Posted inଫୁରସତ

ବ୍ୟକ୍ତିତ୍ୱ: ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର ସୟଦ ରାଜା

ସୟଦ ହାଇଦର ରାଜା। ସଂକ୍ଷେପରେ ସେ ଏସ୍‌.ଏଚ୍‌. ରାଜା ଭାବେ ପରିଚିତ। ସେ ଜଣେ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର। ତାଙ୍କ ଜୀବନକାଳ ମଧ୍ୟରେ ସେ ଫ୍ରାନ୍ସରେ ଦୀର୍ଘଦିନ ରହି ଚିତ୍ର କରୁଥିଲେ। ଫ୍ରାନ୍ସରେ ରହିଥିଲେ ମଧ୍ୟ ତାଙ୍କର ଆତ୍ମା ରହିଥିଲା ଭାରତରେ। ଭାରତୀୟ ସଂସ୍କାର, ସଂସ୍କୃତି, ଐତିହ୍ୟ ତାଙ୍କ ରକ୍ତରେ ଥିଲା। ସେ ଭାରତର ପାଣିପବନକୁ ନିଜର ନିଃଶ୍ୱାସ ପ୍ରଶ୍ୱାସରେ ଅନୁଭବ କରୁଥିଲେ। ସେଥିଲାଗି ସେ ଫ୍ରାନ୍ସରେ ରହି ଚିତ୍ର ଆଙ୍କୁଥିଲେ ମଧ୍ୟ ତାଙ୍କର ଚିତ୍ରକଳାଗୁଡ଼ିକ ଭାରତୀୟ ରଙ୍ଗରେ ରଙ୍ଗିନ ହୋଇ ଉଠୁଥିଲା ବୋଲି କଳା ସମୀକ୍ଷକମାନେ ଅହରହ ମତବ୍ୟକ୍ତ କରୁଥିଲେ। ତାଙ୍କର ଚିତ୍ରକଳା ମୁଖ୍ୟତଃ ଥିଲା ଅବଷ୍ଟ୍ରାକ୍ଟ ତଥା ଆକ୍ରିଲିକ୍‌। ଗାଢ଼ ରଙ୍ଗର ବହୁଳତା ମଧ୍ୟରେ ସେ ଚିତ୍ର ଆଙ୍କୁଥିଲେ। ତାଙ୍କ ଚିତ୍ରରେ ଭାରତୀୟ ମହାଜାଗତିକତା ଯେତିକି ପରିମାଣରେ ରହୁଥିଲା ସେତିକି ପରିମାଣରେ ଭାରତୀୟ ଦର୍ଶନର ରଙ୍ଗ ମଧ୍ୟ ପ୍ରତିଫଳିତ ହୋଇଉଠୁଥିଲା। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ପୁଣି ସେ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ସେତିକିନୁହେଁ, ଫ୍ରାନ୍ସ ସରକାର ମଧ୍ୟ ତାଙ୍କୁ ସର୍ବୋଚ୍ଚ ଫ୍ରେଞ୍ଚ୍‌ ସିଭିଲିଆନ୍‌ ଆଓ୍ବାର୍ଡ ପ୍ରଦାନ କରିଥିଲେ। ତାଙ୍କୁ ଭାରତର ସବୁଠୁ ଦାମୀ ଆଧୁନିକ ଚିତ୍ରକର ବୋଲି କୁହାଯାଏ। ୨୦୧୦ରେ ତାଙ୍କର ଏକ ଚିତ୍ର ୧୬ହଜାର କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା। ୧୯୫୯ରେ ଫରାସୀ ଚିତ୍ରକର ଜେନାଇନ୍‌ ମଙ୍ଗିଲାତ୍‌ଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଏହା ପରେ ଦୁଇଦେଶ ଫ୍ରାନ୍ସ ଓ ଭାରତ ତାଙ୍କର କର୍ମସ୍ଥଳୀ ପାଲଟି ଯାଇଥିଲା। ୨୦୦୨ରେ ମଙ୍ଗିଲାତ୍‌ଙ୍କର କର୍କଟ ରୋଗରେ ପ୍ରାଣହାନି ଘଟିଥିଲା।

ପିଲାବେଳ ଓ ପାଠପଢ଼ା: ମଧ୍ୟପ୍ରଦେଶର ନରସିଂହପୁର ଜିଲାସ୍ଥିତ ବାବରିଆ ଗ୍ରାମରେ ଜନ୍ମ ହୋଇଥିଲେ ସୟଦ ରାଜା। ବାପାଙ୍କ ନାମ ସୟଦ ମହମ୍ମଦ ରାଜି। ତାଙ୍କ ବାପା ଜଣେ ଡେପୁଟି ଫରେଷ୍ଟ ରେଞ୍ଜର ଥିଲେ। ୧୨ବର୍ଷ ବୟସରୁ ସୟଦ ରାଜା ଚିତ୍ର କରିବାରେ ମନୋନିବେଶ କରିଥିଲେ। ଚିତ୍ର ପ୍ରତି ତାଙ୍କ ଭିତରେ ଏତେ ଦୁର୍ବଳତା ଥିଲା ଯେ, ସେ ଚିତ୍ର କରିବା ବେଳେ ସବୁକିଛି ଭୁଲି ଯାଉଥିଲେ। ହାଇସ୍କୁଲ ପଢ଼ା ଶେଷ କରିବା ପରେ ସେ ନାଗପୁର ସ୍କୁଲ ଅଫ୍‌ ଆର୍ଟରେ ନାମ ଲେଖାଇଥିଲେ। ସେଠାରେ ପଢ଼ା ଶେଷ କରି ସେ ଫ୍ରାନ୍ସ ଗଲେ ଚିତ୍ର ଉପରେ ଅଧିକ ଗବେଷଣା କରିବା ପାଇଁ। ଫ୍ରାନ୍ସରେ ଥିବା ସମୟରେ ସେ ସମଗ୍ର ୟୁରୋପ୍‌ ଭ୍ରମଣ କରିଥିଲେ। ଫ୍ରାନ୍ସ ତାଙ୍କର ପ୍ରିୟ ସ୍ଥାନ ପାଲଟି ଯାଇଥିଲା। ସେ ପ୍ୟାରିସ୍‌ରେ ମଧ୍ୟ ତାଙ୍କର ଚିତ୍ର ପ୍ରଦର୍ଶନୀ କରାଇଥିଲେ।

ବମ୍ବେରୁ ଆରମ୍ଭ: ୧୯୪୬ରେ ବମ୍ବେ ଆର୍ଟ ସୋସାଇଟି ସେଲୁନ୍‌ରେ ନିଜର ପ୍ରଥମ ଏକକ ଚିତ୍ରକଳା ପ୍ରଦର୍ଶନୀ କରିଥିଲେ ସୟଦ ରାଜା। ଏଥିରେ ସୋସାଇଟି ପକ୍ଷରୁ ତାଙ୍କୁ ସିଲଭର ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା। ଓ୍ବାଟର କଲରରୁ ରାଜା ଆରମ୍ଭ କରିଥିଲେ ତାଙ୍କର ଚିତ୍ରକଳା କ୍ୟାରିଅର। ଏହା ଥିଲା ତାଙ୍କର ପ୍ରାଥମିକ ପର୍ଯ୍ୟାୟର କଥା। ସେତେବେଳେ ଚିତ୍ରକଳାର ଗୁରୁମାନେ ଭବିଷ୍ୟବାଣୀ କରିଥିଲେ ଯେ, ଏହି ଚିତ୍ରକଳା କେବଳ ଭାରତ ଭିତରେ ସୀମିତ ହୋଇ ରହିବନାହିଁ। ଅଧିକନ୍ତୁ ଏହା ଦିନେ ବିଶ୍ୱରେ ଭାରତକୁ ପ୍ରତିନିଧିତ୍ୱ କରିବ। ଏକଥା କହିବା ନିଷ୍ପ୍ରୟୋଜନ ଯେ, ସେହି ଭବିଷ୍ୟତବାଣୀ ଦିନେ ସତ୍ୟରେ ପରିଣତ ହୋଇଥିଲା। ଆଜି ସୟଦ ରାଜାଙ୍କୁ ଜଣେ ବିଶ୍ୱସ୍ତରୀୟ ଭାରତୀୟ ପେଣ୍ଟର ଭାବରେ ମାନ୍ୟତା ପ୍ରଦାନ କରାଯାଏ।
ଦୁର୍ଭାଗ୍ୟର ବର୍ଷ:୧୯୪୭ ମସିହାଟି ସୟଦ ରାଜାଙ୍କ ପାଇଁ ଥିଲା ଅତି ଗୁରୁତ୍ୱପୂର୍ଣ୍ଣ ବର୍ଷ। ଏହିବର୍ଷ ତାଙ୍କ ମା’ଙ୍କର ଦେହାନ୍ତ ଘଟିଥିଲା। ଏହା ତାଙ୍କ ପାଇଁ ଥିଲା ସବୁଠୁ ବଡ଼ ଦୁର୍ଭାଗ୍ୟଜନକ ଅଧ୍ୟାୟ ବୋଲି ସୟଦ ରାଜା ଅନେକ ସ୍ଥାନରେ ପ୍ରକାଶ କରିଥିଲେ। ଏହିବର୍ଷ ବି ସେ ‘ବମ୍ବେ ପ୍ରୋଗ୍ରେସିଭ୍‌ ଆର୍ଟିଷ୍ଟ’ ନାମରେ ଏକ ଚିତ୍ରକର ଗୋଷ୍ଠୀ ଗଠନ କରିଥିଲେ। ଏଥିରେ କେ.ଏଚ୍‌. ଆରା, ଏଫ୍‌.ଏନ୍‌. ସୌଜାଙ୍କ ପରି ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସାମିଲ୍‌ ହୋଇଥିଲେ। ଏହି ଗୋଷ୍ଠୀର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିଲା ୟୁରୋପୀୟ ଚିତ୍ରକଳାକୁ ଭାରତୀୟ ଚିତ୍ରକଳା ସହିତ ସମ୍ମିଶ୍ରଣ କରିବା। ଏହି ଗୋଷ୍ଠୀର ପ୍ରଥମ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ୧୯୪୮ ମସିହାରେ; ଯାହା ଭାରତୀୟ ଚିତ୍ରକରଙ୍କ ପାଇଁ ଏକ ପୁନର୍ଜାଗରଣର ହାଓ୍ବା ସୃଷ୍ଟି କରିଥିଲା। ଏହିବର୍ଷ ମଧ୍ୟ ତାଙ୍କ ପାଇଁ ଆଉ ଏକ ଦୁଃଖ ନେଇ ଆସିଥିଲା। ତାହା ଥିଲା ତାଙ୍କ ବାପାଙ୍କ ଦେହାନ୍ତ। ମା’ ଯାଇଥିଲେ। ବାପା ବି ଗଲେ। ମାନସିକ ସ୍ତରରେ ଏକୁଟିଆ ହୋଇ ଯାଇଥିଲେ ସୟଦ ରାଜା। ପୁଣି ଦେଶ ବିଭାଜନ ବି ଥିଲା ବେଡ଼ି ଉପରେ କୋରଡ଼ା ସଦୃଶ। ସେ ନିଜର ଭାଇଭଉଣୀଙ୍କ ସହିତ ପ୍ରିୟ ଭାରତକୁ ଛାଡ଼ିଦେଇ ପାକିସ୍ତାନ ଚାଲି ଯାଇଥିଲେ। ପାକିସ୍ତାନରେ ସୀମିତ ନ ଥିଲା ତାଙ୍କର ଯାତ୍ରା। ଏହି ଯାତ୍ରା ଲମ୍ବିଥିଲା ଫ୍ରାନ୍ସ ଯାଏ। ଫ୍ରାନ୍ସରେ ଥାଇ ବି ତାଙ୍କର ଚିତ୍ରକଳା ଅଖଣ୍ଡ ଭାରତର ଜୟଗାନ କରିଥିଲା।
୨୦୧୬ ମସିହା ଜୁଲାଇ ୨୩ ତାରିଖରେ ଏହି ମହାନ୍‌ ପ୍ରତିଭାଧର ଚିତ୍ରକରଙ୍କର ଦେହାନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri