ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଭୁବନେଶ୍ୱରରୁ ଗିରଫ, କାର ଜବତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ଥିବା ଏକ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଫୋନ ପେ ଆପ୍‌ ମାଧ୍ୟମରେ ଟଙ୍କା ଗାଏବ ଘଟଣାର ପୋଲିସ ପର୍ଦ୍ଦାଫାଶ କରଛି। ଏହି ଠକେଇ ଘଟଣାରେ ଅଭିଯୁକ୍ତ ବାବୁଲ ମହାନ୍ତକୁ ଶୁକ୍ରବାର ଭୁବନେଶ୍ୱରରୁ ପୋଲିସ ଗିରଫ କରି ଯୋଡାକୁ ଆଣିଛି। ସେ ବ୍ୟବହାର କରୁଥିବା ଏକ କାର ଓ ମୋବାଇଲ ଫୋନକୁ ଜବତ କରାଯାଇଛି। ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ଏହି ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ବାବୁଲ ମହାନ୍ତଙ୍କ ଘର ଝାଡଖଣ୍ଡ ରାଜ୍ୟ ସିଲି ଥାନା ଅନ୍ତର୍ଗତ ରଙ୍ଗାମାଟି ଗାଁରେ । ତାଙ୍କ ମା’ ଙ୍କ ଦେହାନ୍ତ ହେବା ପରେ ସେ ରାଉରକେଲାସ୍ଥିତ ଏକ ଅନାଥାଶ୍ରମରେ ରହୁଥିଲେ । ଅନାଥାଶ୍ରମର ଜଣେ ମହିଳା କର୍ମଚାରୀଙ୍କ ମନରେ ସେ ବିଶ୍ୱାସ ଜନ୍ମାଇ ତାଙ୍କ ସହ ପାରିବାରିକ ସମ୍ପର୍କ ସ୍ଥାପନ କରିଥିଲେ। ଏ ପରି କି ସେ ଝୁମ୍ପୁରା ଥାନା ଅନ୍ତର୍ଗତ ଗୁମୁରା ଅଞ୍ଚଳର ତାଙ୍କ ଘରକୁ ଯିବାଆସିବା କରୁଥଲେ। । ୨୦୧୫ରେ ବାବୁଲ ଅନାଥାଶ୍ରମରୁ ଲୁଚି ପଳାଇଯାଇଥିଲେ। କିନ୍ତୁ ସେ ଏହି ମହିଳା କର୍ମଚାରୀଙ୍କ ଘରକୁ ମଝିରେ ମଝିରେ ଯିବାଆସିବା କରୁଥିଲେ। ପାରିବାରିକ ସମ୍ପର୍କ ଥିବାରୁ ବାବୁଲ ତାଙ୍କ ପରିବାରର ଏଟିଏମ୍‌ କାର୍ଡ ନେଇ ଟଙ୍କା ଉଠାଣ କରିବା ସହ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ମହିଳା କର୍ମଚାରୀଙ୍କ ବାପାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଥିବା ଜାଣି ସେ ତାଙ୍କ ଫୋନ ନମ୍ବର ଓ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଚୋରି କରିନେଇଥିଲେ । ପରେ ସେ ‘ଫୋନ ପେ’ ଆପ୍‌ ମାଧ୍ୟମରେ ଯୋଡାସ୍ଥିତ ଏସବିଆଇ ବ୍ୟାଙ୍କ ଆକାଉଣ୍ଟରେ ଥିବା ତାଙ୍କର ୨ଲକ୍ଷ ୪୦ ହଜାର ଟଙ୍କା ଗାଏବ କରି ନେଇଥିଲେ। ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣା ଜଣାପଡିବା ପରେ ସମ୍ପୃକ୍ତ ପରିବାର ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ା ଏନେଇ ପୋଲିସ ଏକ ମାମଲା ( ନଂ. ୨୨୪/୨୦।୧୨।୨୦୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଠକେଇ ଘଟଣାର ରହସ୍ୟ ଜାଣିବା ପରେ ଅଭିଯୁକ୍ତ ବାବୁଲଙ୍କୁ ପୋଲିସ ଭୁବନେଶ୍ୱରରୁ ଗିରଫ କରି ଅଧିକ ପଚରାଉଚୁରା କରୁଥିବା ଆଇଆଇସି ମୁର୍ମୁ କହିଛନ୍ତିି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri