Posted inଫୁରସତ

ବ୍ୟକ୍ତିତ୍ୱ: ଲର୍ଡ ଅଫ୍‌ ଦି ଫ୍ଲାଇଜ୍‌ର କାହାଣୀକାର ଓ୍ବିଲିଅମ୍‌ ଗୋଲ୍‌ଡିଂ

‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’ ଉପନ୍ୟାସର କାହାଣୀ ଖୁବ୍‌ ସହଜ ଲାଗୁଥିଲେ ବି ଏହାର ମର୍ମରେ ଯେଉଁ କଥା ରହିଛି ତାହା ହେଉଛି ଏକ ବିଶ୍ୱ ସମସ୍ୟା। ଆମର ବିଶ୍ୱ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚତ୍ଛି ଯେଉଁଠି କେହି ବି କାହାକୁ ଦଳପତି ବା ନେତା ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଉପନ୍ୟାସକୁ ମିଳିଥିଲା ସମ୍ମାନଜନକ ନୋବେଲ ପୁରସ୍କାର। ଆଉ ଏହି ନୋବେଲ ବିଜୟୀ ବ୍ୟକ୍ତି ଜଣକ ଥିଲେ ପ୍ରସିଦ୍ଧ ବ୍ରିଟିଶ ଔପନ୍ୟାସିକ ଏବଂ କବି ସାର ଓ୍ବିଲିଅମ୍‌ ଗୋଲ୍‌ଡିଂ….

ଏକ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡୁଛି ଗୋଟିଏ ନିର୍ଜନ ଦ୍ୱୀପରେ। କିଛି ଯୁବକ ଦୁର୍ଘଟଣାରୁ ବର୍ତ୍ତି ଯାଉଛନ୍ତି। ଚାରିଆଡ଼େ ସମୁଦ୍ର। ମଝିରେ ସେମାନେ। କିପରି ଉଦ୍ଧାର ପାଇବେ ଏହା ହେଉଛି ସେମାନଙ୍କର ସମସ୍ୟା। ସଂଘବଦ୍ଧତା ସେମାନଙ୍କୁ ହୁଏତ ଏଭଳି ବିପଦରୁ ସୁରକ୍ଷା ଦେଇପାରେ। ମାତ୍ର ସଂଘବଦ୍ଧ ହେବା ହେଉଛି ସବୁଠାରୁ ବଡ଼ ସମସ୍ୟା। କାରଣ ସଂଘବଦ୍ଧ ହେବାକୁ ହେଲେ ଜଣକୁ ମାନିବାକୁ ପଡ଼ିବ। ତେବେ ପ୍ରଶ୍ନ ହେଉଛି କାହାକୁ ସେମାନେ ସେମାନଙ୍କର ଦଳପତି ବୋଲି ମାନିବେ? ଆଉ କାହିଁକି? ଏମିତି ଏକ ପ୍ରଶ୍ନକୁ ନେଇ ସୃଷ୍ଟିହୁଏ ଏକ କାଳଜୟୀ ଉପନ୍ୟାସ; ଯାହାର ନଁା ‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’। ଏହି ଉପନ୍ୟାସର କାହାଣୀ ଖୁବ୍‌ ସହଜ ଲାଗୁଥିଲେ ବି ଏହାର ମର୍ମରେ ଯେଉଁ କଥା ରହିଛି ତାହା ହେଉଛି ଏକ ବିଶ୍ୱ ସମସ୍ୟା। ଆମର ବିଶ୍ୱ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚତ୍ଛି ଯେଉଁଠି କେହି ବି କାହାକୁ ଦଳପତି ବା ନେତା ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଉପନ୍ୟାସକୁ ମିଳିଥିଲା ସମ୍ମାନଜନକ ନୋବେଲ ପୁରସ୍କାର। ଆଉ ଏହି ନୋବେଲ ବିଜୟୀ ବ୍ୟକ୍ତି ଜଣକ ଥିଲେ ପ୍ରସିଦ୍ଧ ବ୍ରିଟିଶ ଔପନ୍ୟାସିକ ଏବଂ କବି ସାର ଓ୍ବିଲିଅମ୍‌ ଗୋଲ୍‌ଡିଂ।

ଧର୍ମଭୀରୁତାର ସମାଲୋଚକ : ଗୋଲ୍‌ଡିଂଙ୍କୁ ଜଣେ ସଂସ୍କାରବାଦୀ ଲେଖକ କହିଲେ ଆଦୌ ଭୁଲ୍‌ ହେବନାହିଁ। ସେ ସବୁବେଳେ ଧର୍ମଭୀରୁ ସମାଜ ବିରୋଧରେ ତାଙ୍କର କଲମକୁ ଅସ୍ତ୍ର କରୁଥିଲେ। ଏମିତି କି ସେ କୌଣସି ଧର୍ମଗୁରୁଙ୍କୁ ସମ୍ମାନ କରନ୍ତି ନାହିଁ ବୋଲି କହି ବିବାଦର ଚରମସୀମାକୁ ଚାଲିଯାଇଥିଲେ। ଏହା ସେହି ସମୟର କଥା ଯେତେବେଳେ ସମାଜରେ ଧର୍ମଗୁରୁମାନଙ୍କର ପତିଆରା ରହିଥିଲା। ମାତ୍ର ଗୋଲ୍‌ଡିଂ ମହୋଦୟ ସେସବୁକୁ ତୀବ୍ର ସମାଲୋଚନା କରୁଥିଲେ। ତାଙ୍କର ଭାବନା ଆଉ କର୍ମ ଥିଲା ସବୁଠୁ ତୀବ୍ରତର। ତାଙ୍କର କାଳଜୟୀ ଉପନ୍ୟାସଗୁଡ଼ିକ ମଧ୍ୟରେ ରହିଛି ‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’, ‘ଦି ଇନ୍‌ହେରିଟର୍ସ, ପିଞ୍ଚର ମାର୍ଟିନ୍‌’, ‘ଫ୍ରି ଫଲ୍‌’, ‘ଦି ସ୍ପାୟାର’, ‘ଦି ପିରାମିଡ୍‌’, ‘ଦି ସ୍କର୍ପିଅନ୍‌ ଗଡ୍‌’, ‘ଡାର୍କନେସ୍‌ ଭିଜିବଲ’, ‘ଦି ପେପର ମ୍ୟାନ୍‌’, ‘ଟୁ ଦ ଏଣ୍ଡସ ଅଫ୍‌ ଦି ଆର୍ଥ’। ବାସ୍ତବରେ ‘ଟୁ ଦ ଏଣ୍ଡସ ଅଫ୍‌ ଦି ଆର୍ଥ’ ହେଉଛି ଏକ ଟ୍ରାଇଓଲୋଜି, ଯେଉଁଥିରେ ତିନିଗୋଟି ଉପନ୍ୟାସ ସାମିଲ୍‌। ସେଗୁଡ଼ିକ ହେଉଛନ୍ତି : କ୍ଲୋଜ୍‌ କ୍ୱାର୍ଟର୍ସ, ଫାୟାର ଡାଉନ୍‌ ବିଲୋ ଏବଂ ଦି ଡବଲ ଟଙ୍ଗ୍‌। ଏହାବ୍ୟତୀତ ତାଙ୍କର ଗୋଟିଏ କବିତା ସଂକଳନ ମଧ୍ୟ ରହିଛି। ସେ ଗୋଟିଏ ନାଟକ ରଚନା କରିଛନ୍ତି, ଯାହାର ନାମ ‘ଦି ବ୍ରାସ୍‌ ବଟରଫ୍ଲାଇ’। ତାଙ୍କର ପ୍ରବନ୍ଧ ପୁସ୍ତକ ମଧ୍ୟରେ ରହିଛି ଦି ହଟ୍‌ ଗେଟ୍‌ସ, ଏ ମୁଭିଂ ଟାରଗେଟ୍‌ ଏବଂ ଆନ୍‌ ଇଜିପ୍ଟିଆନ୍‌ ଜର୍ନାଲ୍‌।

ଅତିପ୍ରିୟ ମାମୁଘର : ଗୋଲ୍‌ଡିଂଙ୍କର ଅତି ପ୍ରିୟ ସ୍ଥାନ ଥିଲା ତାଙ୍କ ମାମୁଘର। ବାସ୍ତବରେ ସେ ମାମୁଘର କର୍ନଓ୍ବାଲ୍‌ଠାରେ ୧୯୧୧, ସେପ୍ଟେମ୍ବର ୧୯ରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଶେଷ ଜୀବନ ପର୍ଯ୍ୟନ୍ତ ସେ ଯେତେବେଳେ ବି ସମୟ ପାଉଥିଲେ ମାମୁଘରକୁ ଛୁଟି ଯାଉଥିଲେ। ସେ ଥିଲେ ପରିବାରର ସବା ସାନ ପୁଅ। ତାଙ୍କର ପାଠପଢ଼ା ଗ୍ରାମର ସ୍କୁଲ୍‌ରେ ହୋଇଥିଲା। ବଡ଼ ହୋଇ ଅକ୍ସଫୋର୍ଡ଼ ୟୁନିଭର୍ସିଟିରେ ନାଚୁରାଲ୍‌ ସାଇନ୍ନ ବା ପ୍ରାକୃତିକ ବିଜ୍ଞାନ ଉପରେ ଉଚ୍ଚତର ଅଧ୍ୟୟନ କରିଥିଲେ। ବିଶ୍ୱ ତାଙ୍କୁ ଜଣେ ଔପନ୍ୟାସିକ ଭାବରେ ସମ୍ମାନ ଦେଉଥିଲେ ମଧ୍ୟ କବିତା ରଚନାରୁ ଆରମ୍ଭ ହୋଇଥିଲା ତାଙ୍କର ଲେଖକୀୟ ଜୀବନ। ଏମିତି କି ତାଙ୍କର ପ୍ରଥମ ପ୍ରକାଶିତ ବହି ହେଉଛି କବିତା ସଂକଳନ।

କ୍ୟାରିଅର : ସବୁବେଳେ ଦେଶ ପାଇଁ କିଛି ନା କିଛି କରିବାକୁ ଆଗଭର ଥିଲେ ଗୋଲ୍‌ଡିଂ। ସେଥିଲାଗି ସେ ନେଭିରେ ଯୋଗ ଦେଇଥିଲେ। ଯୋଗକୁ ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମଗ୍ର ବିଶ୍ୱକୁ ଭୟଭୀତ କରି ରଖିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ରକ୍ତପାତ ତାଙ୍କ ଭିତରେ ମୋହଭଙ୍ଗ ଛାଇଦେଲା। ସେଠାରେ ରହିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ଅତଃ ସେ ସେନାବାହିନୀରୁ ଓହରି ଆସି ଶିକ୍ଷାକ୍ଷେତ୍ରରେ ଯୋଗଦେଲେ। ଅଧ୍ୟାପନା କରିବା ସହିତ ଲେଖାଲେଖି ମଧ୍ୟ ଆରମ୍ଭ କରିଦେଲେ। ଆଗରୁ ତ ଲେଖୁଥିଲେ। ମାତ୍ର ଶିକ୍ଷକତାକୁ ଆସିବା ପରେ ତାହା ବହୁଗୁଣିତ ହୋଇ ଉଠିଲା। ୧୯୬୪ରେ ସେ ପ୍ରକାଶ କଲେ ତାଙ୍କର ତୃତୀୟ ଉପନ୍ୟାସ ‘ଦି ସ୍ପାୟାର’। ଅବଶ୍ୟ ଏହା ତାଙ୍କୁ ସଫଳତା ଦେଇପାରିଲା ନାହିଁ। ସେ ମିଶ୍ରିତ ଫଳ ପାଇଁ ସନ୍ତୁଷ୍ଟ ରହିଲେ। ଏହାର ଫଳସ୍ବରୂପ ଆର୍ଥତ୍କ ସଂକଟ ବୋଝ ଭଳି ଲଦି ହୋଇଗଲା।

ସଫଳତା : ୧୯୫୩ ମସିହା ସେପ୍ଟେମ୍ବର ମାସରେ ଗୋଲ୍‌ଡିଂ ଲଣ୍ଡନ୍‌ର ‘ଫେବର ଆଣ୍ଡ ଫେବର’ ପ୍ରକାଶନୀକୁ ଏକ ଉପନ୍ୟାସ ପଠାଇଲେ। ମାତ୍ର ତାହାକୁ ସେମାନେ ଫେରେଇ ଦେଲେ। ତେବେ ଏହାପଛରେ ନିୟତିର କିଛି ଲୁକ୍‌କାୟିତ ନିର୍ଦ୍ଦେଶ ଥିଲା ବୋଧହୁଏ। କାରଣ ଯେଉଁ ବହିଟି ପ୍ରତ୍ୟାଖ୍ୟାନର ଶିକାର ହୋଇଥିଲା ତାହା ଥିଲା ‘ଲର୍ଡ ଅଫ୍‌ ଦି ଫ୍ଲାଇଜ୍‌’। ଏହି ବହି ହିଁ ନୋବେଲ ପୁରସ୍କାର ପାଇ ଗୋଲଡିଂଙ୍କୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଆଣି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri