ଭଦ୍ରକ ଜିଲା ଚିଠି: ସ୍ମାର୍ଟସିଟି ଭେଳିକି

ସହର ହେବ ସ୍ମାର୍ଟସିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ଏହାକୁ ସ୍ବାଗତ କରିଥିଲେ। ୪ ମାସ ତଳେ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରର ମହତାବ ଛକଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଜବରଦଖଲମୁକ୍ତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଜୁଲାଇ ମାସରେ ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱକୁ ଜେସିବି ଲଗାଇ ଜବରଦଖଲମୁକ୍ତ କରାଯାଇଥିଲା। ପରେ ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାଖରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ସ୍ମାର୍ଟସିଟିକୁ ବ୍ୟବସାୟୀମାନେ ସ୍ବାଗତ କରି ନିଜ ଆଡୁ ଦୋକାନ ଭାଙ୍ଗି ଉଠାଇ ନେଇଥିଲେ। ସବୁ ସ୍ତରରୁ ପ୍ରଶାସନକୁ ମିଳିଥିଲା ସହଯୋଗ। ଏବେ ଶତାଧିକ ଦୋକାନୀ ନିଜର ଜୀବିକା ହରାଇ ବସିଛନ୍ତି। ସହର ଭିତ୍ତିଭୂମିର ବିକାଶ ଯୋଜନା ଧିମେଇ ଯାଇଥିବାରୁ ଏ ନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେହି କେହି ଏହାକୁ ସ୍ମାର୍ଟସିଟି ଭେଳିକି ବୋଲି କହୁଛନ୍ତି। ଅନ୍ୟପକ୍ଷେ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରାଯିବା ପ୍ରତିଶ୍ରୁତି କଥାରେ ସୀମିତ ରହିଛି। ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳ ଅନୁନ୍ନତ ଅବହେଳିତ । ସହର ମଧ୍ୟଭାଗ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ପ୍ରଦୂଷିତ ହେବା ସହ କେତେକ ସ୍ଥାନରେ ପୋତିହୋଇ ପଡ଼ିଛି। ସହରର ରାସ୍ତାଘାଟ ଓ ବସ୍ତି ଅଞ୍ଚଳର ଭିତ୍ତିଭୂମି ବିକାଶ ବିନା ସ୍ମାର୍ଟସିଟି ପରିକଳ୍ପନା ଅଧୁରା ହୋଇ ରହିଯିବ। ପ୍ରଶାସନ ଭିତ୍ତିଭୂମି ସଜାଡ଼ିବା ଉଦ୍ୟମ ଆରମ୍ଭ କରି କାହିଁକି ନୀରବି ଯାଇଛି ଜଣାପଡୁ ନାହିଁ। ପ୍ରାଥମିକ ଅବସ୍ଥାରେ ରାଜନୈତିକ ସ୍ତରରେ ଯେଭଳି ତତ୍ପରତା ପ୍ରକାଶ ପାଇଥିଲା ତାହା ଆଉ ଦେଖିବାକୁ ମିଳୁ ନାହିଁ। ଗତ ୪ ମାସ ମଧ୍ୟରେ ରାସ୍ତାର ଗୋଟିଏ ପାଖ ଡ୍ରେନ୍‌ ନିର୍ମାଣ(ମାତ୍ର ଶହେ ମିଟର) କାର୍ଯ୍ୟ ଏଯାଏ ସରିପାରି ନାହିଁ। ଉଚ୍ଛେଦ ହୋଇଥିତ୍ବା ଜାଗାକୁ ଏବେ ଅନ୍ୟ ଉଠାଦୋକାନୀମାନେ ମାଡ଼ି ବସିଛନ୍ତି। ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନେଇ ପ୍ରଶାସନ ସମାଲୋଚନା ଘେରକୁ ଆସିଛି। ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଉଚ୍ଛେଦ କରାଯାଇ ଅନ୍ୟ ପାର୍ଶ୍ୱକୁ ବାଦ୍‌ ଦିଆଯିବା ପଛରେ କ’ଣ କାରଣ ରହିଛି ତାହାର ଉତ୍ତର କାହାଠାରୁ ମିଳୁ ନାହିଁ। ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନର ପଛଘୁଞ୍ଚା ସହରକୁ ସ୍ମାର୍ଟସିଟି କରିବା ପରିକଳ୍ପନାରେ ବାଧକ ସାଜିଥିବା ସଚେତନ ନାଗରିକମାନେ କହୁଛନ୍ତି। ପୂର୍ବରୁ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ସୁଧାରିବା ଲାଗି ନିଆଯାଇଥିବା ପଦକ୍ଷେପ ଫସର ଫାଟି ଥିବାରୁ ଏବେକାର ସ୍ମାର୍ଟସିଟି ପରିକଳ୍ପନା ଅଧୁରା ରହିଯିବ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି।
– ବିଭୁପ୍ରସାଦ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri