ବରୁଣେଶ୍ୱରରେ ମାୟାବିନୀ ମୌସୁମୀ

ଓଡ଼ିଶାର ଅନ୍ୟତମ ଯାତ୍ରା ମହାକୁମ୍ଭ ବରୁଣେଶ୍ୱର ମେଳା। ବରୁଣେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ଏହି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଯାତ୍ରାର ଏକ ଅଘୋଷିତ ମହାସମର ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ମଧ୍ୟ ଯୁଦ୍ଧ ପାଇଁ ସଜବାଜ ହେଲେଣି ଯାତ୍ରାଦଳଗୁଡ଼ିକ। ଆଜିଠାରୁ ଆରମ୍ଭ ହେବ ଯାତ୍ରା। ବିଗୁଲ ବାଜି ସାରିଛି। ମଞ୍ଚ ବନ୍ଧା ସରିଛି। ଦର୍ଶକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଉ ସେହି ଉତ୍କଣ୍ଠାର ଶୀର୍ଷରେ ରହିଛି ଅପେରା ସୂର୍ଯ୍ୟମନ୍ଦିର। ଅପେରା ସୂର୍ଯ୍ୟମନ୍ଦିର ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆସିଛି ବରୁଣେଶ୍ୱରକୁ। ଅନୁଷ୍ଠାନର ପରିଚାଳକ ବଙ୍କିମ ସ୍ବାଇଁ କହନ୍ତି : ଦଳ ଏଥର ବରୁଣେଶ୍ୱରରେ ତା’ର ଚର୍ଚ୍ଚିତ ନାଟକ ‘ମାୟାବିନୀ ମୌସୁମୀ’କୁ ଅସ୍ତ୍ର କରିଛି। ପ୍ରତି କ୍ୟାମ୍ପରେ ଏହି ନାଟକ ତା’ର ସଫଳତାର ଯାତ୍ରା ଜାରି ରଖିଛି। ଆଉ ବରୁଣେଶ୍ୱରରେ ମଧ୍ୟ ତାହାକୁ ରିପିଟ୍‌ କରିବ ବୋଲି ପରିଚାଳକଙ୍କ ମତ। ନାଟକଟି ଏକ ନାରୀ କୈନ୍ଦ୍ରିକ ନାଟକ। ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ ସମାଜ କାନ୍ଦେ। ଯେତେବେଳେ ନାରୀ ଆଖିରୁ ଲୁହ ଝରେ, ତା’ ନାକପୁଡ଼ାରୁ ତତଲା ନିଃଶ୍ୱାସ ବାହାରେ ସେତେବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଧ୍ୱଂସ ହୋଇଯାଏ। ଏହା ହେଉଛି ନାଟକର ପ୍ରଚ୍ଛଦ କାହାଣୀ। ଏଥିରେ ଅଛି ଭାଇ ଭାଇର ପ୍ରେମ, ସନ୍ଦେହ, ପିତାର ଆଦର୍ଶ, ସାବତ ମା’ର ଈର୍ଷା, ବଡ଼ଭାଇର ତ୍ୟାଗ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା, ପ୍ରେମିକାର ଅନନ୍ୟ ପ୍ରେମ, ଖଳନାୟକର କୁତ୍ସିତ ଷଡ଼ଯନ୍ତ୍ର, ଦାରିଦ୍ର୍ୟର ଯନ୍ତ୍ରଣାରେ ଛଟପଟ ହେଉଥିବା ଭାଇ, ପୁରୁଷ ପୀଡ଼ିତା ଯାଜ୍ଞସେନୀର କଠୋର ପ୍ରତିଜ୍ଞା ପୁଣି ପରିସ୍ଥିତିର ନିଅଁାରେ ଜଳି ଛଟପଟ ହେଉଥିବା ମଣିଷମାନଙ୍କର କାହାଣୀ। ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଯାତ୍ରା ଜଗତର ଲାସ୍ୟମୟୀ ଅଭିନେତ୍ରୀ ବେବିନା। ଶ୍ରାବଣୀ ଚରିତ୍ରରେ ସେ ମଞ୍ଚକୁ ଆସୁଛନ୍ତି। ଆଉ ରାତିସାରା ଦର୍ଶକଙ୍କ ଆଖିରେ ଶ୍ରାବଣର ବନ୍ୟା ବୁହାଉଛନ୍ତି। ନାଟ୍ୟକାର ଅଧ୍ୟାପକ ଚିନ୍ମୟ ଦାସ ନାଟକଟିକୁ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ଖଣ୍ଡୁଆଳ। ବିକାଶ ଶୁକ୍ଳାଙ୍କ ସଂଯୋଜିତ ସଂଗୀତ ପାଇଁ ଗୀତ ରଚନା କରିଛନ୍ତି ନିଗମ ମିଶ୍ର। ନୃତ୍ୟ ବିଭାଗରେ ଅଛନ୍ତି ବାପି ସାର୍‌। ବିନୋଦ, ବେବିନା, ପୀୟୂଷ, ରୀନା, ଲିଜା, ପୂଜା, ବିନି, ସାଇ ସୁରଜ, ଦୀପକ ବୋଷ, ଅଭି, ବ୍ରଜ, ବାପି, ଟୁକୁ ଏବଂ ଆକାଶ ପ୍ରମୁଖଙ୍କ ଅଭିନୟ ବରୁଣେଶ୍ୱରର ଦର୍ଶକମାନଙ୍କ ଆଖିରେ ମୌସୁମୀର ମାୟା ରଚିବ ବୋଲି ଅନୁଷ୍ଠାନ ବେଶ୍‌ ଆଶାବାଦୀ। ବରୁଣେଶ୍ୱର ମେଳାକୁ ଆସୁଥିବା ଅନ୍ୟ ଯାତ୍ରା ଅନୁଷ୍ଠାନ ମଧ୍ୟରେ ରହିଛନ୍ତି ଶିବାନୀ ଗଣନାଟ୍ୟ, ଯାତ୍ରା ନିୟୁ ସଚ୍ଚିଦାନନ୍ଦ, ରାଜଧାନୀ ଅପେରା ଏବଂ ଯାତ୍ରା ସ୍ବର୍ଣ୍ଣମହଲ।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର୍‌ ବନିଲେ ଏହି ୟଙ୍ଗ ଆକ୍ଟର; କେବଳ ଐଶ୍ୱର୍ଯ୍ୟା-ବିଜୟ ନୁହେଁ, ଶାହାରୁଖଙ୍କୁ ବି ପକାଇଲେ ପଛରେ…

ମୁମ୍ବାଇ: ଇଣ୍ଟରନେଟ ମୁଭି ଡାଟାବେସ (IMDb) ପକ୍ଷରୁ ଚଳିତ ସପ୍ତାହର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଧର୍ମେନ୍ଦ୍ରଙ୍କ…

ମା’ ନୁହେଁ, ପ୍ରଶଂସା ସାଉଁଟିଲେ ଆରାଧ୍ୟା

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri