ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁନାମେଣ୍ଟ: ବାରିକ ଚ୍ୟାଲେଞ୍ଜର ଉଦ୍ୟାନବନ୍ଧ ବିଜୟୀ

କୋମନା,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ମିନି ଷ୍ଟାଡିୟମରେ ଭେଲା ଫୁଟବଲ ଆସୋସିଏଶନ ପକ୍ଷରୁ ଚାଲିଥିବା ପ୍ରଥମ ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଦ୍ୱିତୀୟ ମ୍ୟାଚରେ ଉଦ୍ୟାନବନ୍ଧ ବାରିକ ଚ୍ୟାଲେଞ୍ଜର ବିଜୟୀ ହୋଇଛି। ମଙ୍ଗଳବାର ପୁଲ ଏ’ର ମ୍ୟାଚରେ ବାରିକ ଚ୍ୟାଲେଞ୍ଜର ଉଦ୍ୟାନବନ୍ଧ ଓ ଖଇରା (ବୋଡେନ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ନିର୍ଦ୍ଧାରିତ ସମୟରେ ବାରିକ ଚ୍ୟାଲେଞ୍ଜର ଦଳ ଖଇରା ଦଳକୁ ୭ ଗୋଲ ଦେଇଥିଲା। ଖଇରା ଦଳ କେବଳ ୨ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଫଳରେ ବାରିକ ଚ୍ୟାଲେଞ୍ଜର ୭-୨ ଗୋଲରେ ଖଇରାଠାରୁ ଏକ ତରଫା ଭାବେ ଏହି ମ୍ୟାଚକୁ ବିଜୟ ଲାଭ କରିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଭିଏଡବ୍ଲ୍ୟୁ ଜଗନ୍ନାଥ ସୁନା, ସାମାଜିକ କର୍ମୀ ଦୁଲୁ ସୁପକାର, ଲକ୍ଷଣ ଦଣ୍ଡସେନା, ସୁନାଲାଲ ଦଣ୍ଡସେନା, ଲିଟୁ ମହାନ୍ତି, ପିଇଓ ମୋହନ ଚନ୍ଦନ ପ୍ରମୁଖ ଯୋଗଦେଇଥିଲେ। ବଳରାମ ସରାଫ, ଗୁଡୁ ମାଝି ଓ ବନ ସାହୁ ଏବଂ ତ୍ରିନାଥ କୁମ୍ଭାର ଖେଳ ପରିଚାଳନା କରିଥିବା ବେଳେ ଅମନ ଛତ୍ରିଆ ଓ ମୁକେଶ ଯୋଷୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ କମିଟି ସଦସ୍ୟ କ୍ଷୁଦ୍ରଦେବ ଶବର, ହେତୁରାମ ଶବର, ସାଗର ଶବର, ଲିଟୁ ସେଠୀ, ଆଶିଶ ଶବର, ପରେଶ ଶବର, ରାହୁଲ ଶବର ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

ମାଲକାନଗିରିରୁ ଉଡ଼ିବ ଡବଲ ଇଞ୍ଜିନ ବିମାନ

ମାଲକାନଗିରି, ୧୩।୭(ଗୌରିଶଙ୍କର ପଣ୍ଡା): ମାଲକାନଗିରି ବିମାନବନ୍ଦରକୁ ଏବେ କେବଳ ଛୋଟ ବିମାନ ଚଳାଚଳ କରାଯିବ ନାହିଁ। ଆଗକୁ ପ୍ରାୟ ୧୨୦ ଆସନ ବିଶିଷ୍ଟ ଡବଲ ଇଞ୍ଜିନ ଯାତ୍ରୀବାହୀ…

ବସ୍–କାର୍ ମୁହାଁମୁହିଁ ଧକ୍କା: କାର୍ ଚାଳକ ମୃତ, ୩ ଗୁରୁତର

ଢେଙ୍କାନାଳ, ୧୩।୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ–କପିଳାସ–ହରିପୁର ରାସ୍ତାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ କାର୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri