ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ

ଲଣ୍ଡନ,୨୯ା୮(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବାର ଶେଷ ତାରିଖ ଅକ୍ଟୋବର ୩୧ ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ସୁପାରିସକ୍ରମେ ବୁଧବାର ବ୍ରିଟିଶ ପାର୍ଲାମେଣ୍ଟକୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ। ୧୪ରେ ମହାରାଣୀଙ୍କ ଅଭିଭାଷଣ ସହିତ ପାର୍ଲାମେଣ୍ଟର ନୂଆ ଅଧିବେଶନ ଆରମ୍ଭ ହେବ ଏବଂ ସରକାର ନୂଆ ବିଧେୟକ ଆଗତ କରିବେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳ କଡ଼ା ସମାଲୋଚନା କରିଛି। ବର୍ତ୍ତମାନର ପାର୍ଲାମେଣ୍ଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିଲା। ତେବେ ଜନସନ୍‌ଙ୍କ ଅନୁରୋଧ କ୍ରମେ ରାଣୀ ଏହାକୁ ସ୍ଥଗିତ ରଖିଥିବା ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ କୁହାଯାଇଛି।
ମହାରାଣୀଙ୍କ ପରାମର୍ଶଦାତା କମିଟିର ସଦସ୍ୟ ଥିବା କଞ୍ଜରଭେଟିଭ୍‌ ପାର୍ଟିର ୩ ଜଣ ସଦସ୍ୟ ତାଙ୍କୁ ବୁଧବାର ସକାଳେ ବାଲମୋରାଲ କାସଲ୍‌ରେ ଭେଟି ଜନସନ୍‌ଙ୍କ ତରଫରୁ ଅନୁରୋଧ ଜଣାଇଥିଲେ। ପାର୍ଲାମେଣ୍ଟ ସ୍ଥଗିତ ରହୁଥିବାରୁ ବ୍ରିଟିଶ ଏମ୍‌ପିମାନଙ୍କୁ ନୂଆ ବିଧେୟକ ଉପରେ ଆଲୋଚନା ପାଇଁ ଖୁବ୍‌ କମ୍‌ ସମୟ ମିଳିବ । ଏହା ସମ୍ବିଧାନର ଉଲ୍ଲଂଘନ ବୋଲି ହାଉସ୍‌ ଅଫ୍‌ କମନ୍ସର ବାଚସ୍ପତି ଜନ୍‌ ବେର୍‌କୋ କହିଛନ୍ତି। ବ୍ରେକ୍‌ଜିଟ ଉପରେ ଏମ୍‌ପିମାନଙ୍କୁ ଆଲୋଚନା ପାଇଁ ସୁଯୋଗ ନ ଦେବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ମତ ଦେଇଛନ୍ତି। ସେହିପରି ବିରୋଧୀ ଦଳ ନେତା ଜେରେମି କରବିନ୍‌ କହିଛନ୍ତି ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ପ୍ରଧାନମନ୍ତ୍ରୀ ବିନା ଚୁକ୍ତିନାମାରେ ବ୍ରେକ୍‌ଜିଟ ଗୃହୀତ କରାଇବାକୁ ଉଦ୍ୟମ କରୁଛନ୍ତି। ସେ ଯାହା କରୁଛନ୍ତି ତାହା ଗଣତନ୍ତ୍ରକୁ ଧ୍ୱଂସ କରିବା ଲାଗି ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ବିରତ ରଖିବା ଲାଗି ମଙ୍ଗଳବାର କମନ୍ସରେ ଉଦ୍ୟମ କରାଯିବ ଓ ପରେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ଜେରେମି କହିଛନ୍ତି।
ପାର୍ଲାମେଣ୍ଟ ସ୍ଥଗିତ କରିବା ପୂର୍ବରୁ ଜନସନ କ୍ୟାବିନେଟ ବୈଠକ ଡାକି ତାଙ୍କ ଯୋଜନା ସମ୍ପର୍କରେ ଜଣାଇଥିଲେ। ବ୍ରେକ୍‌ଜିଟକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ଅକ୍ଟୋବର ମଧ୍ୟଭାଗରେ ୟୁରୋପୀୟ ପରିଷଦରେ ଯଦି ନୂଆ ଚୁକ୍ତିନାମା ଆଗତ ହୁଏ ତେବେ ସେ ଏକ ପ୍ରତ୍ୟାହାର ରାଜିନାମା ବିଲ୍‌ ଆଣିବେ ଏବଂ ଅକ୍ଟୋବର ୩୧ ପୂର୍ବରୁ ଏହାକୁ ଗୃହୀତ କରାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri