ବ୍ୟାପୁଛି ଡେଙ୍ଗୁ: ବାଲିଆପାଳରେ ୩ ମୃତ, ଜଳେଶ୍ୱରରେ ୭ ଚିହ୍ନଟ

ବାଲିଆପାଳ/ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ଓ ଜଳେଶ୍ୱର ବ୍ଲକରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ବାଲିଆପାଳ ବ୍ଲକରେ ଡେଙ୍ଗୁରେ ଏଯାଏ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଳେଶ୍ୱର ବ୍ଲକରେ ୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।
ବାଲିଆପାଳ ବ୍ଲକ ଚାନ୍ଦମଣି ଗ୍ରାମରେ ପ୍ରଥମେ ଡେଙ୍ଗୁରେ ଜଣକର ମୃତ୍ୟୁ ହୋଇଥିଲା। ଜାମକୁଣ୍ଡା ଗ୍ରାମରେ ୧୯ ତାରିଖରେ ମନ୍ମଥ ପାତ୍ର (୩୨)ଙ୍କ ମୃତ୍ୟୁ ହୋଇଛି। ସେ କଟକରେ ଚିକିତ୍ସାଧୀନ ଥିଲେ। ସେହିପରି ଘଣ୍ଟିଆଡି ଗ୍ରାମର କନକ ସେଠୀ (୪୨) ଡେଙ୍ଗୁରେ ଆକ୍ରାନ୍ତ ହୋଇ ୨୧ ତାରିଖରେ ପ୍ରାଣ ହରାଇଛନ୍ତି। ଚଳିତ ବର୍ଷ ଜାମକୁଣ୍ଡା, ବିଷ୍ଣୁପୁର ଓ ଘଣ୍ଟିଆଡି ଗ୍ରାମରେ ଡେଙ୍ଗୁ ଜ୍ୱରର ପ୍ରାଦୁର୍ଭାବ ବୃଦ୍ଧି ପାଇଛି ା ଏବେ ବିଷ୍ଣୁପୁର ଓ ଜାମକୁଣ୍ଡା ପଞ୍ଚାୟତର ଅଧିକାଂଶ ଲୋକଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କର ରକ୍ତରେ ଡେଙ୍ଗୁ ଭୂତାଣୁ ରହିଥିବା ଆଶଙ୍କା କରାଯାଉଛି। ଏହି ଦୁଇ ପଞ୍ଚାୟତର ଡେଙ୍ଗୁ ଆକ୍ରାନ୍ତ ରୋଗୀମାନେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିସତ୍ିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗର ସିଡିଏମ୍‌ଓ ଡେଙ୍ଗୁ ପ୍ରବଣ ଚାନ୍ଦମଣି ଗ୍ରାମକୁ ପରିଦର୍ଶନ କରିଥିବା ବେଳେ ଡାକ୍ତରୀ ଦଳ ଓ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ୫୦ରୁ ଊର୍ଦ୍ଧ୍ୱ ଜ୍ୱର ଆକ୍ରାନ୍ତଠୁ ରକ୍ତ ନମୁନା ସଂଗ୍ରହ କରିଥିଲେ ା ତେବେ ବିଷ୍ଣୁପୁର ଓ ଜାମକୁଣ୍ଡା ପଞ୍ଚାୟତରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଦୁଇ ପଞ୍ଚାୟତକୁ ଡାକ୍ତରୀ ଦଳକୁ ପଠାଇବାକୁ ଗ୍ରାମବାସୀ ଦୃଢ ଦାବି କରିଛନ୍ତି ା ଏ ସମ୍ପର୍କରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ଭଗିରଥ ମୁର୍ମୁଙ୍କ ସହିତ ଯୋଗାଯୋଗ କରାଯିବାରୁ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ା ଜଳେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଳେଶ୍ୱର ବ୍ଲକର ବିଭିନ୍ନ ଗ୍ରାମରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ମହମ୍ମଦନଗର ପାଟଣା ଗ୍ରାମରେ ସବୁଠାରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏବେ ପୁଣି ଶିଖରପୁର ପଞ୍ଚାୟତର ବେଲବାରିଆ ଓ ଶୁଖଦୁଃଖିଆ ଗ୍ରାମରେ ଡେଙ୍ଗୁ ରୋଗ ଦେଖାଦେଇଛି। ଗ୍ରାମବାସୀ ରୋଗ ଭୟରେ କାଳତିପାତ କରୁଛନ୍ତି।
ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ୍‌ ମିଳିଛି। ସେମାନେ ହେଲେ ଆରତୀ ଦାସ(୫୫), ଆରତୀ ଦାସ(୫୦), ବାସନ୍ତୀ ଦାସ(୫୩), ସୂର୍ଯ୍ୟକାନ୍ତ ଦାସ(୩୫), ଜଗନ୍ନାଥ ଦାସ(୪୦), ଶ୍ୟାମସୁନ୍ଦର ଦାସ(୫୦), କାହ୍ନୁଚରଣ ଦାସ (୫୨)। ସମସ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶିଖରପୁର ଅଙ୍ଗନୱାଡ଼ି ସୁରଭାଇଜର ସ୍ନେହଲତା ଦାସଙ୍କ ନେତୃତ୍ୱରେ ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଏକ ଡେଙ୍ଗୁ ରୋଗ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri