ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ

ଲଣ୍ଡନ,୨୯ା୮(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବାର ଶେଷ ତାରିଖ ଅକ୍ଟୋବର ୩୧ ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ସୁପାରିସକ୍ରମେ ବୁଧବାର ବ୍ରିଟିଶ ପାର୍ଲାମେଣ୍ଟକୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ। ୧୪ରେ ମହାରାଣୀଙ୍କ ଅଭିଭାଷଣ ସହିତ ପାର୍ଲାମେଣ୍ଟର ନୂଆ ଅଧିବେଶନ ଆରମ୍ଭ ହେବ ଏବଂ ସରକାର ନୂଆ ବିଧେୟକ ଆଗତ କରିବେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳ କଡ଼ା ସମାଲୋଚନା କରିଛି। ବର୍ତ୍ତମାନର ପାର୍ଲାମେଣ୍ଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିଲା। ତେବେ ଜନସନ୍‌ଙ୍କ ଅନୁରୋଧ କ୍ରମେ ରାଣୀ ଏହାକୁ ସ୍ଥଗିତ ରଖିଥିବା ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ କୁହାଯାଇଛି।
ମହାରାଣୀଙ୍କ ପରାମର୍ଶଦାତା କମିଟିର ସଦସ୍ୟ ଥିବା କଞ୍ଜରଭେଟିଭ୍‌ ପାର୍ଟିର ୩ ଜଣ ସଦସ୍ୟ ତାଙ୍କୁ ବୁଧବାର ସକାଳେ ବାଲମୋରାଲ କାସଲ୍‌ରେ ଭେଟି ଜନସନ୍‌ଙ୍କ ତରଫରୁ ଅନୁରୋଧ ଜଣାଇଥିଲେ। ପାର୍ଲାମେଣ୍ଟ ସ୍ଥଗିତ ରହୁଥିବାରୁ ବ୍ରିଟିଶ ଏମ୍‌ପିମାନଙ୍କୁ ନୂଆ ବିଧେୟକ ଉପରେ ଆଲୋଚନା ପାଇଁ ଖୁବ୍‌ କମ୍‌ ସମୟ ମିଳିବ । ଏହା ସମ୍ବିଧାନର ଉଲ୍ଲଂଘନ ବୋଲି ହାଉସ୍‌ ଅଫ୍‌ କମନ୍ସର ବାଚସ୍ପତି ଜନ୍‌ ବେର୍‌କୋ କହିଛନ୍ତି। ବ୍ରେକ୍‌ଜିଟ ଉପରେ ଏମ୍‌ପିମାନଙ୍କୁ ଆଲୋଚନା ପାଇଁ ସୁଯୋଗ ନ ଦେବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ମତ ଦେଇଛନ୍ତି। ସେହିପରି ବିରୋଧୀ ଦଳ ନେତା ଜେରେମି କରବିନ୍‌ କହିଛନ୍ତି ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ପ୍ରଧାନମନ୍ତ୍ରୀ ବିନା ଚୁକ୍ତିନାମାରେ ବ୍ରେକ୍‌ଜିଟ ଗୃହୀତ କରାଇବାକୁ ଉଦ୍ୟମ କରୁଛନ୍ତି। ସେ ଯାହା କରୁଛନ୍ତି ତାହା ଗଣତନ୍ତ୍ରକୁ ଧ୍ୱଂସ କରିବା ଲାଗି ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ବିରତ ରଖିବା ଲାଗି ମଙ୍ଗଳବାର କମନ୍ସରେ ଉଦ୍ୟମ କରାଯିବ ଓ ପରେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ଜେରେମି କହିଛନ୍ତି।
ପାର୍ଲାମେଣ୍ଟ ସ୍ଥଗିତ କରିବା ପୂର୍ବରୁ ଜନସନ କ୍ୟାବିନେଟ ବୈଠକ ଡାକି ତାଙ୍କ ଯୋଜନା ସମ୍ପର୍କରେ ଜଣାଇଥିଲେ। ବ୍ରେକ୍‌ଜିଟକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ଅକ୍ଟୋବର ମଧ୍ୟଭାଗରେ ୟୁରୋପୀୟ ପରିଷଦରେ ଯଦି ନୂଆ ଚୁକ୍ତିନାମା ଆଗତ ହୁଏ ତେବେ ସେ ଏକ ପ୍ରତ୍ୟାହାର ରାଜିନାମା ବିଲ୍‌ ଆଣିବେ ଏବଂ ଅକ୍ଟୋବର ୩୧ ପୂର୍ବରୁ ଏହାକୁ ଗୃହୀତ କରାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଆମରିକା ଉପରେ ଲଗାଇଲା ସାଂଘାତିକ ଅଭିଯୋଗ

ତେହରାନ,୧୮।୪: ଇରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦ୍ୱାରା ଏହାର ଅବରୋଧ ହଟିବ ନାହିଁ ବୋଲି ଆମେରିକା କହିବା…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବା ପରେ କାହିଁକି ଦେଶକୁ ସମ୍ବୋଧିତ କରିବେ ମୋଦି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୮।୪: ଦେଶରେ ମହିଳା ସଂରକ୍ଷଣ ବିଲକୁ ନେଇ ତୀବ୍ର ରାଜନୈତିକ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତି ୮ଟା ୩୦ରେ ଦେଶକୁ ସମ୍ବୋଧିତ କରିବାକୁ…

ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ

ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…

ହଠାତ୍‌ ନୀତିଶଙ୍କ ପୁଅଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀଙ୍କ ଭଳି ‘Z’ ସୁରକ୍ଷା, ବିହାର ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୮।୪: ବିହାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଏବଂ ପୂର୍ୱତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ସୁରକ୍ଷାକୁ ଆହୁରି…

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri