Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ

ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗାଁରେ ମୋର ଜନ୍ମ। ମୋତେ ଯେତେବେଳେ ମାତ୍ର ୬ ମାସ ହୋଇଥିଲା ବାପାଙ୍କର ଅକାଳ ବିୟୋଗ ହେଲା। ଭାଇଭଗାରିଙ୍କର ଅଣଦେଖା, ନାନା ଲୋକଙ୍କ ନାନା କଥା ଶୁଣି ଶୁଣି ବୋଉ ତା’ ମନୋବଳକୁ ଦୃଢ଼ କରିବା ସହ ମୋତେ ମଣିଷ କରିବାକୁ ଅଣ୍ଟା ଭିଡ଼ିଲା। ବାପଘରୁ ଆଣିଥିବା ସୁନାରୁପା ବିକି, ପର ଘରେ ପାଇଟି କରି ସେ ମୋ ମୁହଁରେ ଆହାର ଦେଲା, ଆଉ ମୋତେ ପାଠ ପଢାଇଲା। ଏମିତିରେ ଗାଁ ସ୍କୁଲ୍‌ରୁ ୭ମ ପାସ୍‌ କରିବା ପରେ ମାମୁଘରେ ରହି ପଢିଲି। ମାମୁଘର ନିକଟସ୍ଥ କଳାପଥର ଧଳାପଥର ହାଇସ୍କୁଲ୍‌ରୁ ୧୯୬୬ରେ ଏକାଦଶ ପାସ୍‌ କରିବା ପରେ ଗଡ଼ତରା ଘରୋଇ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମାସିକ ଚାଳିଶ ଟଙ୍କା ପାଉଣାରେ ମୁଁ ମୋର ଚାକିରି ଜୀବନ ଆରମ୍ଭ କରିଥିଲି। ପ୍ରଥମ ମାସର ଦରମା ବୋଉ ହାତରେ ଦେବାରୁ ସେ ବହୁତ ଖୁସି ହେଲା। ଦୁଇଟଙ୍କାରେ ନଡିଆଟିଏ କିଣି ଗାଁ ଇଷ୍ଟ ଦେବତା ଶ୍ରୀ ବାଲୁଙ୍କେଶ୍ୱରଙ୍କ ପାଖରେ ଭୋଗ କରି ମୋର ମଙ୍ଗଳ କାମନା କଲା। ଏହି ବିଦ୍ୟାଳୟରେ ୫ ବର୍ଷ ଶିକ୍ଷକତା କରିବା ପରେ କଟକସ୍ଥିତ ରାଧାନାଥ ଟ୍ରେନିଂ ସ୍କୁଲ୍‌ରେ ସିଟି କଲି। ସିଟି ପାସ୍‌ କରି ୧୯୭୪ରେ ଭୁବନେଶ୍ୱର ବ୍ଲକ୍‌ ଚନ୍ଦକା ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଭାବେ ଯୋଗ ଦେଲି। ୧୯୭୯ରେ ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ଭୁଆଶୁଣି ପାଟଣା ପ୍ରାଥମିକ ବିଦ୍ୟାଳୟକୁ ମୋର ବଦଳି ହେଲା। ଏହିପରି ଆହୁରି କେତେକ ବିଦ୍ୟାଳୟକୁ ବଦଳି ହୋଇ ଯିବା ପରେ ଶେଷରେ ପ୍ରଧାନ ଶିକ୍ଷକ ପଦବୀରେ ଥାଇ ବେଗୁନିଆ ସମିତି ପ୍ରାଥମିକ ବିଦ୍ୟାଳୟରୁ ୨୦୦୬ରେ ଚାକିରିରୁ ଅବସର ନେଇଥିଲି। ତେବେ ଶିକ୍ଷକତା ସହିତ ଘରୋଇ ଭବେ ଆଇ.ଏ., ବି.ଏ. ଓ ବି.ଇଡି. ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲି। ତା’ଛଡ଼ା ଚାକିରି କାଳ ଭିତରେ ସରକାରଙ୍କ ତରଫରୁ କେତେଥର କଣ୍ଢେଇ ମାଧ୍ୟମରେ ଶିକ୍ଷା, ସଂସ୍କୃତି ସୁରକ୍ଷା, ସର୍ବଶିକ୍ଷା ଅଭିଯାନ(ସମନ୍ବୟ, ଉଦୟ ୧ ଓ ୨ ଭାଗ, ସହଯୋଗ, ଉନ୍ମେଷ ୧,୨,୩ ଓ ୪ ଭାଗ, ଭୂମିକା, ସାମର୍ଥ୍ୟ, ସୃଜନ, ସଂଯୋଗୀ ୧ ଓ ୨ ଭାଗ, ମୀନା, ଜାଗୃତି ଇତ୍ୟାଦି)ର ଟ୍ରେନିଂ ମଧ୍ୟ ନେଇଥିଲି। କେବଳ ଟ୍ରେନିଂ ନେଉଥିଲି ତାହା ନୁହେଁ ଅନେକ ଥର ଜିଲା ତଥା ବ୍ଲକ୍‌ସ୍ତରୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏ ନେଇ ତାଲିମ ବି ଦେଇଥିଲି। ସେହିପରି ୨୫ରୁ ଊର୍ଦ୍ଧ୍ୱ ବିଭିନ୍ନ ସ୍ମରଣିକାର ସମ୍ପାଦନା ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲି। ଯେଉଁଥିପାଇଁ ୨୦୦୫ରେ ମୋତେ ଆଦର୍ଶ ଶିକ୍ଷକ ଭାବେ ରାଜ୍ୟପାଳ ପୁରସ୍କାର ମିଳିଥିଲା। ତେବେ ଶିକ୍ଷକତା ଜୀବନ ବାଦ୍‌ ବିଭିନ୍ନ ସଚେତନତା ଧର୍ମୀ (ଯେମିତିକି ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ, ନିଶା ନିବାରଣ, ଏଡ୍‌ସ, କନ୍ୟାଭ୍ରୂଣ ସୁରକ୍ଷା, ଗୋସମ୍ପଦର ସୁରକ୍ଷା, ପିତାମାତାଙ୍କୁ ଅବହେଳା ନ କରିବା ଆଦି ସମ୍ବନ୍ଧରେ) ଲେଖା ଲେଖିବାରେ ମୋର ବିଶେଷ ରୁଚି ଥିଲା। ୟା’ଭିତରେ ପ୍ରାୟ ୨୦ ଖଣ୍ଡ ସଚେତନତା ଧର୍ମୀ ପୁସ୍ତକ ମୋର ପ୍ରକାଶ ପାଇସାରିଲାଣି, ଯାହାକୁ ମୁଁ ବିଭିନ୍ନ ସଭାସମିତିରେ ଯୋଗ ଦେବାକୁ ଗଲାବେଳେ ଲୋକମାନଙ୍କୁ ମାଗଣାରେ ବାଣ୍ଟି ଥାଏ। ଲେଖାଲେଖି ସହିତ ଗଛ ଲଗାଇବା ଓ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ସୃଷ୍ଟି କରାଇବା ଦିଗରେ ବି ମୋର ଅନେକ ଭୂମିକା ରହିଛି। ଯେଉଁଥିପାଇଁ ୨୦୦୮ରେ ମୋତେ ପ୍ରକୃତିବନ୍ଧୁ ପୁରସ୍କାର ବି ମିଳିସାରିଛି। ସେହିପରି ୟା’ଭିତରେ ଜଣେ କବି, ଶିକ୍ଷାବିତ୍‌ ଓ ସମାଜସେବୀ ଭାବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ଦ୍ୱାରା ମଧ୍ୟ ସମ୍ବର୍ଦ୍ଧିତ ତଥା ସମ୍ମାନିତ ହୋଇସାରିଛି।
-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri