ବ୍ୟାପୁଛି ଭୂତାଣୁ ଜନିତ ରୋଗ: ହଜାରେରୁ ଅଧିକ ଗୋରୁ ଆକ୍ରାନ୍ତ

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପୁଛି ଭୂତାଣୁଜନିତ ରୋଗ। ଏହି ରୋଗରେ ଅଞ୍ଚଳର ବହୁ ଗୋରୁ ଆକ୍ରାନ୍ତ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଗୋରୁଙ୍କ ଚର୍ମରେ ସଂକ୍ରମଣ ହୋଇ ଏହା ଦେହସାରା ମାଡ଼ିଯାଉଛି। ବଡ ବଡ ଫୋଟକା ହେବା ସହ ଏହା ଫାଟି ଘା’ ହୋଇଯାଉଛି। ଫଳରେ ଗୋରୁ ଦୁର୍ବଳ ହୋଇପଡୁଛନ୍ତି। ଏଥିଯୋଗୁ ଗାଈର ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଅନୁଗୋଳର ବଅଁରପାଳ, ଛେଣ୍ଡିପଦା, ବନ୍ତଳା ଅଞ୍ଚଳରେ ବହୁ ସଂଖ୍ୟାରେ ଚାଷୀ ଗୋରୁ, ପୋଢ଼, ଛେଳି, ମେଣ୍ଢା ପାଳି ଗୁଜୁରାଣ ମେଣ୍ଟାନ୍ତି। ଏବେ ଏହି ଭୂତାଣୁ ଜନିତ ରୋଗ ବ୍ୟାପୁଥିବା ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଗୋଟିଏ ଗୋରୁଠାରୁ ଅନ୍ୟ ଗୋରୁଙ୍କୁ ଏହା ସଂକ୍ରମିତ ହେଉଛି। ବନ୍ତଳା ପ୍ରାଣୀଧନ ଚିକିତ୍ସାଳୟ ଅଧୀନ ପୋକତୁଙ୍ଗା, ନନ୍ଦପୁର, ଗୋବିନ୍ଦପୁର, ଧକୁଟା, ଶଙ୍ଖପୁର, ଖିଣ୍ଡା, ତଲଗଡ଼, ବେଡା ଶାସନ, ବସଲା, ହମାମିରା, ଇଙ୍କର ବନ୍ଧ, କୁମୁରିସିଙ୍ଗା, ବନ୍ତଳା, ବଲାସିଙ୍ଗା, ଛେଳିଆ ପଡା, ଗଡ଼ ତରାସ, ଖିଣ୍ଡା, ବଡ଼କାନ୍ତକୁଳ ଆଦି ୨୩ ଟି ରୁ ଊଦ୍ଧର୍‌ବ ଗ୍ରାମରେ ରୋଗ ବ୍ୟାପିବାରେ ଚାଲିଛି। ବେସରକାରୀ ଭାବେ ଅନୁଗୋଳ ବ୍ଲକ ଅଞ୍ଚଳରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଥିଲେ ହେଁ ସରକାରୀ ରିପୋର୍ଟରେ ଏହି ସଂଖ୍ୟା ପ୍ରାୟ ୧ ହଜାର ରହିଛି। ଏହି ରୋଗ ପ୍ରଥମେ ବାଂଲାଦେଶ ଓ ପରେ ପଶ୍ଚିମବଙ୍ଗରେ ଦେଖାଦେଇଥିଲା। ପ୍ରାଣୀବିଭାଗ ଏହାକୁ ନଡୁଲାର୍‌ସ ସ୍କିନ ଡିଜିଜ କହୁଥିବାବେଳେ ଏହାର ପ୍ରତିକାର ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷେଧକ ଟିକା ବାହାରି ନ ଥିବା ଜଣାପଡିଛି। ଶୁକ୍ରବାର ଜିଲା ପ୍ରାଣୀ ଧନ ଉପ ନିର୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ ନାଏକ, ଜିଲା ପ୍ରାଣୀଧନ ଅଧିକାରୀ ଡା. ରଞ୍ଜିତ ନନ୍ଦ, ବନ୍ତଳା ପ୍ରାଣୀଧନ ଚିକିତ୍ସକ ଡା. ରାଜେଶ କୁମାର କବି ବେଡା ଶାସନ, ହମାମିରା, ବସଲା ଆଦି ଗ୍ରାମକୁ ଯାଇ ଲୋକମାନଙ୍କୁ ସଚେତନ କରାଇବା ସହିତ ଗୋରୁଙ୍କ ରକ୍ତ, ମଳ, ଚମଡା ନମୁନା ସଂଗ୍ରହ କରିଛନ୍ତି। ଏ ବିଷୟରେ ପ୍ରାଣୀଧନ ଉପ ନିର୍ଦ୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ନାଏକ କୁହନ୍ତି,ଏହା ଏକ ଭୂତାଣୁ ଜନିତ ରୋଗ। ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିକା ବାହାରି ନାହିଁ। ଏଥିରେ ଗୋରୁଙ୍କ ମୃତ୍ୟୁ ହେଉନାହିଁ। ୫ରୁ ୬ ଦିନ ହୋଇ ଏହା କମିଯାଉଛି। ଅନୁଗୋଳ ବ୍ଲକର ୨୩ ଗ୍ରାମର ୯ ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri