ଭଣ୍ଡାରିପୋଖରୀ ବଜାରର ୫୦ ବ୍ୟବସାୟୀଙ୍କୁ ଉଚ୍ଛେଦ

ଭଣ୍ଡାରିପୋଖରୀ, ୧୦ା୯(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବାରୁ ଭଣ୍ଡାରିପୋଖରୀ ବଜାରର ବହୁ ଅଂଶକୁ ଭାଙ୍ଗି ଦିଆଯାଇଛି। ଗତ ଶନିବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜପଥ ପାର୍ଶ୍ୱରେ ଯେଉଁମାନେ ଦୀର୍ଘ ଦିନ ଧରି ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ସେମାନଙ୍କୁ ରାଜପଥ ପ୍ରାଧିକରଣ ସଂସ୍ଥାର ଠିକା ସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଉଛି।

ଭଣ୍ଡାରିପୋଖରୀ ନିକଟରେ ରାଜପଥ ପ୍ରଶସ୍ତୀକରଣ ସହ ଏକ ଗଳାପୋଲ ନିର୍ମାଣ କରାଯିବ । ଏଥିଲାଗି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାଜପଥ କଡରେ ଦୋକାନ କରିଥିବା ବ୍ୟବସାୟୀମାନେ ସ୍ବଇଚ୍ଛାରେ ଜାଗା ଛାଡି ଦେଉଛନ୍ତି। ମଙ୍ଗଳବାର ସମ୍ପୃକ୍ତ ଠିକା ସଂସ୍ଥାର କର୍ମଚାରୀ ଗୋଟିଏ ଜେସିବି ମେଶିନ ନେଇ ୧୫ରୁ ଅଧିକ ଦୋକାନ ଉଚ୍ଛେଦ କରିଥିଲେ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଉଚ୍ଛେଦ କରାଯାଇ ସାରିଛି। ଏହି ସ୍ଥାନରେ ସ୍ଥାନୀୟ ଦକ୍ଷିଣବାଡ ପଞ୍ଚାୟତ ସମେତ ସରସଦା, ପାଟୁଳୀ, ରଣଜିତ, ନଗୁଁଆ, ତେସିଙ୍ଗା ପଞ୍ଚାୟତର ବହୁ ବ୍ୟବସାୟୀ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନଙ୍କୁ ଥଇଥାନ ନ କରି ଜିଲା ପ୍ରଶାସନ ଓ ରାଜପଥ ପ୍ରାଧିକରଣ ସଂସ୍ଥା ଉଚ୍ଛେଦ ଅଭିଯାନ ଚଳାଇଥିବାରୁ ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥଇଥାନ ଦାବି କରିଛନ୍ତି। ବ୍ଲକ ପ୍ରଶାସନ ଏଠାରେ ମାର୍କେଟ କମ୍ପ୍ଲେକ୍ସ କରି ବ୍ୟବସାୟୀଙ୍କୁ ଦୋକାନ ଘର ଯୋଗାଇଦେବା ସକାଶେ ସରପଞ୍ଚ ବିଜୟ ଶଙ୍କର ମହାନ୍ତିଙ୍କ ସମେତ ଅନ୍ୟ ଲୋକ ପ୍ରତିନିଧିମାନେ ଦାବି କରିଛନ୍ତି। ଦକ୍ଷିଣବାଡ ପଞ୍ଚାୟତ ପକ୍ଷରୁ ନିର୍ମିତ ଏକ ମାର୍କେଟ କମ୍ପ୍ଲେକ୍ସ ଅଧାପନ୍ତରିଆ ହୋଇ ପଡିଥିବାରୁ ଏହାକୁ ପୂର୍ଣ୍ଣାଙ୍ଗ କରି ବ୍ୟବସାୟୀଙ୍କୁ ଥଇଥାନ କରିବା ସକାଶେ ଦାବି କରାଯାଇଛି। ଏଠାକାର ବଜାରରେ ଜେରକ୍ସ ଦୋକାନ କରିଥିବା ବ୍ୟବସାୟୀ ମୃତ୍ୟୁଞ୍ଜୟ ସେନାପତି କହିଛନ୍ତି, ଏହି ଦୋକାନ ଯୋଗୁ ତାଙ୍କ ଘର ଚଳିଯାଉଥିଲା। ଦୋକାନ ଭଙ୍ଗାଯିବା ପରେ ତାଙ୍କୁ ଚାରିଦିଗ ଅନ୍ଧାର ଦିଶୁଛି। ସରପଞ୍ଚ ମହାନ୍ତି କହିଛନ୍ତି, ଉଚ୍ଛେଦ କାର୍ଯ୍ୟ ପରେ ଜୀବିକା ହରାଇଥିବା ବ୍ୟବସାୟୀଙ୍କୁ ତୁରନ୍ତ ଥଇଥାନ କରିବା ସକାଶେ ସେ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟିି ଆକର୍ଷଣ କରିଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବ୍ୟବସାୟୀଙ୍କ ରୋଷର ଶିକାର ହେବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?