ବ୍ରେନ୍‌ ଷ୍ଟ୍ରୋକ୍‌

”ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନ ଷ୍ଟ୍ରୋକ୍‌। ଆମ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମ ବଙ୍ଗଳା ପରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକ ଷ୍ଟ୍ରୋକ୍‌
ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ୧୫ ମିଲିୟନ ଲୋକ ପୃଥିବୀରେ ପ୍ରତିବର୍ଷ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି। ସେଥିରୁ ୬ ମିଲିୟନ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ୫ ମିଲିୟନ ରୋଗୀ ଜୀବନସାରା ଅକର୍ମଣ୍ୟ ହୋଇଯାଅନ୍ତି। ପ୍ରତି ୬ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଷ୍ଟ୍ରୋକ୍‌ ଦ୍ୱାରା ଆକ୍ରାନ୍ତ ହୁଅନ୍ତି।“

ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ବ୍ରେନ୍‌ ବା ମସ୍ତିଷ୍କ। ଏହା ନିରବଚ୍ଛିନ୍ନ ଭାବେ କାମ କରିବା ଫଳରେ ଆମେ ସମସ୍ତ କାମ କରିପାରୁ। ଏହା ଶରୀରର ଅନ୍ୟ ସବୁ ଅଙ୍ଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ବ୍ରେନ୍‌କୁ ଆମ ଶରୀରର କନ୍‌ଟ୍ରୋଲର ରୁମ ବୋଲି କୁହାଯାଏ। ବ୍ରେନ୍‌ ନ୍ୟୁରୋ କୋଷିକା ମାଧ୍ୟମରେ ତିଆରି ହୋଇଥାଏ। ନ୍ୟୁରୋ କୋଷିକାଗୁଡ଼ିକ ଅହରହ ଅମ୍ଲଜାନ, ଗ୍ଲୁକୋଜ ବା ଅନ୍ୟାନ୍ୟ ସାର ପଦାର୍ଥ ଉପରେ ନିର୍ଭର କରିଥାଆନ୍ତି। ମାତ୍ର ଯେତେବେଳେ ବ୍ରେନକୁ ନିଜ କାମ କରିବା ଭିତରେ ଅର୍ଟି ବା ଧମନୀରେ ଆବଶ୍ୟକ ହେଉଥିବା ରକ୍ତ ଓ ଅମ୍ଲଜାନ ମିଳେନାହିଁ ତାହାକୁ ‘ବ୍ରେନ ଷ୍ଟ୍ରୋକ୍‌’ କୁହାଯାଏ। ବ୍ରେନ ଭିତରେ ରକ୍ତ ପ୍ରଭାବ ଠିକ ଭାବରେ ନ ହେଲେ ମିନିଟକୁ ୨ ଲକ୍ଷରୁ ଅଧିକ କୋଷ ବ୍ରେନ ଭିତରେ ମରିବାକୁ ଲାଗେ, ଯାହାଫଳରେ ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଥାଏ।
ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନ ଷ୍ଟ୍ରୋକ୍‌। ଆମ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମ ବଙ୍ଗଳା ପରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକ ଷ୍ଟ୍ରୋକ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ୧୫ ମିଲିୟନ ଲୋକ ପୃଥିବୀରେ ପ୍ରତିବର୍ଷ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି। ସେଥିରୁ ୬ ମିଲିୟନ ରୋଗୀ ମୃତ୍ୟୁମୁଖରେ ପଡନ୍ତି ଏବଂ ୫ ମିଲିୟନ ରୋଗୀ ଜୀବନସାରା ଅକର୍ମଣ୍ୟ ହୋଇଯାଅନ୍ତି। ପ୍ରତି ୬ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଷ୍ଟ୍ରୋକ୍‌ ଦ୍ୱାରା ଆକ୍ରାନ୍ତ ହୁଅନ୍ତି।
ବ୍ରେନରେ ହେଉଥିବା ଅନ୍ୟାନ୍ୟ ରୋଗ ଅପେକ୍ଷା ବ୍ରେନ ଷ୍ଟ୍ରୋକ୍‌ ଏକ ସାଧାରଣ ସମସ୍ୟା, ଯାହା କେତେବେଳେ ବି ହୋଇପାରେ। ତୁରନ୍ତ ଏହାର ଚିକିତ୍ସା କରା ନ ଗଲେ ରୋଗୀ ପାରାଲିସିସ୍‌ ବା ପକ୍ଷାଘାତର ଶିକାର ହୋଇଥାଏ।
ଚିକିତ୍ସା ବିଜ୍ଞାନରେ ବ୍ରେନ ଷ୍ଟ୍ରୋକ୍‌କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଇସକେମିକ ଷ୍ଟ୍ରୋକ୍‌ ଆଉ ଅନ୍ୟଟି ହେଲା ହେମୋରେଜିକ ଷ୍ଟ୍ରୋକ୍‌। ବ୍ରେନକୁ ରକ୍ତ ପ୍ରବାହ ବନ୍ଦ ହୋଇଗଲେ, ତାହାକୁ ଇସକେମିକ ଷ୍ଟ୍ରୋକ୍‌ କୁହାଯାଏ ଏବଂ ବ୍ରେନ ଭିତରେ ଥିବା ଧମନୀଗୁଡ଼ିକ ଫାଟିଯାଇ ରକ୍ତ ଜମିବା ଫଳରେ ହେଉଥିବା ଷ୍ଟ୍ରୋକ୍‌କୁ ହେମୋରେଜିକ ଷ୍ଟ୍ରୋକ୍‌ କୁହାଯାଏ।
କେଉଁମାନଙ୍କୁ ଷ୍ଟ୍ରୋକ୍‌ ହେବାର ସମ୍ଭାବନା ଅଧିକ: ଆଜିକାଲିର ସହରୀ ଜୀବନଶୈଳୀରେ ଆମ ଭିତରୁ କାହାକୁ ବି କେତେବେଳେ ହୋଇପାରେ ବ୍ରେନଷ୍ଟ୍ରୋକ୍‌। ତେବେ ଯେଉଁମାନଙ୍କର ଡାଇବେଟିସ, ଉଚ୍ଚ ରକ୍ତଚାପ, ରକ୍ତରେ କୋଲେଷ୍ଟରଲ ସମସ୍ୟା ଅଛି ଏବଂ ଏହାକୁ ନିୟନ୍ତ୍ରଣରେ ରହିବା ପାଇଁ ନିୟମିତ ଔଷଧ ଖାଆନ୍ତି ନାହିଁ। ସେମାନଙ୍କୁ ବ୍ରେନ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକଥାଏ। ଏହା ବୟସ୍କ ବ୍ୟକ୍ତି, ଅତ୍ୟଧିକ ମୋଟାବ୍ୟକ୍ତି, ନିୟମିତ ଧୂମପାନ କିମ୍ବା ମଦ୍ୟପାନ କରିଲେ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏବଂ ଆଦୌ ଶାରୀରିକ ପରିଶ୍ରମ ନ କଲେ ବ୍ରେନ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ। ଏହାଛଡ଼ା ପରିବାରରେ କାହାକୁ ଏ ସମସ୍ୟା ଥିଲେ ଜନ୍ମଗତ ତ୍ରୁଟି, ବ୍ରେନ ଭିତରେ ଥିବା ସ୍ନାୟୁଗୁଡ଼ିକର କୌଣସି ଅସୁବିଧା ଥିଲେ, ବ୍ରେନ ଭିତରେ କୌଣସି ସଂକ୍ରମଣ ଥିଲେ ମଧ୍ୟ ବ୍ରେନ ଷ୍ଟ୍ରୋକ୍‌ ହୋଇପାରେ।
ଲକ୍ଷଣ
ବିଶ୍ୱ ଷ୍ଟ୍ରୋକ୍‌ ଅର୍ଗାନାଇଜେଶନ ଷ୍ଟ୍ରୋକ୍‌ର ଲକ୍ଷଣକୁ ସହଜରେ ମନେରଖିବା ପାଇଁ ଗୋଟେ ମିନୋମିକ୍ସ ଦେଇଛନ୍ତି। ‘FAST’
F-FACE ମୁହଁଟି ବଙ୍କା ହୋଇଗଲେ ବା ବଧିରା ହୋଇଗଲେ।
A-ARM ହାତ ଦୁର୍ବଳ ବା ବଧିରା ହେଲେ।
S-SPEACH କହିବା ବେଳେ ଖନି ମାରିଲେ ବା କଥା ଅସ୍ପଷ୍ଟ ହେଲେ।
T-Time-ଶୀଘ୍ର ଡାକ୍ତରଙ୍କ ସହ
ପରାମର୍ଶ କରନ୍ତୁ।
ଅନ୍ୟ ଲକ୍ଷଣ
ମୁଣ୍ଡ ବଥା ହେଲେ, ହଠାତ୍‌ ମୁଣ୍ଡ ବୁଲାଇଲେ, ଆଖି ଆଗରେ ଅନ୍ଧାର, ଧୀରେ ଧୀରେ ସ୍ମରଣଶକ୍ତି କମିଗଲେ ବା ବାତ ମାରିଲେ ଷ୍ଟ୍ରୋକ୍‌ର ଲକ୍ଷଣ ହୋଇପାରେ। ବ୍ରେନ ଷ୍ଟ୍ରୋକ୍‌ ହେଲେ ଆଦୌ ସମୟ ନଷ୍ଟ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସିଟି ସ୍କାନ ଏବଂ ଆବଶ୍ୟକ ହେଲେ ଏମ.ଆର.ଆଇ. ସ୍କାନ କରିବାକୁ ପଡ଼ିଥାଏ। ଏହାଦ୍ୱାରା ବ୍ରେନ ଭିତରେ କେଉଁ ସ୍ଥାନରେ ସମସ୍ୟା ହୋଇଛି ଏବଂ ଏହା କେଉଁ ପ୍ରକାରର ଷ୍ଟ୍ରୋକ୍‌ ତାହା ଜଣାପଡ଼ିଥାଏ। ଏହା ବ୍ୟତୀତ ଚିକିତ୍ସା ଆରମ୍ଭ କରିବା ପାଇଁ କିଛି ରକ୍ତ ପରୀକ୍ଷା କରିବା ସହିତ କିଡ୍‌ନୀ ଓ ଲିଭର ପରୀକ୍ଷା, ରକ୍ତ ଶର୍କରା, ଲିପଡ ପ୍ରୋଫାଇଲ, ହାର୍ଟର ପରୀକ୍ଷା ଇତ୍ୟାଦି କରିବାକୁ ପଡ଼ିଥାଏ।
ଚିକିତ୍ସା ପଦ୍ଧତି: ବ୍ରେନ ଷ୍ଟ୍ରୋକ ହେବାର ପ୍ରଥମ ୪-୫ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଠିକ ଚିକିତ୍ସା ଆରମ୍ଭ କଲେ ସଫଳତା ମିଳିଥାଏ। ଏହି ସମୟ ମଧ୍ୟରେ ଇସକେମିକ ଷ୍ଟ୍ରୋକ୍‌ ପାଇଁ ସାଧାରଣତଃ ଥମ୍ବୋଲାୟସିସ୍‌ ସାହାଯ୍ୟରେ ଚିକିତ୍ସା ଆରମ୍ଭ କରାଯାଇଥାଏ। ଏହି ଚିକିତ୍ସା ପଦ୍ଧତିରେ ବ୍ରେନ ଭିତରେ ରକ୍ତ ପ୍ରବାହରେ କୌଣସି ବାଧା ସୃଷ୍ଟି ହୋଇଥିଲେ ଇଞ୍ଜେକ୍‌ସନ ସାହାଯ୍ୟରେ ବ୍ଲକେଜକୁ ପରିଷ୍କାର କରାଯାଇଥାଏ। ଠିକ ସେହିପରି ବ୍ରେନ ଭିତରେ ହେମୋରେଜିକ ଷ୍ଟ୍ରୋକ ହୋଇଥିଲେ ସ୍ନାୟୁଶଲ୍ୟ ବିଭାଗର ପରାମର୍ଶ ଆବଶ୍ୟକ ହୋଇଥାଏ। ବ୍ରେନ ଷ୍ଟ୍ରୋକ ହେବାପରେ ରାତିରେ ଅତି କମରେ ୬ରୁ ୮ ଘଣ୍ଟା ଶୁଅନ୍ତୁ।
ବୟସ ଅଧିକ ଥିଲେ ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା କରନ୍ତୁ।
ଏହିସବୁ ସତର୍କତା ଏବଂ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନଦେଲେ ଏବଂ ସ୍ବାସ୍ଥ୍ୟ ସଚେତନ ହୋଇପାରିଲେ ବ୍ରେନ ଷ୍ଟ୍ରୋକ୍‌ ଭଳି ମାରାମତ୍କ ରୋଗଠାରୁ ଆପଣ ମଧ୍ୟ ସୁରକ୍ଷିତ ରହିପାରିବେ।
-ବରିଷ୍ଠ ନ୍ୟୁରୋଲୋଜୀ ସ୍ପେଶିଆଲିଷ୍ଟ
କେୟାର ହସ୍ପିଟାଲ, ଭୁବନେଶ୍ୱର
ମୋ: ୯୬୫୮୬୦୯୪୯୫


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ କେତେ ବୟସରେ ବ୍ରଶ କରାଇବା କଥା ତାହା ଜାଣନ୍ତି ନାହିଁ ୯୦ ପ୍ରତିଶତ ମାତାପିତା

ନୂଆଦିଲ୍ଲୀ: ଯଦି ଆପଣଙ୍କର ୬ମାସର ଶିଶୁର ପାଟିରେ ଏକ ଦାନ୍ତ ଉଠିଛି ଏବଂ କେହି ଆପଣଙ୍କୁ ପ୍ରତିଦିନ ବ୍ରଶ ସାହାଯ୍ୟରେ ଶିଶୁର ଦାନ୍ତ ସଫା କରିବାକୁ...

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri