ଭାଜପାକୁ ଗୋଡ଼ଟଣା ମାରିଲା

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରୀ ଦଳ ସମେତ ଶକ୍ତିଶାଳୀ ବିରୋଧୀ ଦଳର ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ସରକାରୀ ଦଳଠାରୁ ଯେତିକି ସ୍ବଚ୍ଛତା ଏବଂ ସଚ୍ଚୋଟତା ଆଶା କରାଯାଏ ତାହାଠାରୁ କିଛି ଅଧିକ ସ୍ପଷ୍ଟବାଦିତା ବିରୋଧୀ ଦଳଠାରୁ ଆଶା କରିଥାଆନ୍ତି ଜନସାଧାରଣ। ତେବେ ଓଡ଼ିଶାରେ ତାହା ଦେଖାଯାଉ ନାହିଁ।
ଗୋଷ୍ଠୀ କନ୍ଦଳ ଯୋଗୁ ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ସତ୍ତା ହରାଇବା ସ୍ଥିତିରେ ପହଞ୍ଚିଛନ୍ତି । ଗତ ପଞ୍ଚାୟତ ଓ ପାୈର ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ଭାଜପା ଶୋଚନୀୟ ପରାଜୟ ବରଣ କରିଛି। କେବଳ ଗାଁ ଭୋଟର ନୁହନ୍ତି, ସହର ଭୋଟର ମଧ୍ୟ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଉଭୟ ନିର୍ବାଚନରୁ ଏହା ଜଳଜଳ ହୋଇ ଦିଶୁଛି। ନିକଟରେ ଶେଷ ହୋଇଥିବା ଜିଲା ପରିଷଦ ନିର୍ବାଚନରେ ମୋଟ ୮୫୨ ଆସନରୁ ଭାଜପାକୁ ମାତ୍ର ୪୨ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୧୦ଟି ଜିଲାରେ ଦଳ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ବେଳେ ୯ଟି ଜିଲାରେ କେବଳ ଗୋଟିଏ ଲେଖାଏ ସିଟ୍‌ ପାଇବାରେ ସକ୍ଷମ ହୋଇଛି। ସେହିପରି ୧୦୫ ପାୈର ପରିଷଦ/ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚନରେ ଦଳକୁ ମାତ୍ର ୧୬ଟି ସିଟ୍‌ ମିଳିପାରିଛି।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଭାଜପା କର୍ମୀଙ୍କ ଉତ୍ସାହ ଏବଂ ଲଢ଼ିବାର ଇଚ୍ଛାକୁ ସମାଲୋଚନା କରିହେବ ନାହିଁ। କେତେଜଣ ପ୍ରାର୍ଥୀ ଓ କର୍ମୀଙ୍କୁ ନିକଟରୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ ସେମାନଙ୍କର ଉତ୍ସାହ ଏବଂ ଜିଦ୍‌ରେ ଅଭାବ ନ ଥିଲା। କିନ୍ତୁ ଦଳୀୟ ନେତୃତ୍ୱ ସେମାନଙ୍କୁ ମଝି ସମୁଦ୍ରରେ ପକାଇ ଦେଲା ଭଳି ସମସ୍ତେ ଅନୁଭବ କରୁଛନ୍ତି। ବିଶେଷ କରି ହାତଗଣତି ଦଳୀୟ ନେତୃତ୍ୱଙ୍କ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ଦଳର ପରାଜୟ ହୋଇଛି। କ୍ଷମତାଶାଳୀ କେନ୍ଦ୍ରମନ୍ତ୍ରୀ, ଏମ୍‌ପି ଓ ଦଳର ଅନ୍ୟାନ୍ୟ ଟାଣୁଆ ନେତା ଥିବା ସତ୍ତ୍ୱେ ଦଳକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ଏହି ପରାଜୟ ପାଇଁ ଗୋଷ୍ଠୀ କନ୍ଦଳ ଓ ଦଳୀୟ ନେତୃତ୍ୱକୁ ଭାଜପାର କେତେଜଣ ନେତା ଓ କର୍ମୀମାନେ ଦାୟୀ କରିଛନ୍ତି । ପାୈର ନିର୍ବାଚନରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା କଥାକୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ନିଜେ ମଧ୍ୟ ହଜମ କରିପାରି ନାହାନ୍ତି । ଏଥିପାଇଁ ସେ ସିଧାସଳଖ ଭାଜପା ନେତୃତ୍ୱଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି ଯେ ପାୈର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି। ରାଜ୍ୟ ନେତୃତ୍ୱ ଯଦି ଦୃଢ଼ ହୋଇଥାଆନ୍ତା ତାହାହେଲେ ଏଭଳି ଅବସ୍ଥା ହୋଇ ନ ଥାଆନ୍ତା ବୋଲି ଅପରାଜିତା କହିଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଓଡ଼ିଶାରେ ମୋଦି ହାଓ୍ବାର ପ୍ରଭାବ ଦୁର୍ବଳ ରହିଛି। ଏଥିସହିତ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଆଭିମୁଖ୍ୟ ଯୋଗୁ ଓଡ଼ିଶା ଭାଜପା ଉଧେଇବାରେ ସକ୍ଷମ ହୋଇପାରୁ ନାହିଁ। ଏହାର ଉଦାହରଣ ସ୍ବରୂପ ସେମାନେ ୩ଟି କର୍ପୋରେଶନ ମେୟର ଭୋଟର ସଂଖ୍ୟା ଦର୍ଶାଉଛନ୍ତି। ଏଥିରୁ ଖିଅ ଟାଣି ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ସବୁ କଥାକୁ ମାଡ଼ି ବସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ସାଧାରଣ ଲୋକଙ୍କ ଭିତରେ ଗ୍ରହଣୀୟତାର ଘୋର ଅଭାବ ରହିଛି।
କଟକ ମହାନଗର ନିଗମର ଭାଜପା ମେୟର ପ୍ରାର୍ଥୀ ଶ୍ରୀତମ ଦାସ କହିଛନ୍ତି, କଟକରେ ମୁଁ ମେୟର ପ୍ରାର୍ଥୀ ହେବି ବୋଲି ପୂର୍ବରୁ ଜାଣି ନ ଥିଲି। ନାମାଙ୍କନପତ୍ର ଦାଖଲର ଦିନକ ପୂର୍ବରୁ ଅର୍ଥାତ୍‌ ୬ ତାରିଖ ରାତି ୧୧ଟାରେ ମୋତେ ସୂଚନା ଦିଆଗଲା । ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କଲି। ଆମେ କେହି କାହାକୁ ଜାଣି ନ ଥିଲୁ । ଦଳ ପକ୍ଷରୁ ଯଦି ଆମକୁ ମିଳିତ ସମର୍ଥନ ମିଳିଥାଆନ୍ତା ହୁଏତ ଆମର ଫଳାଫଳ ଆହୁରି ଭଲ ହୋଇଥାଆନ୍ତା ।
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମର ଭାଜପା ମେୟର ପ୍ରାର୍ଥୀ ସୁନୀତ ମୁଣ୍ଡ କହିଛନ୍ତି ଯେ ଆମକୁ କାହାକୁ ପଇସା ଦିଆଯାଇନି । ମୋର ଓ ଅପରାଜିତାଙ୍କର କିଛି ଶୁଭାକାଂକ୍ଷୀ ଥିଲେ। ସେମାନଙ୍କ ଆଶୀର୍ବାଦ ଆମକୁ ମିଳିଛି। ଦଳରେ ଏତେ ବଡ଼ ବଡ଼ ଲୋକ ଅଛନ୍ତି ସେମାନଙ୍କ ବିଷୟରେ ମୁଁ କ’ଣ କହିବି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri