ବ୍ୟାସନଗର ଓ ଯାଜପୁର ସହରରେ ପିଏମ୍‌ଏୱାଇ ବାଟବଣା: ପରବର୍ତ୍ତୀ କିସ୍ତିରୁ ବଞ୍ଚତ୍ତ ହେବେ ହିତାଧିକାରୀ

ଯାଜପୁର ଅଫିସ,୯ା୬- ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ)ର ଗାଇଡ ଲାଇନ ପାଳନ ହୋଇ ନ ଥିବାରୁ ଯାଜପୁର ଜିଲାର ଦୁଇ ସହରାଞ୍ଚଳର ବହୁ ହିତାଧିକାରୀଙ୍କୁ ପରବର୍ତ୍ତୀ କିସ୍ତି ମିଳିବ ନାହିଁ ା ବ୍ୟାସନଗର ପୌରାଞ୍ଚଳର ୧ ଓ ୫ ପର୍ଯ୍ୟାୟ ଏବଂ ଯାଜପୁର ପୌରାଞ୍ଚଳର ୧ ଓ ୬ ପର୍ଯ୍ୟାୟରେ ପାଇଥିବା ଶତପ୍ରତିଶତ ହିତାଧିକାରୀଙ୍କ ତାଲିକା, ଜିଓ ଟ୍ୟାଗିଂ, ଆଧାର କାର୍ଡ, ବିନିଯୋଗ ପତ୍ର(ୟୁସି) ଆଦି ଅପଲୋଡ ନ ହେବା ପର୍ଯ୍ୟନ୍ତ ପରବର୍ତ୍ତୀ କିସ୍ତି ଦିଆଯିବ ନାହିଁ ବୋଲି ସୂଚନା ମିଳିଛି। ଏହି ମର୍ମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଓୟୁଏଚଏମ(ଓଡିଶା ଅର୍ବାନ ହାଉସିଂ ମିଶନ) ନିର୍ଦ୍ଦେଶକ ସୁରେଶଚନ୍ଦ୍ର ଦଳେଇ ତୁରନ୍ତ ଆବଶ୍ୟକ ଗାଇଡ ଲାଇନ ପୂରଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଯାଜପୁର ପୌରାଞ୍ଚଳରେ ସର୍ବାଧିକ ୧୪୨୪ ଓ ବ୍ୟାସନଗର ପୌରାଞ୍ଚଳର ୧୧୧୧ ହିତାଧିକାରୀ ପରବର୍ତ୍ତୀ କିସ୍ତି ନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ହିତାଧିକାରୀଙ୍କ ଏହି ଅସନ୍ତୋଷ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଦାୟୀ ରହିବେ ବୋଲି ନିର୍ଦ୍ଦେଶକ ଦଳେଇ ରୋକଠୋକ ଚେତାବନୀ ଦେଇଛନ୍ତି। ତେବେ ୨୦୧୮ ଜୁଲାଇ ମାସରେ ଏ ସଂକ୍ରାନ୍ତରେ ଯାଜପୁର ଓ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଯାହା ଫଳରେ ଗତ ୪ତାରିଖରେ ପୁଣି ଥରେ ଉଭୟ ପୌର ନିର୍ବାହୀ ଅଧିକାରୀଙ୍କୁ ତାଗିଦ୍‌ କରାଯାଇଥିବା ଜଣାପଡ଼ିଛି।

ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଝୁମ୍ପୁଡିବାସୀଙ୍କ ମଧ୍ୟରେ ସହରୀ ଛାପ ପକାଇବା ଉଦ୍ଦେଶ୍ୟରେ ୨୦୧୧ ଜୁନ ମାସରେ ରାଜୀବ ଆବାସ ଯୋଜନା ପ୍ରଣିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମିତ କରାଯାଇଛି ା ଏହି ଯୋଜନା ଗୃହ ଓ ନଗର ଉନ୍ନୟନ ବିଭାଗର ଓୟୁଏଚ୍‌ଏମ୍‌ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଏହିକ୍ରମରେ ଯାଜପୁର ପୌରପରିଷଦରେ ପ୍ରଥମ ପର୍ଯ୍ୟାୟରେ ୧୧୦୦ ଘର ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ପିଏମ୍‌ଏୱାଇ ଗାଇଡଲାଇନ ଅନୁଯାୟୀ ୬୦୭ ହିତାଧିକାରୀଙ୍କୁ ସଂଯୋଗ କରାଯାଇଛି। ୪୭୫ ଜଣ ହିତାଧିକାରୀଙ୍କ ଭ୍ୟାଲିଡ ଆଧାର ଏବଂ ୩୪୭ ଜଣ ହିତାଧିକାରୀଙ୍କ ସବିଶେଷ ତଥ୍ୟ ଜିଓ ଟ୍ୟାଗିଂ ହୋଇଛି। ୧୩୨ଜଣ ହିତାଧିକାରୀଙ୍କ ନାମ ଆଧାର ଭ୍ୟାଲିଡ ହେବାକୁ ଥିବାବେଳେ ୨୩୭ଜଣ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ କାର୍ଯ୍ୟ ବାକି ରହିଛି। ସେହିପରି ଷଷ୍ଠ ପର୍ଯ୍ୟାୟରେ ୩୨୪ ଘର ମଞ୍ଜୁର ହୋଇଥିଲା ା ସେଥିରୁ ୨୭ଟି ଘରର ହିତାଧିକାରୀଙ୍କୁ ସଂଯୋଗ କରାଯାଇଥିବାବେଳେ ୨୭ଜଣଙ୍କ ଆଧାର ଭ୍ୟାଲିଡ ହୋଇଛି। ୨୯୭ ହିତାଧିକାରୀଙ୍କୁ ସଂଯୋଗ ଏବଂ ୩୨୪ଜଣ ହିତାଧିକାରୀଙ୍କ ସବିଶେଷ ତଥ୍ୟ ଜିଓ ଟ୍ୟାଗିଂ ହୋଇନାହିଁ । ଅନୁରୂପ ଭାବେ ବ୍ୟାସନଗର ପୌରାଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୧୦୯୯ ଆବାସ ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୪୨୮ ହିତାଧିକାରୀଙ୍କୁ ସଂଯୋଗ କରାଯାଇଥିବାବେଳେ ୪୦୭ ହିତାଧିକାରୀଙ୍କୁ ଆଧାର ଏବଂ ୧୮୫ ଜଣ ଜିଓ ଟ୍ୟାଗି ଅନ୍ତର୍ଭୁକ୍ତ ହୋଇଛନ୍ତି । ତେବେ ୨୧ ଜଣ ହିତାଧିକାରୀ ଭ୍ୟାଲିଡ ଆଧାର ଏବଂ ୭୮ ଜଣ ଜିଓ ଟ୍ୟାଗିଂ ହୋଇନାହାନ୍ତି। ସେହିପରି ୫ମ ପର୍ଯ୍ୟାୟରେ ମଞ୍ଜୁର ହୋଇଥିବା ୧୨ଆବାସ ମଧ୍ୟରୁ ୧୨ ଜଣ ହିତାଧିକାରୀଙ୍କୁ ଭ୍ୟାଲିଡ ଆଧାର କାର୍ଯ୍ୟରେ ସାମିଲ କରାଯାଇଛି । ଜଣେ ହିତାଧିକାରୀ ଜିଓ ଟ୍ୟାଗିଂ ଅର୍ନ୍ତଭୁକ୍ତ ହୋଇଛନ୍ତି ା ହେଲେ ୧୧ ଜଣ ହିତାଧିକାରୀଙ୍କୁ ଜିଓ ଟ୍ୟାଗିଂ କରାଯାଇ ପାରିନାହିଁ ା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଏହି ହିତାଧିକାରୀମାନେ ୩ଟି କିସ୍ତି ମଧ୍ୟରୁ ଗୋଟିଏ କିସ୍ତି ପାଇଥିବାବେଳେ ଆଉ ୨ଟି କିସ୍ତି ପାଇବା ଅପେକ୍ଷାରେ ଅଛନ୍ତି। ଯେତେଦିନ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ପିଏମ୍‌ଏୱାଇ-ଏମ୍‌ଆଇଏସ୍‌ ଏବଂ ଜିଓ ଟ୍ୟାଗ ଫଟୋଗ୍ରାଫ ସ୍ଥାନିତ(ଅପଲୋଡ) ନ ହୁଏ ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପରବର୍ତ୍ତୀ କିସ୍ତି ଅର୍ଥ ଦେବେ ନାହିଁ ବୋଲି ନିର୍ଦ୍ଦେଶକ ଦଳେଇ ତାଙ୍କ ପତ୍ରସଂଖ୍ୟା ୧୧୯୯/୫ା୭ା୨୦୧୮ରେ ସୂଚିତ କରିଥିଲେ। ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ବେ ପୌରପରିଷଦର ନିର୍ବାହୀ ଅଧିକାରୀମାନେ ଶତପ୍ରତିଶତ ତଥ୍ୟ ଅପଲୋଡ କରିବାରେ ବିଫଳ ହୋଇଛନ୍ତି ବୋଲି ଉକ୍ତ ପତ୍ରରେ ଦର୍ଶାଯାଇଥିଲା। ଏହାସତ୍ତ୍ୱେ ରିପୋର୍ଟ ଦାଖଲ ନୈରାଶ୍ୟଜନକ ହେବାରୁ ବର୍ଷକ ତଳର ନିର୍ଦ୍ଦେଶନାମାକୁ ପୁଣିଥରେ ଚଳିତ ଜୁନ ୪ ତାରିଖରେ ଯାଜପୁର ଓ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏନେଇ ଅଫିସର ଅନ ସ୍ପେଶିଆଲ ଡ୍ୟୁଟି(ଓଏସଡି) ସୁଦର୍ଶନ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ କୌଣସି ମତାମତ ମିଳିପାରି ନାହିଁ।
ସୂଚନାଯୋଗ୍ୟ ଯେ, ଯାଜପୁର ପୌର ପରିଷଦରେ ଗରିବ, ଝୁମ୍ପୁଡିବାସୀଙ୍କ ଉଦ୍ଦେଶ୍ୟରେ ରାଜୀବ ଆବାସ ଯୋଜନାରେ ବ୍ୟାପକ ଅନିୟମିତା ହୋଇଥିବା ସିଏଜି ରିପୋର୍ଟରେ ଧରାପଡିଥିଲା। ଏହି ଯୋଜନାରେ ୭୩ଟି ଘର ମାମଲାରେ ପ୍ରାୟ ୨.୩୯ କୋଟି ଟଙ୍କାର ଅନିୟମିତା ହୋଇଥିବା ସିଏଜିରେ ଦର୍ଶାଯାଇଥିଲା। ଏହାବାଦ ୧୦୪ ଜଣ ଝୁମ୍ପୁଡିବାସୀଙ୍କ ଥଇଥାନ ଲକ୍ଷ୍ୟରେ ନିର୍ମିତ ଟ୍ରାନ୍‌ଜିଟ ହାଉସକୁ ଆରମ୍ଭରୁ ମାର୍କେଟ କମ୍ପ୍ଲେକ୍ସରେ ପରିଣତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri