Posted inଜାତୀୟ

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ ଷ୍ଟିଲ ଜଗ୍‌ ଓ ପେପର କପ୍‌ ରଖାଯାଇଛି। ଏଥିସହ କାର୍ଯ୍ୟାଳୟରେ ଆସୁଥିବା ଲୋକମାନଙ୍କ ପାଇଁ କିଛି ସ୍ଥାନରେ ସ୍ବତନ୍ତ୍ର ପାଣି ମେଶିନ୍‌ର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ରବିବାର ଦଳ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ସାପ୍ତାହିକ ଛୁଟି ରହିଥିବାରୁ ଏହି ନିୟମ ସୋମବାରଠାରୁ ଲାଗୁ କରାଯାଇଛି। ସମଗ୍ର ଦେଶରେ ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନା କରୁଥିବା ନେଇ ଦଳର ରାଷ୍ଟ୍ରିୟ ପ୍ରବକ୍ତା ବିଜୟ ସୋନକର ଶାସ୍ତ୍ରୀ କହିଛନ୍ତି। ଏଥିସହ ରାଷ୍ଟ୍ରୀୟ ସ୍ତରରେ ଏହାକୁ ଲାଗୁ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ତଥା ଅକ୍ଟୋବର ୨ରୁ ଆରମ୍ଭ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହେଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri