ଭଙ୍ଗା ଯାଉନି ବିପଦସଙ୍କୁଳ ସ୍କୁଲ ଗୃହ

ତିହିଡ଼ି, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୁବେରା ପଞ୍ଚାୟତ ଇଟାଗଡ଼ି ପ୍ରାଥମିକ ସ୍କୁଲ ପରିସରରେ ଥିବା ଏକ ପୁରାତନ ସ୍କୁଲ ଗୃହ ବିପଦସଙ୍କୁଳ ହୋଇପଡ଼ିଛି। ଉକ୍ତ ଗୃହକୁ ଭଙ୍ଗାଯିବା ପାଇଁ ସ୍କୁଲ ପରିଚାଳନା କମିଟି ସଭାପତି ଓ ସଭ୍ୟ ଜିଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୯୪ ମସିହାରେ ତିଆରି ହୋଇଥିବା ଏହି ସ୍କୁଲ ଗୃହ ଭାଙ୍ଗିରୁଜି ଯାଇଛି। ସ୍କୁଲର ପାଚେରି ନ ଥିବାରୁ ଏହି ଭଙ୍ଗା ଘର ଭିତରକୁ ଛାତ୍ରୀଛାତ୍ର ବେଳେ ବେଳେ ଚାଲି ଯାଉଛନ୍ତି। ଫଳରେ ଜୀବନ ହାନି ଘଟିବାର ଆଶଙ୍କା ରହିଛି। ଏହାଛଡ଼ା ପରିତ୍ୟକ୍ତ ଗୃହକୁ ଭଙ୍ଗା ଗଲେ ସେଠାରେ ସ୍କୁଲର ନୂତନ ଗୃହ ମଧ୍ୟ ନିର୍ମାଣ ହୋଇପାରିବ। ପରିଚାଳନା କମିଟିର କର୍ମକର୍ତ୍ତା ଉକ୍ତ ଗୃହ ଭାଙ୍ଗିବା ପାଇଁ ଜିଲା ପ୍ରକଳ୍ପ ସଂଯୋଜକଙ୍କ ଅନୁମତି ଚାହିଁଥିଲେ। କମିଟି ସଭାପତି ଗଣେଶ ପ୍ରସାଦ ରାଉତ, ଉପସଭାନେତ୍ରୀ ପୁଷ୍ପାଞ୍ଜଳି ଭୋଇ, ସଭ୍ୟ ଲକ୍ଷ୍ମୀଧର ସେଠୀ, ଦେବେନ୍ଦ୍ର ଖଟୁଆ, ନିର୍ମଳା ସେଠୀ, ପଦ୍ମାବତୀ ଖଟୁଆ, ଲୀଳାବତୀ ବେହେରା ପ୍ରମୁଖ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ମାତ୍ର ଏପର୍ଯ୍ୟନ୍ତ ଅନୁମତି ମିଳି ପାରି ନ ଥିବାରୁ ସ୍କୁଲ ଗୃହ ଭଙ୍ଗା ଯାଇପାରୁ ନାହିଁ। ଏ ବାବଦରେ ଜିଲା ପ୍ରକଳ୍ପ ସଂଯୋଜକ ସଂଗ୍ରାମ ସାହୁଙ୍କୁ ପଚାରିବାରୁ ସ୍କୁଲ ପରିଚାଳନା କମିଟି ଚାହିଁଲେ ରିଜୋଲିସନ କରି ଘରଟିକୁ ଭାଙ୍ଗିଦେଇ ପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri