Posted inପୁରୀ

ଭଜନ, ସଂକୀର୍ତ୍ତନରେ ଝଙ୍କୃତ ହେବ ସିଂହଦ୍ୱାର ସମ୍ମୁଖ, ପ୍ରତି ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧ୍ୟାତ୍ମିକ ପରିକ୍ରମା

ପୁରୀ ଅଫିସ, ୨୧।୭ : ଶ୍ରୀମନ୍ଦିର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପୀଠ। ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ। ସିନ୍ଦୂରା ଫାଟିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଦ ପଡେ ବଡ଼ଦାଣ୍ଡରେ। ଏକମୁହଁା ହୋଇ ସମସ୍ତେ ଛୁଟିଥାନ୍ତି ସିଂହଦ୍ୱାର ଅଭିମୁଖେ। ସମସ୍ତଙ୍କ ମନରେ ଭକ୍ତି ଏବଂ ସମର୍ପଣର ଭାବ। ଦିନ ଆରମ୍ଭରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଆଉ ଦୁର୍ଲଭ ମଙ୍ଗଳ ଆଳତି ବି ଦେଖିବେ। ଏମିତି ଭାବନା ନେଇ ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟିଆସନ୍ତି ବଡ଼ଦେଉଳକୁ। ସକାଳୁ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଲାଗେ ଗହଳି ଚହଳି। ତେବେ ଶ୍ରଦ୍ଧାଳୁଙ୍କ ମନରେ ଥିବା ଭକ୍ତି ଓ ସମର୍ପଣ ଭାବକୁ ଆହୁରି ସୁଦୃଢ କରିବା ଲାଗି ଏଣିକି ନିଆରା ପଦକ୍ଷେପ ନେଇଛି ଜିଲା ପ୍ରଶାସନ। ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେବ ଆଧ୍ୟାତ୍ମିକ ପରିକ୍ରମା। ଭଜନ, ସଂକୀର୍ତ୍ତନରେ ଉଛୁଳି ପଡ଼ିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ। ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୬ଟାରୁ ୮ଟା ଯାଏ ଚାଲିବ। ସିଂହଦ୍ୱାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ଦେଖିବାକୁ ମିଳିବ ଓଡ଼ିଶୀ, ସାହିଯାତ ଓ ଗୋଟିପୁଅ ନୃତ୍ୟ ସାଙ୍ଗକୁ ରଙ୍ଗୋଲି, ଝୋଟି ଆଉ ବିଭିନ୍ନ ପ୍ରକାର ପେଣ୍ଟିଂ। ବଡ଼ଦାଣ୍ଡରେ ସୃଷ୍ଟି ହେବ ଆଧ୍ୟାତ୍ମିକ ବାତାବରଣ। ରବିବାର ସିଂହଦ୍ୱାର ସମ୍ମୁଖରେ ଦୀପଦାନପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ଜିଲାପାଳ ବଲୱନ୍ତ ସିଂ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର, ଭକ୍ତ, ଯୁବ ଓ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇପାରିବେ। ଏହି ସମୟରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେପରି କୌଣସି ପ୍ରକାର ବାଧା ନ ଉପୁଜେ ଏଥିପ୍ରତି ଧ୍ୟାନ ଦିଆଯିବ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ସହ ଭକ୍ତମାନଙ୍କ ଲାଗି ପାନୀୟଜଳ ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯିବ।

ସୂଚନାଥାଉ କି, ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ୟାରିକେଡିଂ କରାଯାଇଛି। କୌଣସି ଉଠାଦୋକାନୀ କିମ୍ବା ଭିକାରିଙ୍କୁ ବସାଯାଉ ନ ଥିବାବେଳେ ଗାଡି ପାର୍କିଂ ଉପରେ ମଧ୍ୟ କଟକଣା ଲଗାଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ପାଦରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି। ବ୍ୟାରିକେଡିଂ ହୋଇଥିବା ଏହି ଫାଙ୍କା ଜାଗାରେ ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଲାଗି ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ପୁରୀରୁ ଫେରୁଥିବାବେଳେ ରାସ୍ତା ତଳକୁ ଖସିଗଲା ବସ୍‌, ଭିତରେ ଥିଲେ ୫୫ଜଣ ତୀର୍ଥଯାତ୍ରୀ

ପଦ୍ମପୁର,୧୪।୪: ପୁରୀରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଏକ ବସ ଓଲଟି ପଡ଼ିଛି। ସବରେ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀ ଥିଲେ। କିନ୍ତୁ ସେମାନଙ୍କ ଭିତରୁ ୧୫...

ଶ୍ରୀକ୍ଷେତ୍ରରେ ପୂର୍ବରୁ ହେଉଥିଲା ଅଷ୍ଟ ମହାବୀରଙ୍କ ଉପାସନା

ପୁରୀ,୧୪ା୪(ଅଜିତ୍‌ ମହାନ୍ତି):ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ବହୁ ପ୍ରାଚୀନ ପରମ୍ପରା। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରର ମହାବୀର ଉପାସନା ସହିତ...

ମହାପ୍ରଭୁଙ୍କୁ ଦର୍ଶନ କଲେ ଲେଖାଶ୍ରୀ, କହିଲେ ବିଜେଡି ଜିତିବ ଏତେ ସିଟ୍‌

ପୁରୀ,୧୩।୪: ବାଲେଶ୍ୱର ଲୋକ ସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଳିଛି ଟିକେଟ୍‌। ନିକଟରେ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ ଟିକେଟ୍‌ ମିଳିବା...

‘ସମୀରଙ୍କୁ ଟିକେଟ ନ ହେଲେ ଦଳ ଛାଡ଼ିବୁ’

ଗୋପ,୧୩ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର...

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବେ ପ୍ରତିହାରୀ ସେବକ

ପୁରୀ,୧୩ା୪(ଅଜିତ୍‌ ମହାନ୍ତି): ଏଣିକି ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ। ଶ୍ରୀମନ୍ଦିରକୁ ଅନେକ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା...

‘ସମୀର ଦାଶଙ୍କୁ ଟିକେଟ ଦିଅ, ନହେଲେ ଦଳ ଛାଡ଼ିବୁ’

ଗୋପ,୧୨ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର...

ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ

ପୁରୀ,୧୨।୪: ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ନିକଟ ଅତୀତରେ ଏଭଳି ଅନେକ ଖବର ସମ୍ନୋକୁ ଆସିଛି। ଅଣହିନ୍ଦୁ ପ୍ରବେଶକୁ ରୋକିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri