ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ

କ.ନୂଆଗଁ।,୨୭।୫(ଡି.ଏନ୍‌.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ ପଞ୍ଚାୟତ ନିର୍ବାଚନରେ ଶିକ୍ଷକ ପଦବୀରୁ ଇସ୍ତଫା ଦେଇ ନିଜ ପଞ୍ଚାୟତ ସାଇନପଡ଼ାରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ହୋଇଥିଲେ। ଚଳିତ ନିର୍ବାଚନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ୪୩,୧୭୫ ଖଣ୍ଡ ଭୋଟ ପାଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସର ସିମନ ମଲ୍ଲିକଙ୍କଠାରୁ ୬୯୧୦ ଖଣ୍ଡ ଭୋଟ ଅଧିକ ପାଇ ବିଧାୟକ ନିର୍ବାଚିତ ହୋଇଥିଲେ। ସୋମବାର କହଁର ବିଡିଓ ମନୋଜ କୁମାର ତ୍ରିପାଠୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଡିଓ ବ୍ଲକ ଚିଠି ନଂ. ୧୨୩୯ ଦ୍ୱାରା କନ୍ଧମାଳ ଜିଲାପାଳ, ବାଲିଗୁଡ଼ା ଉପଜିଲାପାଳ ଓ ଉପାଧ୍ୟକ୍ଷା ସୁଲୋଚନା ଦଳ ବେହେରାଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଛନ୍ତି। ସରକାରଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ଉପାଧ୍ୟକ୍ଷା ଦଳବେହେରା ବ୍ଲକ କାର୍ଯ୍ୟ କରିବେ ବୋଲି ଜିପିଇଓ ବିରାଜ କୁମାର ସାହୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ, ଭଞ୍ଜନଗର ବିଧାୟକ….

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri