Posted inଫୁରସତ

ବ୍ୟକ୍ତିତ୍ୱ: ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର ସୟଦ ରାଜା

ସୟଦ ହାଇଦର ରାଜା। ସଂକ୍ଷେପରେ ସେ ଏସ୍‌.ଏଚ୍‌. ରାଜା ଭାବେ ପରିଚିତ। ସେ ଜଣେ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର। ତାଙ୍କ ଜୀବନକାଳ ମଧ୍ୟରେ ସେ ଫ୍ରାନ୍ସରେ ଦୀର୍ଘଦିନ ରହି ଚିତ୍ର କରୁଥିଲେ। ଫ୍ରାନ୍ସରେ ରହିଥିଲେ ମଧ୍ୟ ତାଙ୍କର ଆତ୍ମା ରହିଥିଲା ଭାରତରେ। ଭାରତୀୟ ସଂସ୍କାର, ସଂସ୍କୃତି, ଐତିହ୍ୟ ତାଙ୍କ ରକ୍ତରେ ଥିଲା। ସେ ଭାରତର ପାଣିପବନକୁ ନିଜର ନିଃଶ୍ୱାସ ପ୍ରଶ୍ୱାସରେ ଅନୁଭବ କରୁଥିଲେ। ସେଥିଲାଗି ସେ ଫ୍ରାନ୍ସରେ ରହି ଚିତ୍ର ଆଙ୍କୁଥିଲେ ମଧ୍ୟ ତାଙ୍କର ଚିତ୍ରକଳାଗୁଡ଼ିକ ଭାରତୀୟ ରଙ୍ଗରେ ରଙ୍ଗିନ ହୋଇ ଉଠୁଥିଲା ବୋଲି କଳା ସମୀକ୍ଷକମାନେ ଅହରହ ମତବ୍ୟକ୍ତ କରୁଥିଲେ। ତାଙ୍କର ଚିତ୍ରକଳା ମୁଖ୍ୟତଃ ଥିଲା ଅବଷ୍ଟ୍ରାକ୍ଟ ତଥା ଆକ୍ରିଲିକ୍‌। ଗାଢ଼ ରଙ୍ଗର ବହୁଳତା ମଧ୍ୟରେ ସେ ଚିତ୍ର ଆଙ୍କୁଥିଲେ। ତାଙ୍କ ଚିତ୍ରରେ ଭାରତୀୟ ମହାଜାଗତିକତା ଯେତିକି ପରିମାଣରେ ରହୁଥିଲା ସେତିକି ପରିମାଣରେ ଭାରତୀୟ ଦର୍ଶନର ରଙ୍ଗ ମଧ୍ୟ ପ୍ରତିଫଳିତ ହୋଇଉଠୁଥିଲା। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ପୁଣି ସେ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ସେତିକିନୁହେଁ, ଫ୍ରାନ୍ସ ସରକାର ମଧ୍ୟ ତାଙ୍କୁ ସର୍ବୋଚ୍ଚ ଫ୍ରେଞ୍ଚ୍‌ ସିଭିଲିଆନ୍‌ ଆଓ୍ବାର୍ଡ ପ୍ରଦାନ କରିଥିଲେ। ତାଙ୍କୁ ଭାରତର ସବୁଠୁ ଦାମୀ ଆଧୁନିକ ଚିତ୍ରକର ବୋଲି କୁହାଯାଏ। ୨୦୧୦ରେ ତାଙ୍କର ଏକ ଚିତ୍ର ୧୬ହଜାର କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା। ୧୯୫୯ରେ ଫରାସୀ ଚିତ୍ରକର ଜେନାଇନ୍‌ ମଙ୍ଗିଲାତ୍‌ଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଏହା ପରେ ଦୁଇଦେଶ ଫ୍ରାନ୍ସ ଓ ଭାରତ ତାଙ୍କର କର୍ମସ୍ଥଳୀ ପାଲଟି ଯାଇଥିଲା। ୨୦୦୨ରେ ମଙ୍ଗିଲାତ୍‌ଙ୍କର କର୍କଟ ରୋଗରେ ପ୍ରାଣହାନି ଘଟିଥିଲା।

ପିଲାବେଳ ଓ ପାଠପଢ଼ା: ମଧ୍ୟପ୍ରଦେଶର ନରସିଂହପୁର ଜିଲାସ୍ଥିତ ବାବରିଆ ଗ୍ରାମରେ ଜନ୍ମ ହୋଇଥିଲେ ସୟଦ ରାଜା। ବାପାଙ୍କ ନାମ ସୟଦ ମହମ୍ମଦ ରାଜି। ତାଙ୍କ ବାପା ଜଣେ ଡେପୁଟି ଫରେଷ୍ଟ ରେଞ୍ଜର ଥିଲେ। ୧୨ବର୍ଷ ବୟସରୁ ସୟଦ ରାଜା ଚିତ୍ର କରିବାରେ ମନୋନିବେଶ କରିଥିଲେ। ଚିତ୍ର ପ୍ରତି ତାଙ୍କ ଭିତରେ ଏତେ ଦୁର୍ବଳତା ଥିଲା ଯେ, ସେ ଚିତ୍ର କରିବା ବେଳେ ସବୁକିଛି ଭୁଲି ଯାଉଥିଲେ। ହାଇସ୍କୁଲ ପଢ଼ା ଶେଷ କରିବା ପରେ ସେ ନାଗପୁର ସ୍କୁଲ ଅଫ୍‌ ଆର୍ଟରେ ନାମ ଲେଖାଇଥିଲେ। ସେଠାରେ ପଢ଼ା ଶେଷ କରି ସେ ଫ୍ରାନ୍ସ ଗଲେ ଚିତ୍ର ଉପରେ ଅଧିକ ଗବେଷଣା କରିବା ପାଇଁ। ଫ୍ରାନ୍ସରେ ଥିବା ସମୟରେ ସେ ସମଗ୍ର ୟୁରୋପ୍‌ ଭ୍ରମଣ କରିଥିଲେ। ଫ୍ରାନ୍ସ ତାଙ୍କର ପ୍ରିୟ ସ୍ଥାନ ପାଲଟି ଯାଇଥିଲା। ସେ ପ୍ୟାରିସ୍‌ରେ ମଧ୍ୟ ତାଙ୍କର ଚିତ୍ର ପ୍ରଦର୍ଶନୀ କରାଇଥିଲେ।

ବମ୍ବେରୁ ଆରମ୍ଭ: ୧୯୪୬ରେ ବମ୍ବେ ଆର୍ଟ ସୋସାଇଟି ସେଲୁନ୍‌ରେ ନିଜର ପ୍ରଥମ ଏକକ ଚିତ୍ରକଳା ପ୍ରଦର୍ଶନୀ କରିଥିଲେ ସୟଦ ରାଜା। ଏଥିରେ ସୋସାଇଟି ପକ୍ଷରୁ ତାଙ୍କୁ ସିଲଭର ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା। ଓ୍ବାଟର କଲରରୁ ରାଜା ଆରମ୍ଭ କରିଥିଲେ ତାଙ୍କର ଚିତ୍ରକଳା କ୍ୟାରିଅର। ଏହା ଥିଲା ତାଙ୍କର ପ୍ରାଥମିକ ପର୍ଯ୍ୟାୟର କଥା। ସେତେବେଳେ ଚିତ୍ରକଳାର ଗୁରୁମାନେ ଭବିଷ୍ୟବାଣୀ କରିଥିଲେ ଯେ, ଏହି ଚିତ୍ରକଳା କେବଳ ଭାରତ ଭିତରେ ସୀମିତ ହୋଇ ରହିବନାହିଁ। ଅଧିକନ୍ତୁ ଏହା ଦିନେ ବିଶ୍ୱରେ ଭାରତକୁ ପ୍ରତିନିଧିତ୍ୱ କରିବ। ଏକଥା କହିବା ନିଷ୍ପ୍ରୟୋଜନ ଯେ, ସେହି ଭବିଷ୍ୟତବାଣୀ ଦିନେ ସତ୍ୟରେ ପରିଣତ ହୋଇଥିଲା। ଆଜି ସୟଦ ରାଜାଙ୍କୁ ଜଣେ ବିଶ୍ୱସ୍ତରୀୟ ଭାରତୀୟ ପେଣ୍ଟର ଭାବରେ ମାନ୍ୟତା ପ୍ରଦାନ କରାଯାଏ।
ଦୁର୍ଭାଗ୍ୟର ବର୍ଷ:୧୯୪୭ ମସିହାଟି ସୟଦ ରାଜାଙ୍କ ପାଇଁ ଥିଲା ଅତି ଗୁରୁତ୍ୱପୂର୍ଣ୍ଣ ବର୍ଷ। ଏହିବର୍ଷ ତାଙ୍କ ମା’ଙ୍କର ଦେହାନ୍ତ ଘଟିଥିଲା। ଏହା ତାଙ୍କ ପାଇଁ ଥିଲା ସବୁଠୁ ବଡ଼ ଦୁର୍ଭାଗ୍ୟଜନକ ଅଧ୍ୟାୟ ବୋଲି ସୟଦ ରାଜା ଅନେକ ସ୍ଥାନରେ ପ୍ରକାଶ କରିଥିଲେ। ଏହିବର୍ଷ ବି ସେ ‘ବମ୍ବେ ପ୍ରୋଗ୍ରେସିଭ୍‌ ଆର୍ଟିଷ୍ଟ’ ନାମରେ ଏକ ଚିତ୍ରକର ଗୋଷ୍ଠୀ ଗଠନ କରିଥିଲେ। ଏଥିରେ କେ.ଏଚ୍‌. ଆରା, ଏଫ୍‌.ଏନ୍‌. ସୌଜାଙ୍କ ପରି ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସାମିଲ୍‌ ହୋଇଥିଲେ। ଏହି ଗୋଷ୍ଠୀର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିଲା ୟୁରୋପୀୟ ଚିତ୍ରକଳାକୁ ଭାରତୀୟ ଚିତ୍ରକଳା ସହିତ ସମ୍ମିଶ୍ରଣ କରିବା। ଏହି ଗୋଷ୍ଠୀର ପ୍ରଥମ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ୧୯୪୮ ମସିହାରେ; ଯାହା ଭାରତୀୟ ଚିତ୍ରକରଙ୍କ ପାଇଁ ଏକ ପୁନର୍ଜାଗରଣର ହାଓ୍ବା ସୃଷ୍ଟି କରିଥିଲା। ଏହିବର୍ଷ ମଧ୍ୟ ତାଙ୍କ ପାଇଁ ଆଉ ଏକ ଦୁଃଖ ନେଇ ଆସିଥିଲା। ତାହା ଥିଲା ତାଙ୍କ ବାପାଙ୍କ ଦେହାନ୍ତ। ମା’ ଯାଇଥିଲେ। ବାପା ବି ଗଲେ। ମାନସିକ ସ୍ତରରେ ଏକୁଟିଆ ହୋଇ ଯାଇଥିଲେ ସୟଦ ରାଜା। ପୁଣି ଦେଶ ବିଭାଜନ ବି ଥିଲା ବେଡ଼ି ଉପରେ କୋରଡ଼ା ସଦୃଶ। ସେ ନିଜର ଭାଇଭଉଣୀଙ୍କ ସହିତ ପ୍ରିୟ ଭାରତକୁ ଛାଡ଼ିଦେଇ ପାକିସ୍ତାନ ଚାଲି ଯାଇଥିଲେ। ପାକିସ୍ତାନରେ ସୀମିତ ନ ଥିଲା ତାଙ୍କର ଯାତ୍ରା। ଏହି ଯାତ୍ରା ଲମ୍ବିଥିଲା ଫ୍ରାନ୍ସ ଯାଏ। ଫ୍ରାନ୍ସରେ ଥାଇ ବି ତାଙ୍କର ଚିତ୍ରକଳା ଅଖଣ୍ଡ ଭାରତର ଜୟଗାନ କରିଥିଲା।
୨୦୧୬ ମସିହା ଜୁଲାଇ ୨୩ ତାରିଖରେ ଏହି ମହାନ୍‌ ପ୍ରତିଭାଧର ଚିତ୍ରକରଙ୍କର ଦେହାନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?