ଦିଗପହଣ୍ଡି,୬ା୯(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଗୁରୁବାର ଅପରାହ୍ନରେ ଅସବର୍ଣ୍ଣ ଗୋଷ୍ଠୀଙ୍କ ପକ୍ଷରୁ ନିରଞ୍ଜନ ନାୟକ, ନକୁଳ ନାୟକ, ତାରିଣୀ ବଡ଼ ପରିଜା, ରମେଶ ବେହେରା, ସୁଦାମ ନାୟକ, ସହଦେବ ନାୟକ, ବଳରାମ ନାୟକ ସରପଞ୍ଚ ବାବୁଲା ମଲ୍ଲିକଙ୍କୁ ସମସ୍ତ ଘଟଣା ଅବଗତ କରିବାପରେ ପାଟପୁର ଥାନାରେ ଏତଲା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ସବର୍ଣ୍ଣ ଗୋଷ୍ଠୀର ଯୁବକମାନେ ଗଁାରେ ଶୋଭାଯାତ୍ରା କରି ଭସାଣି ଉତ୍ସବ ସାରିଥିଲେ। ପରେ ଅସବର୍ଣ୍ଣ ଗୋଷ୍ଠୀଙ୍କ ଭସାଣି ଶୋଭାଯାତ୍ରାକୁ ସବର୍ଣ୍ଣ ଗୋଷ୍ଠୀ ବିରୋଧ କରିଥିଲେ। ପ୍ରତିବାଦ କରିବାରୁ ରାତି ପ୍ରାୟ ସାଢ଼େ ୭ଟାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଓ ଧାସ୍ତାଧସ୍ତି ହୋଇଥିଲା। ସେଥିରେ ଅସବର୍ଣ୍ଣ ଗୋଷ୍ଠୀର ୧୦ରୁ ଊର୍ଦ୍ଧ୍ୱ ମହିଳା ଓ ଯୁବକ ଆହତ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି। ଗତ ବିଧାନସଭା ନିର୍ବାଚନ ପରଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକପଞ୍ଝା ଲାଗି ରହିଛି। ଅସବର୍ଣ୍ଣ ଲୋକଙ୍କୁ ଭୋଜି କାର୍ଯ୍ୟ ନିମନ୍ତେ କଲ୍ୟାଣ ମଣ୍ଡପ ଦିଆଯାଉନାହିଁ, ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଥିବା ନଳକୂପରୁ ପାଣି ନେବା ପାଇଁ ବାରଣ କରାଯାଇଛି। ପୋଖରୀ ତୁଠ ବ୍ୟବହାର କରିବାକୁ ଦିଆଯାଉନାହିଁ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ପ୍ରକଳ୍ପ ଖରାପ ହେବା ପରେ ମରାମତି ପାଇଁ ଦୀର୍ଘ ଦିନ ହେଲା ଲୋକେ ଦାବି କରୁଥିଲେ ମଧ୍ୟ ସବର୍ଣ୍ଣ ଲୋକଙ୍କ ଚାପରେ ମରାମତି ହେଉ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷେ ସବର୍ଣ୍ଣ ଗୋଷ୍ଠୀଙ୍କ ପକ୍ଷରୁ ଅରୁଣ ସାହୁ, ଗଙ୍ଗାଧର ସାହୁ, ସମ୍ବାରୁ ସାହୁ, ବୁଲୁ ସାହୁ, ନିରଞ୍ଜନ ସାହୁ, ରବି ସାହୁ, ଉମା ସାହୁ ପ୍ରମୁଖ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ ପାଇଁ ଶୁକ୍ରବାର ଉଭୟ ଗୋଷ୍ଠୀର ମୁଖିଆମାନଙ୍କୁ ଥାନାକୁ ଡାକିଥିବା ଜଣାପଡିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ
ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…
ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ
ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…
ମୁଖ୍ୟମନ୍ତ୍ରୀ ବସ୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍ ଏବଂ ବାଇକ୍…
ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ
ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…
ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର
ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…
ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…
ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…
ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍ ପୋଲିସ
ବରଗଡ଼/ଗାଇସିଲେଟ୍,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍ କରିଛି । ଶନିବାର ଜିଲାର ଗାଇସିଲେଟ୍ ଥାନା ପୋଲିସ ୭୩୩ ବୋତଲ…
ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ
ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…
Archives

