Posted inଫୁରସତ

ବ୍ୟକ୍ତିତ୍ୱ: ବି.ସରୋଜା ଦେବୀ

ଭାରତୀୟ ସିନେମା ଜଗତର ଜଣେ ଅନ୍ୟତମ ସଫଳ ଅଭିନେତ୍ରୀ ହେଉଛନ୍ତି ବି.ସରୋଜା ଦେବୀ। ହିନ୍ଦୀ, ତେଲୁଗୁ, ତାମିଲ ଏବଂ କନ୍ନଡ଼ ଭାଷାରେ ସେ ଦୁଇଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏକାଦିକ୍ରମେ ଛ’ ଦଶନ୍ଧି ସେ ଅଭିନୟ କରି ନିଜ ଅଭିନୟ କଳାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ସିନେମା ଇତିହାସରେ ତାଙ୍କୁ ଜଣେ ସଫଳ ଅଭିନେତ୍ରୀ ବୋଲି କୁହାଯାଇଥାଏ। ତାଙ୍କ ଅଭିନୟର ବାସ୍ତବତା ଯୋଗୁ ତାଙ୍କୁ ‘ଅଭିନୟ ସରସ୍ବତୀ’ ବୋଲି ମଧ୍ୟ କୁହାଯାଇଥାଏ। ମାତ୍ର ୧୭ବର୍ଷ ବୟସରେ ତାଙ୍କୁ ଏକ ବଡ଼ ବ୍ରେକ୍‌ ମିଳିଥିଲା କନ୍ନଡ଼ ଇଣ୍ଡଷ୍ଟ୍ରିରେ। ଫିଲ୍ମର ଶୀର୍ଷକ ଥିଲା ‘ମହାକବି କାଳିଦାସ’। ଏହା ୧୯୫୫ ମସିହା କଥା। ୧୯୫୯ରେ ସେ ତେଲୁଗୁ ଫିଲ୍ମ ‘ପଣ୍ଡୁରଙ୍ଗା ମହାତ୍ମ୍ୟମ୍‌’ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ। ୧୯୭୦ ପର୍ଯ୍ୟନ୍ତ ସେ ତାଙ୍କର ଏହି ସଫଳତାର ଯାତ୍ରାକୁ ବଜାୟ ରଖିବାରେ ସହାୟକ ହୋଇଥିଲେ। ତାମିଲ୍‌ ମୁଭି ‘ନାଡୋଡ଼ି ମନାନ୍‌’ କରିବା ପରେ ତାଙ୍କ ପଛରେ ସଫଳ ନାୟିକାର ଟ୍ୟାଗ୍‌ ଯୋଡ଼ି ହୋଇ ଯାଇଥିଲା। ତାମିଲ୍‌ ଇଣ୍ଡଷ୍ଟ୍ରିରେ ତାଙ୍କର ସବୁଠୁ ବେଶି ଚାହିଦା ରହିଥିଲା। ୧୯୫୯ରେ ହିନ୍ଦୀ ଚିତ୍ର ଜଗତକୁ ପ୍ରବେଶ କରିଥିଲେ। ‘ପୈଗାମ୍‌’ ଥିଲା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ। ୧୬୧ଟି ଫିଲ୍ମରେ ସେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ୧୯୫୫ରୁ ୧୯୮୪ ସମୟ କାଳକୁ ସରୋଜା ଦେବୀଙ୍କ ସମୟ ବୋଲି କୁହାଯାଇଥାଏ। ସେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ, ପଦ୍ମ ଭୂଷଣ ପ୍ରଭୃତି ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହିଭଳି ବାଙ୍ଗାଲୋର ୟୁନିଭର୍ସିଟି ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା।

ପ୍ରାଥମିକ ଜୀବନ : ୧୯୩୮ ଜାନୁୟାରୀ ୭ ତାରିଖରେ ବାଙ୍ଗାଲୋରରେ ଜନ୍ମ ହୋଇଥିଲେ ସରୋଜାଦେବୀ। ତାଙ୍କ ବାପାଙ୍କ ନାମ ଭୈରାପ୍ପା। ସେ ଜଣେ ପୋଲିସ୍‌ ଅଧିକାରୀ ଥିଲେ। ମା’ଙ୍କ ନାମ ରୁଦ୍ରାମ୍ମା। ରୁଦ୍ରାମ୍ମା ଥିଲେ ଜଣେ ସୁଗୃହିଣୀ। ସରୋଜାଦେବୀ ଥିଲେ ତାଙ୍କ ପରିବାରର ଚତୁର୍ଥ କନ୍ୟା ସନ୍ତାନ। ସେଥିଲାଗି ତାଙ୍କ ଜେଜେବାପା ମୟାନ୍ନା ଗୌଡ଼ା ଚାହୁଁଥିଲେ ଯେ ତାଙ୍କୁ ଅନ୍ୟ କାହାକୁ ପୋଷ୍ୟକନ୍ୟା ଭାବରେ ପ୍ରଦାନ କରିଦେବା ପାଇଁ। ମାତ୍ର ସେକଥା ହେବାକୁ ଦେଇ ନ ଥିଲେ ତାଙ୍କ ବାପା ଭୈରାପ୍ପା। ସେ ପିଲା ଥିବା ବେଳେ ବାପା ଭୈରାପ୍ପା ତାଙ୍କୁ ନୃତ୍ୟ ତଥା ସଂଗୀତ ଶିଖିବା ପାଇଁ ଉତ୍ସାହିତ କରିଥିଲେ। ଖାଲି ଉତ୍ସାହିତ କରି ନ ଥିଲେ; ଅଧିକନ୍ତୁ ତାଙ୍କୁ ବିଭିନ୍ନ ଉସ୍ତାଦଙ୍କ ନିକଟକୁ ନେବା ଆଣିବା ମଧ୍ୟ କରୁଥିଲେ। ତେବେ ତାଙ୍କ ମା’ ଖୁବ୍‌ ଷ୍ଟ୍ରିକ୍ଟ ଥିଲେ। ସେ ତାଙ୍କର ପରିଧାନ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। ସ୍ବିମ୍‌ସୁଟ୍‌ କିମ୍ବା ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌ ପିନ୍ଧିବା ପାଇଁ ତାଙ୍କୁ ବାରଣ କରିଥିଲେ। ସରୋଜା ମା’ଙ୍କର କଥାକୁ ସମ୍ମାନ ଜଣେଇ ଆଜି ଯାଏ ନା ସ୍ବିମ୍‌ସୁଟ୍‌ ପିନ୍ଧିଛନ୍ତି ନା’ ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌ ପରିଧାନ କରିଛନ୍ତି। ସେ ୧୩ବର୍ଷର ହୋଇଥିବା ବେଳେ ଏକ ସଭାରେ ସଂଗୀତ ପରିବେଷଣ କରୁଥିଲେ। ସେଠାରେ ତାଙ୍କର ପ୍ରତିଭାକୁ ପ୍ରଥମ କରି ଠାବ କରିଥିଲେ ବି.ଆର.କ୍ରିଷ୍ଣମୂର୍ତ୍ତି। ସେ ତାଙ୍କୁ ଫିଲ୍ମରେ ଅଫର ଦେଇଥିଲେ। ହେଲେ ବୟସରେ କମ୍‌ ହୋଇଥିବାରୁ ସେ ସେହି ଫିଲ୍ମ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ମୁଭି କ୍ୟାରିୟର : ସରୋଜା ଦେବୀଙ୍କ ମୁଭି କ୍ୟାରିୟର ଆରମ୍ଭ ହୋଇଥିଲା ୧୯୫୫ ମସିହାରେ। ପ୍ରଥମ ଫିଲ୍ମ ଥିଲା ‘ମହାକବି କାଳିଦାସ’। ଏଥିରେ ସେ ସହଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ। ୧୯୫୮ରେ ସେ ପ୍ରଥମେ ମୁଖ୍ୟ ଅଭିନେତ୍ରୀ ଭାବରେ ପରଦାକୁ ଆସିଲେ। ଏହାପରେ ତାଙ୍କ ହାତକୁ ଆସିଲା ହିନ୍ଦୀ ଫିଲ୍ମ ‘ପୈଗାମ୍‌’। ଏଥିରେ ତାଙ୍କର ସହକଳାକାର ଥିଲେ ଦିଲୀପ କୁମାର। ‘ପୈଗାମ’ ମୁକ୍ତିଲାଭ କରିବା ପରେ ସରୋଜା ଦେବୀଙ୍କ ନାମ ପାଖରୁ ଆଞ୍ଚଳିକ ଅଭିନେତ୍ରୀର ଟ୍ୟାଗ୍‌ ହଟିଗଲା। ସେ ପାଲଟିଗଲେ ଜଣେ ସର୍ବଭାରତୀୟ ଅଭିନେତ୍ରୀ। ଏହା ପରେ ପରେ ରାଜେନ୍ଦ୍ର କୁମାରଙ୍କ ସହିତ ‘ଶଶୁରାଲ’, ସୁନୀଲ ଦତ୍ତଙ୍କ ସହ ‘ବେଟି ବେଟେ’, ଶମ୍ମି କପୁରଙ୍କ ସହିତ ‘ପ୍ୟାର କିୟା ତୋ ଡରନା କ୍ୟା’ ଆଦି ଫିଲ୍ମରେ ଅଭିନୟ କରି ସେ ଭାରତୀୟ ସିନେମାରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ରାଜ କପୁର ତାଙ୍କୁ ‘ନଜରାନା’ ଫିଲ୍ମ ପାଇଁ ଚୁକ୍ତି କରିଥିଲେ। ଫିଲ୍ମର କିଛି ସିନ୍‌ ମଧ୍ୟ ସୁଟ୍‌ ହୋଇଥିଲା। ତେବେ ନିର୍ଦ୍ଦେଶକ ସି.ଭି.ଶ୍ରୀଧରଙ୍କ ସହିତ ମନୋମାଳିନ୍ୟ କାରଣରୁ ସେ ‘ନଜରାନା’ରୁ ଓହରି ଯାଇଥିଲେ। ତାଙ୍କ ସ୍ଥାନରେ ବୈଜୟନ୍ତିମାଲାଙ୍କୁ ନିଆ ଯାଇଥିଲା।

ପାରିବାରିକ ଜୀବନ : ଜଣେ ସଫଳ ଅଭିନେତ୍ରୀ ହୋଇଥିଲେ ମଧ୍ୟ ପ୍ରେମ ବିବାହକୁ ପସନ୍ଦ କରି ନ ଥିଲେ ସରୋଜା ଦେବୀ। ସେ ଇଞ୍ଜିନିୟର ଶ୍ରୀହର୍ଷଙ୍କୁ ବିବାହ କରିଥିଲେ। ଶ୍ରୀହର୍ଷ ଜଣେ ଉତ୍ତମ ସ୍ବାମୀ ଥିଲେ। ସରୋଜାଦେବୀ ଯେତେବେଳେ ଗଭୀର ଆର୍ଥତ୍କ ସଙ୍କଟ ମଧ୍ୟ ଦେଇ ଗତି କରୁଥିଲେ ଆଉ ଆୟକର ବିଭାଗ ତାଙ୍କ ପଛରେ ପଡ଼ି ଯାଇଥିଲା ସେତେବେଳେ ଶ୍ରୀହର୍ଷ ହିଁ ତାଙ୍କୁ ସେହି ସଙ୍କଟରୁ ବାହାରକୁ ଆଣିଥିଲେ। ଖାଲି ସେତିକି ନୁହେଁ ସେ କିପରି ସଫଳତାର ସହିତ ଆର୍ଥିକ ପରିଚାଳନା କରିପାରିବେ ତାହା ମଧ୍ୟ ତାଙ୍କୁ ଶିଖାଇଥିଲେ। ସମସ୍ତେ ଭାବିଥିଲେ ବିବାହ ପରେ ସରୋଜାଦେବୀଙ୍କ ଫିଲ୍ମ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। ମାତ୍ର ଶ୍ରୀହର୍ଷ ହିଁ ତାଙ୍କୁ ଫିଲ୍ମ କ୍ୟାରିୟର ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ବୈବାହିକ ଜୀବନ ବେଶ୍‌ ସଫଳ ରହିଥିଲା। ସରୋଜାଦେବୀ ଦୁଇଝିଅ ଓ ଗୋଟିଏ ପୁତ୍ର ସନ୍ତାନର ଜନନୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri