Posted inଖେଳ

ଭଲ ଫଳାଫଳା ପାଇଁ ରିସ୍କ ନେବାକୁ ହେବ: କୋହଲି

ବେଙ୍ଗାଲୁରୁ,୨୩।୯(ପି.ଟି.)- ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ସନ୍ତୁଳିତ ତଥା ଶକ୍ତିଶାଳୀ ଦଳ ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଏଥିପାଇଁ ରିସ୍କ ନେବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଠାରେ ଖେଳାଯାଇଥିବା ଅନ୍ତିମ ଟି୨୦ ମ୍ୟାଚ୍‌ରେ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମସ୍ତେ ଚେଜ୍‌ କରିବାକୁ ପସନ୍ଦ କରିଥାନ୍ତି। କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହେଲା ଓ ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ତେବେ କୋହଲି ଏ ନେଇ କୌଣସି ଅନୁଶୋଚନା କରିନାହାନ୍ତି। ଏକ ଶକ୍ତିଶାଳୀ ଦଳ ଗଠନ ପାଇଁ ଏଭଳି ରିସ୍କ ନେବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପରିକି ବିଜୟ ହାସଲ କରିବାକୁ ମଧ୍ୟ ରିସ୍କ ନେବାକୁ ହୋଇଥାଏ। ମ୍ୟାଚ୍‌ ଖେଳିବା ପୂର୍ବରୁ କିଛି ପୂର୍ବରୁ ସ୍ଥିର ହୋଇ ନ ଥାଏ ଓ କୌଣସି ଜିନିଷରେ ଗ୍ୟାରେଣ୍ଟ ନ ଥାଏ ବୋଲି ମ୍ୟାଚ୍‌ ପରର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି।
ବେଳେବେଳେ ସୁବିଧାଜନକ ସ୍ଥିତିରୁ ଆମକୁ ଊର୍ଦ୍ଧ୍ୱକୁ ଉଠିବାକୁ ହେବ। ଏହା ହେଲେ ଆମେ ଟସ୍‌ ଉପରେ ନିର୍ଭର କରିବୁ ନାହୁଁ। ସବୁବେଳେ ଟସ୍‌ ଜିତିବା ସମ୍ଭବ ହୋଇ ନଥାଏ। ତେଣୁ ପ୍ରଥମେ କିମ୍ବା ପରେ ବ୍ୟାଟିଂ କରି କିପରି ବିଜୟୀ ହେବୁ ତାହା ଉପରେ ଆମକୁ କାର୍ଯ୍ୟ କରିବାକୁ ହେବ। ଭାରତୀୟ ବ୍ୟାଟିଂ ଲାଇନ୍‌ ବେଶ୍‌ ଦୃଢ଼ ହୋଇଥିଲେ ମଧ୍ୟ ତୃତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ୯ ଉଇକେଟର ପରସ୍ତ ହୋଇଛି। ଫଳରେ ଏହି ସିରିଜ ଶେଷରେ ୧-୧ରେ ଡ୍ର ରହିଛି। ପ୍ରଥମେ ବ୍ୟାଟିଂ ହେଉ କି ବୋଲିଂ ଏକ ଶ୍ରେଷ୍ଠ ଦଳ ସହ ପଡିଆକୁ ଓହ୍ଲାଇବା ଓ ସବୁ ପ୍ରକାର ପରସ୍ଥିତିରେ ଭଲ ପ୍ରଦର୍ଶନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଅନୁକୂଳ ପରିସ୍ଥିତିରେ ସବୁ ଦଳ ଓ ଖେଳାଳି ଭଲ ଖେଳିଥାନ୍ତି। କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭଲ ଖେଳିଲେ ଦଳ ବିଜୟୀ ହୋଇ ପାରିବ। ତେଣୁ ଏଥି ପାଇଁ ମାନସିକ ଭାବେ ପ୍ରସ୍ତୁତି ଆବଶ୍ୟକ। ତେଣୁ ଏଥିପାଇଁ ରିସ୍କ ନେବାକୁ ହେବ। ଏହି ଗ୍ରାଉଣ୍ଡରେ ଗତ ୬ଟି ଟି୨୦ ମ୍ୟାଚ୍‌ରେ କୌଣସି ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନାହାନ୍ତି। ଦଳକୁ ଦୃଢ଼ ଭାବେ ଗଠି ତୋଳିବା ପାଇଁ କୋହଲି ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଗ୍ରାଉଣ୍ଡରେ ୧୩୪ ଆଦୌ ଭଲ ସ୍କୋର ନୁହଁ ବୋଲି କୋହଲି ସ୍ବିକାର କରିଛନ୍ତି। ତେବେ ବୋଲରଙ୍କୁ ସେ ପରାଜୟ ପାଇଁ ଦାୟୀ କରିନାହାନ୍ତି। ବୋଲରଙ୍କ ପାଇଁ ସ୍କୋରବୋର୍ଡରେ ଅତିକମ୍‌ରେ ୧୬୦ ରନର ସ୍କୋର ରହିବା ଆବଶ୍ୟକ। ତେଣୁ ପରାଜୟ ପାଇଁ ବୋଲରଙ୍କୁ ଦାୟୀ କରିବା ଠିକ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗୋଟିଏ ଦୁଇଟି ବିଭାଗରେ ଆମକୁ ତ୍ରୁଟି ସୁଧାରିବାକୁ ହେବ। ଏକଦା ଗୋଟିଏ ଉଇକେଟ ହରାଇ ଆମେ ୬୩ ରନ ସଂଗ୍ରହ କରିଥିଲୁ। ତେଣୁ ଅତିକମ୍‌ରେ ୧୭୦ ରନ ସଂଗ୍ରହ କରିବୁ ବୋଲି ଆଶ କରିଥିଲୁ। ଦକ୍ଷିଣ ଆଫ୍ରିକା ଭଲ ଭାବେ ତା’ର ଯୋଜନା କାର୍ଯ୍ୟକାରୀ କଲା ବୋଲି ସେ କହିଛନ୍ତି।
ଏବେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଟେଷ୍ଟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆମେ ବିଶ୍ୱର ଶ୍ରେଷ୍ଠ ଦଳ। ପୁଣି ଘରୋଇ ପରିବେଶ ଭାରତ ଆହୁରି ଶକ୍ତିଶାଳୀ ଦଳ ବିବେଚିତ ହୋଇଥାଏ। ତେଣୁ ଟେଷ୍ଟ ସିରିଜରେ ଭାରତର ପ୍ରଦର୍ଶନ ଭଲ ହେବ ବୋଲି କୋହଲି କହିଛନ୍ତି। ସବୁ ପ୍ରକାର ପରିସ୍ଥିତିତରେ ସ୍ଥିର ପ୍ରଦର୍ଶନ କରବା ଏକ ବଡ଼ ଚ୍ୟାଲେଞ୍ଜ। କେବଳ ସେତିକି ନୁହଁ ପ୍ରତିପକ୍ଷ ଦଳକୁ ମଧ୍ୟ ହେୟ ମନେ ନ କରି ସମ୍ମାନ ଦେବାକୁ ହୋଇଥାଏ ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?