ଝୁମୁକା ଫ୍ୟାଶନ: ଜାଣନ୍ତୁ ଲାଟେଷ୍ଟ ଡିଜାଇନ

ଏହା ଏକ ପ୍ରକାର କ୍ଲାସିକ୍‌ ଇୟର ରିଂ, ଯାହାର ଚାହିଦା ମହିଳାମାନଙ୍କ ଗହଣରେ ପୂର୍ବରୁ ଥିଲା ଆଉ ଏବେ ବି ଅଛି। କହିବାକୁ ଗଲେ, ଭାରତୀୟ ମହିଳାମାନଙ୍କର ଜୁଏଲେରି କଲେକ୍‌ସନ୍‌ ଝୁମୁକା ବିନା ଲାଗେ ଯେମିତି ଅଧୁରା। ତେଣୁ ଝୁମୁକାର ଫ୍ୟାଶନ କେବେ ବି ପୁରୁଣା ହେଉନାହିଁ। ବରଂ ଦିନକୁ ଦିନ ଏହାର ନୂଆ ନୂଆ ଡିଜାଇନ ମାର୍କେଟ୍‌କୁ ଆସୁଛି। ତେବେ ଝୁମୁକାର କ’ଣ ସବୁ ଲାଟେଷ୍ଟ ଡିଜାଇନ ରହିଛି, ଆସନ୍ତୁ ଜାଣିବା…

ଗୋଲ୍ଡେନ ଝୁମୁକା: ପାରମ୍ପରିକ ପୋଷାକ ସହ ଏହି ଝୁମୁକା ଖୁବ୍‌ ସୁନ୍ଦର ମାନିଥାଏ। ସାଧାରଣତଃ ଟେମ୍ପଲ ଡିଜାଇନ୍‌, ଫ୍ଲୋରାଲ ଡିଜାଇନ୍‌ କିମ୍ବା ନେଚର ଥିମ୍‌ ଡିଜାଇନ୍‌ରେ ଆସୁଥିବା ଏହି ଗୋଲ୍ଡେନ୍‌ ଝୁମୁକାକୁ ଶାଢ଼ି କିମ୍ବା ଲେହେଙ୍ଗା ସହ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗେ।

ସିଲ୍‌ଭର ଅକ୍ସିଡାଇଜଡ୍‌ ଝୁମୁକା: ଏହି ଝୁମୁକାକୁ କେହି କେହି ଗୁଜରାଟୀ ଷ୍ଟାଇଲ ଝୁମୁକା ମଧ୍ୟ କହିଥାନ୍ତି। ସୂଚନାନୁଯାୟୀ, ନବରାତ୍ରି ସମୟରେ ଏହାର ଚାହିଦା ଖୁବ୍‌ ବଢ଼ିଯାଏ। କାରଣ ସେ ସମୟରେ ଘାଘରା-ଚୋଲି ସହ ଏହି ଝୁମୁକାକୁ ପିନ୍ଧି ଦାଣ୍ଡିଆ ଖେଳିଲେ ଲୁକ୍‌ ଟିକେ ଡିଫରେଣ୍ଟ ଲାଗିଥାଏ।

ଡାଇମଣ୍ଡ ଝୁମୁକା: ଯେଉଁମାନଙ୍କୁ ପାରମ୍ପରିକ ଡିଜାଇନ୍‌ର ଗୋଲ୍ଡେନ୍‌ ଝୁମୁକା ପିନ୍ଧିବାକୁ ଭଲ ଲାଗେ ନାହିଁ, ସେମାନେ ଚାହିଁଲେ ଡାଇମଣ୍ଡ ଖଚିତ ମଡର୍ନ ଡିଜାଇନ୍‌ର ଝୁମୁକା ଟ୍ରାଏ କରିପାରିବେ। ଏହା ଗ୍ଲାମର୍ସ ଲୁକ୍‌ ଦେଇଥାଏ।

ଟେରାକୋଟା ଝୁମୁକା: ଏହା ଏକପ୍ରକାର ହ୍ୟାଣ୍ଡମେଡ୍‌ ଝୁମୁକା, ଯାହା ଦେଖିବାକୁ ଯେମିତି ସୁନ୍ଦର ପିନ୍ଧିଲେ ବି ସେମିତି ମଡର୍ନ ଲୁକ୍‌ ଦେଇଥାଏ। ସାଧାରଣତଃ ପଶୁପକ୍ଷୀ, ପତ୍ର, ଫୁଲ, ବୃକ୍ଷଲତା, ପରିବେଶ ତଥା ଦେବଦେବୀଙ୍କୁ ଆଧାରକରି ସ୍ବତନ୍ତ୍ର ଭାବେ ତିଆରି କରାଯାଉଥିବା ଟେରାକୋଟାର ଏହି ଝୁମୁକାଗୁଡ଼ିକ ଶାଢ଼ି , ଲେହେଙ୍ଗା ଓ ସାଲଓ୍ବାର୍‌-କମିଜ୍‌ ସହ ବେଶ୍‌ ଭଲ ମାନିଥାଏ।

କଶ୍ମୀରୀ ଝୁମୁକା: ଏଥିରେ ମୁଖ୍ୟତଃ ଦୁଇଟି ଝୁମୁକା ଲାଗିଥାଏ। ଆଉ ସେହି ଦୁଇଟି ଝୁମୁକାକୁ ଗୋଟିଏ ପଲ୍‌ ଖଚିତ ଚେନ୍‌ ଦ୍ୱାରା ସଂଯୋଗ କରାଯାଇଥାଏ। ଫଳରେ ଗୋଟିଏ ଝୁମୁକା କାନର ଆଗପଟେ ରହିଥିବାବେଳେ ଆଉ ଗୋଟିଏ ଝୁମୁକା ଚେନ୍‌ ଦ୍ୱାରା କାନର ପଛପଟେ ଓହଳିକି ରହିଥାଏ। ପର୍ବପର୍ବାଣି, ବାହାଘର ଫଙ୍କ୍‌ସନରେ ଏହାକୁ ପିନ୍ଧିଲେ, ଲୁକ୍‌ ଗର୍ଜିୟସ୍‌ ଲାଗେ।

ହୁପ୍‌ ଝୁମୁକା: ଦୁଇଟି ଭିନ୍ନ ଭିନ୍ନ ଡିଜାଇନ୍‌ ଇୟର ରିଂର ପରଫେକ୍ଟ କମ୍ବିନେଶନ ହେଉଛି ହୁପ୍‌ ଝୁମୁକା। କିନ୍ତୁ ଏହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଶାଢ଼ି, ଲେହେଙ୍ଗା, ସାଲଓ୍ବାର୍‌ ସହିତ ବି ଏହି ଝୁମୁକା ବେଶ୍‌ ଭଲ ମାନିଥାଏ।

ପର୍ଲ ଝୁମୁକା: ଖାସ୍‌ କରି ଟ୍ରାଡିଶନାଲ ଆଉଟ୍‌ଫିଟ୍‌ ସହ ପର୍ଲ ଝୁମୁକା ପରଫେକ୍ଟ ମ୍ୟାଚ୍‌ କରିଥାଏ। ଚିକ୍‌, କ୍ଲାସିକ୍‌ ଓ ଏଲିଗାଣ୍ଟ ଲୁକ୍‌ ପାଇଁ ଯୁବତୀମାନଙ୍କ ମଧ୍ୟରେ ଏହାର ଡିମାଣ୍ଡ ଖୁବ୍‌ ରହିଥିବା ଦେଖିବାକୁ ମିଳେ।

କୁନ୍ଦନ ଝୁମୁକା: ରାଜସ୍ଥାନୀ ମହିଳାମାନଙ୍କ ଗହଣରେ ଏହି ଝୁମୁକାର ବେଶ୍‌ ଡିମାଣ୍ଡ ରହିଥିବା ଦେଖିବାକୁ ମିଳେ। କିନ୍ତୁ ଏହାର ଆକର୍ଷଣୀୟ ଡିଜାଇନ୍‌ ପାଇଁ ଏବେ ଅନ୍ୟମାନେ ବି ଏହାକୁ ପସନ୍ଦ କରିବାକୁ ଲାଗିଲେଣି। ଡିଜାଇନର ଆଉଟ୍‌ଫିଟ୍‌ ସହ ଏହି ଝୁମୁକା ବେଶ୍‌ ଭଲ ମାନିଥାଏ।

ଇୟର କଫ୍‌ ଝୁମୁକା: ଇୟର କଫ୍‌ ସାଙ୍ଗରେ ପୁଣି ଝୁମୁକା, ଗର୍ଜିୟସ୍‌ ଲୁକ୍‌ ମିଳିବା ସୁନିଶ୍ଚିତ। ମାର୍କେଟ୍‌ରେ ଏହାର ଅନେକ ଡିଜାଇନ ମିଳୁଥିଲେ ହେଁ ବିଶେଷକରି ମୟୂର ଡିଜାଇନର ଇୟର କଫ୍‌ ଝୁମୁକା ଅଧିକ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri