ବ୍ରିଟେନକୁ ବ୍ୟାପିଲା ବର୍ଣ୍ଣବୈଷମ୍ୟ ବିକ୍ଷୋଭ: ଆମେରିକାର ୪୦ ସହରରେ କର୍ଫ୍ୟୁ,ବଙ୍କରରେ ଲୁଚିଲେ ଟ୍ରମ୍ପ୍‌

ଲଣ୍ଡନ,୨ା୬: ଆମେରିକାରେ ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କର ପୋଲିସ ନିର୍ଯାତନାରେ ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ପୋଲିସ ବର୍ବରତା ବିରୋଧରେ ଆମେରିକାର ମିନିଆପଲିସ ସହରରେ ଆରମ୍ଭ ହୋଇଥିତ୍ବା ଆନ୍ଦୋଳନର ନିଆଁ ସାରା ଆମେରିକାକୁ ବ୍ୟାପିବା ପରେ ଏବେ ବ୍ରିଟେନରେ ପହଞ୍ଚତ୍ଛି। କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରତିବାଦରେ ଦକ୍ଷିଣ ଲଣ୍ଡନସ୍ଥିତ ଆମେରିକା ଦୂତାବାସ ସମ୍ମୁଖରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସର ଆଣ୍ଠୁ ଚାପାରେ ପ୍ରାଣ ହରାଇଥିବା ଜର୍ଜ ଫ୍ଲୋୟଡଙ୍କୁ ନ୍ୟାୟ ଦାବିରେ ସେମାନେ ଟ୍ରାଫଲଗର ସ୍କୋୟାରରୁ ଶୋଭାଯାତ୍ରାରେ ଆମେରିକା ଦୂତାବାସ ପର୍ଯ୍ୟନ୍ତ ଯାଇଥିଲେ। ଏହାବ୍ୟତୀତ ମଞ୍ଚେଷ୍ଟର ସହର ଏବଂ କାର୍‌ଡିଫ୍‌ରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ଣ୍ଣବୈଷମ୍ୟବାଦର କୌଣସି ସ୍ଥାନ ନାହିଁ ବୋଲି ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭ ବେଳେ କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଏବଂ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଦୂତାବାସ ନିକଟରୁ ୫ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସ ହାଜତରେ କୃଷ୍ଣକାୟଙ୍କୁ ହତ୍ୟା ପ୍ରତିବାଦରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚତ୍ଥିବାବେଳେ ବିଭିନ୍ନ ସ୍ଥାନରେ ଏହା ହିଂସାର ରୂପ ନେଇଛି। ଏହି ବିକ୍ଷୋଭରେ ୫ ଜଣଙ୍କ ଜୀବନ ଗଲାଣି। ଆମେରିକା ପୋଲିସ ୨୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରିବା ସହ ପାଖାପାଖି ୪୦ ସହରରେ କର୍ଫ୍ୟୁ ଜାରି କରିଛି। ଆମେରିକାରେ ବହୁ ଦଶନ୍ଧି ମଧ୍ୟରେ ଏହା ସବୁଠୁ ହିଂସାତ୍ମକ ଆନ୍ଦୋଳନ ବୋଲି କୁହାଯାଉଛି। ଆମେରିକାର ୧୪୦ ସହରକୁ ଆନ୍ଦୋଳନ ବ୍ୟାପିଲାଣି। କେତେକ ସ୍ଥାନରେ ହିଂସାକାଣ୍ଡ ଲାଗି ରହିଥିବାରୁ ୨୦ଟି ରାଜ୍ୟରେ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି। ଲସ୍‌ ଏଞ୍ଜେଲସ୍‌ରୁ ସର୍ବାଧିକ ଲୋକଙ୍କୁ ଗିରଫ କରାଯାଇଛି। ମିନେସୋଟାର ମିନିଆପଲିସ୍‌ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସାରା ଦେଶକୁ ଗ୍ରାସ କରିସାରିଲାଣି। ବୋଷ୍ଟନରେ ବିକ୍ଷୋଭକାରୀ ପୋଲିସ ଗାଡ଼ିକୁ ଜାଳିଦେଇଛନ୍ତି। ଫିଲାଡେଲଫିଆରେ ଦଙ୍ଗାକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ପିପର ସ୍ପ୍ରେ କରିଛି। ନ୍ୟୁୟର୍କରେ ବିକ୍ଷୋଭକାରୀ ବ୍ରୁକଲିନରୁ ଓ୍ବିଲିୟମ୍ସବର୍ଗ ବ୍ରିଜ୍‌ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ମାନହାଟ୍ଟାନ ବ୍ରିଜ୍‌ରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ୟୁନିୟନ ସ୍କୋୟାରରେ ପୋଡ଼ାଜଳା ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା। ୧୯୬୮ ପରେ ପ୍ରଥମ ଥର ଲାଗି ଏତେ ସଂଖ୍ୟାରେ ସ୍ଥାନୀୟ ନେତା ଏକସଙ୍ଗେ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡ଼ିଛି।
ହ୍ବାଇଟ ହାଉସ ପାଖରେ ନିଆଁ ଜଳିଲା
ହ୍ବାଇଟ ହାଉସ୍‌ ନିକଟରେ ୩ ରାତି ଧରି ବିକ୍ଷୋଭ ଲାଗି ରହିଥିବାବେଳେ ଉତ୍ତ୍ୟକ୍ତ ଲୋକେ ନିଆଁ ଜାଳିଛନ୍ତି। କର୍ଫ୍ୟୁ ଘୋଷଣା ପୂର୍ବରୁ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହ୍ବାଇଟ ହାଉସ ନିକଟରୁ ପଳାଇଯାଇ ବିକ୍ଷୋଭକାରୀମାନେ ଏଚ୍‌ ଷ୍ଟ୍ରିଟ୍‌ ମଧ୍ୟଭାଗରେ ନିଆଁ ଜାଳିଥିଲେ। ରାସ୍ତାରେ ଥିବା ପ୍ଲାଷ୍ଟିକ୍‌ ବ୍ୟାରିୟର ସହ ପାଖ ବିଲ୍ଡିଂଗୁଡ଼ିକରେ ଥିବା ଆମେରିକୀୟ ପତାକାକୁ ମଧ୍ୟ ସେମାନେ ଜାଳିଦେଇଥିଲେ। ଏହି ନିଆଁରେ ଲାଫୟେଟ ପାର୍କର ଉତ୍ତର ପାର୍ଶ୍ୱରେ ଥିବା ବାଥରୁମ୍‌ ଓ ମେଣ୍ଟେନାନ୍ସ ଅଫିସ ଜଳିଯାଇଛି।

ବଙ୍କରରେ ଲୁଚିଲେ ଟ୍ରମ୍ପ୍‌
ଗତ ଶୁକ୍ରବାର ରାତିରେ ହଜାର ହଜାର ବିକ୍ଷୋଭକାରୀ ହ୍ବାଇଟ ହାଉସ୍‌କୁ ଚାରିପଟୁ ଘେରି ବିକ୍ଷୋଭ କରିବା ଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୟଭୀତ ହୋଇଯାଇଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ କିଛିସମୟ ପାଇଁ ହ୍ବାଇଟ ହାଉସ୍‌ରେ ଥିବା ଅଣ୍ଡରଗ୍ରାଉଣ୍ଡ ବଙ୍କର ମଧ୍ୟକୁ ନେଇଯାଇଥିଲେ। ପାଖାପାଖି ଘଣ୍ଟାଏ ଉକ୍ତ ବଙ୍କରରେ ରହିବା ପରେ ଟ୍ରମ୍ପ୍‌ଙ୍କୁ ଉପର ମହଲାକୁ ଅଣାଯାଇଥିଲା। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ସିକ୍ରେଟ ସର୍ଭିସ ଏବଂ ୟୁନାଇଟେଡ ଷ୍ଟେଟ୍‌ ପାର୍କ ପୋଲିସ ଅଫିସରଙ୍କୁ ଡକାଯାଇଥିଲା। ତେବେ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ ଓ ପୁଅ ବାରୋନ ଟ୍ରମ୍ପ୍‌ ବଙ୍କର ମଧ୍ୟକୁ ଯାଇଥିଲେ କି ନାହିଁ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?