀରେ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସର କୂଟନୀତିଜ୍ଞଙ୍କ ସ୍ତ୍ରୀ ତାଙ୍କ ପିଲାମାନଙ୍କୁ ସ୍କୁଲରୁ ଆଣିବାକୁ ଯାଉଥିବାବେଳେ ତାଙ୍କ କାର ଉପରକୁ ବୋମାମାଡ଼ ହୋଇଥିଲା। ଏହି ବୋମାମାଡ଼ ସହ ସୋଲେମାନୀ ନେତୃତ୍ୱାଧୀନ ଇରାନର ରିଭଲ୍ୟୁଶନାରୀ ଗାର୍ଡସ ସମ୍ପୃକ୍ତ ଥିବା ଦିଲ୍ଲୀ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ନୂଆଦିଲ୍ଲୀ ତେହେରାନକୁ ଚେତାବନୀ ଦେଇଥିଲା। ଇରାନ ବୈଜ୍ଞାନିକଙ୍କ ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଏହାର ପ୍ରତିଶୋଧ ନେବା ପାଇଁ ସେହି ସମୟରେ ଥାଇଲାଣ୍ଡ ଓ ଜର୍ଜିଆରେ ଥିବା ଇସ୍ରାଏଲ ଦୂତାବାସକୁ ମଧ୍ୟ ଟାର୍ଗେଟ କରି ବୋମାମାଡ଼ ହୋଇଥିଲା।
ସୋଲୋମାନୀ ହତ୍ୟା ଘଟଣାକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ତେବେ ସୋଲେମାନୀ କେବଳ ଇରାନର କମାଣ୍ଡର ଜେନେରାଲ ନ ଥିଲେ ସେ ଆତଙ୍କବାଦୀ ସଂଗଠନର କମାଣ୍ଡର ଥିଲେ ଏବଂ ଇରାନ ବାହାରେ ଛାୟାଯୁଦ୍ଧ ଚଳାଇଥିଲେ ବୋଲି ଟ୍ରମ୍ପ୍‌ ଓ ତାଙ୍କ ସହଯୋଗୀମାନେ ଦାବି କରିଛନ୍ତି। ନିରୀହ ଲୋକମାନଙ୍କୁ ହତ୍ୟାକରିବା ସୋଲେମାନୀଙ୍କର ଏକ କୁତ୍ସିତ ମାନସିକତା ଥିଲା। ସେ ଆମେରିକା ସୈନ୍ୟ, ନୌସେନା, ବାୟୁସେନା ଓ କୂଟନୀତିଜ୍ଞମାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଏବେ ତାଙ୍କର ଆତଙ୍କବାଦୀ ସାମ୍ରାଜ୍ୟର ଅନ୍ତ ହେଲା ବୋଲି ଟ୍ରମ୍ପ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?