ବ୍ରାହ୍ମଣୀ ରିଭର ପେଲେଟ୍‌ସ ଲିମିଟେଡ: ସ୍ଥାନୀୟ ନିଯୁକ୍ତି ବୃଦ୍ଧି ଉପରେ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ କାରଖାନା ବୃଦ୍ଧି ଓ ସମ୍ପ୍ରସାରଣ ହେଉଛି। ମାତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି ଅପରିବର୍ତ୍ତିତ ରହିଛି। ଏହିକ୍ରମରେ ବ୍ରାହ୍ମଣୀ ରିଭର ପେଲେଟ୍‌ସ ଲିମିଟେଡ(ବିଆର୍‌ପିଏଲ୍‌)ର ଉପତ୍ାଦନ ଆରମ୍ଭରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଆଖିବୁଜି ଦେଇଛି। ପ୍ରାୟ ୧ବର୍ଷ ପୂର୍ବରୁ ଏହି କାରଖାନା ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ହାତକୁ ଯାଇଥିଲା। ଏହାପରେ ଜିଲାର ବେକାର ଯୁବତୀଯୁବକଙ୍କ ମଧ୍ୟରେ ନିଯୁକ୍ତି ଆଶା ଦେଖା ଦେଇଥିଲା ା କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ କେବଳ ଲାଭ ଜଗିବାରେ ବ୍ୟସ୍ତ ରହୁଥିବାବେଳେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ଶିଳ୍ପାୟନରେ ନିଯୁକ୍ତି ସୁଯୋଗ ଦୃଢୋକ୍ତି ଏକପ୍ରକାର ଫସର ଫାଟିଛି। କାରଖାନାର ଆରମ୍ଭ ସମୟରେ ୪୮୦ଜଣ ବିଭିନ୍ନ ଶ୍ରେଣୀର ଲୋକ କାମ କରୁଥିଲେ। କିନ୍ତୁ ତାହା ଏବେ ହ୍ରାସ ପାଇ ପ୍ରାୟ ୩୦୦କୁ ପହଞ୍ଚତ୍ଛି। ଜମି, ଘରଡିହ ହରାଇ ବିଆର୍‌ପିଏଲ୍‌କୁ ସହଯୋଗ କରିଥିବା ଅଞ୍ଚଳବାସୀଙ୍କ ସ୍ବପ୍ନ ଏଯାଏ ଅଧୁରା ରହିଛି। ଏପରିକି କାରଖାନାର ବାୟୁ ଓ ଜଳ ପ୍ରଦୂଷଣରେ ଆଖପାଖ ଅଞ୍ଚଳବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯାହାକି ଶିଳ୍ପର ଉଦ୍ଦେଶ୍ୟ ପରାହତ ହୋଇଥିବା ମତପ୍ରକାଶ ପାଇଛି ।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା କରିବା ପାଇଁ ବିଆରପିଏଲ ୧୫ା୩ା୨୦୦୭ରେ ଓଡିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁଯାୟୀ କେନ୍ଦୁଝର ଜିଲାର ବଡ଼ବିଲଠାରେ ବାର୍ଷିକ ୪.୦ ନିୟୁତ ମେଟ୍ରିକ ଟନ୍‌ ଉପତ୍ାଦନ କ୍ଷମତା ବିଶିଷ୍ଟ ଲୌହ ବିଶୋଧନାଗାର ପ୍ରତିଷ୍ଠା ହୋଇଛି। ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୧୮ କିଲୋମିଟର ଦୀର୍ଘ ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ ଲାଇନ ପ୍ରତିଷ୍ଠା କରାଯାଇଛି। ଏହାସହ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୯୦ଏକର ଜମିରେ ପ୍ରତିବର୍ଷ ୪.୦ ନିୟୁତ ମେଟ୍ରିକ ଟନ ଉପତ୍ାଦନ କ୍ଷମତା ବିଶିଷ୍ଟ ଲୌହଧାତୁ ପେଲେଟ କାରଖାନା କରାଯାଇଛି। ଏହି କାରଖାନା ଚଳାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି) ଠାରୁ ଆବଶ୍ୟକ ଅନୁମତି ପ୍ରାପ୍ତକରି ୨୦୧୩ ଜୁନ ମାସଠାରୁ ଉପତ୍ାଦନ କରି ଆସୁଛି। ଏଥିରେ ବିଶୋଧିତ ଲୌହଧାତୁ ସହିତ କୋକ୍‌ବ୍ରିଜ ବାର୍ଷିକ ୮୦ହଜାର ଟନ୍‌, ଚୂନପଥର ବାର୍ଷିକ ୧୦ହଜାର ଟନ୍‌, ଫର୍ନେସ ଅଏଲ ବାର୍ଷିକ ୬୪ ହଜାର ଟନ୍‌ ଏବଂ ଚେଣ୍ଟୋନାଇଟ ବାର୍ଷିକ ୨୮ହଜାର ଟନ୍‌ କଞ୍ଚାମାଲ୍‌ ଭାବେ ବ୍ୟବହାର ହେଉଛି। ଘଣ୍ଟାପ୍ରତି ୨୪୩ରୁ ୨୮୦ଘନମିଟର ଜଳ ବଡ଼ବିଲଠାରୁ ପାଇପଲାଇନ ଦ୍ୱାରା ଆସୁଥିବା ଲୌହଧାତୁର ସ୍ଲରୀରୁ ପୂରଣ କରାଯାଉଛି। ତେବେ ଏହି ଦୂଷିତ ପାଣିକୁ ନ ଫେରାଇ ଅଧିକାଂଶ ପରିମାଣର ପାଣି ବିଶୋଧନ କରାଯାଇ ଇଡ୍‌କୋକୁ ଦିଆଯାଉଛି। ବାକି ପାଣି ନିଜେ ବ୍ୟବହାର କରିବା ସହ ଗଣ୍ଡାନାଳକୁ ଛଡ଼ାଯାଉଛି ା ତେବେ କାରଖାନା ସମ୍ମୁଖରେ କଞ୍ଚାମାଳ ପରିବହନରେ ବ୍ୟାପକ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଛି। ସମ୍ପ୍ରତି କଂକ୍ରିଟ ରାସ୍ତା ନିର୍ମାଣାଧିନ ରହିଥିଲେ ହେଁ ଆବଶ୍ୟକ ପାଣି ସିଞ୍ଚନ ହେଉ ନ ଥିବାରୁ ପ୍ରଦୂଷଣ ଉକତ୍ଟ ହେଉଛି ା ଅନ୍ୟପକ୍ଷେ ସ୍ଥାନୀୟ ନିଯୁକ୍ତି ଦିଗରେ ବିଆର୍‌ପିଏଲ୍‌ର ଅଂଶୀଦାର ତ୍ରିବେଣୀ କିମ୍ବା ଜେଏସ୍‌ଡବ୍ଲ୍ୟୁ ଆଦୌ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଗତ ୧ବର୍ଷ ମଧ୍ୟରେ ଏଠାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ନ ଥିବାବେଳେ କେତେକ ଓଡ଼ିଆ ଅଧିକାରୀ ଓ କର୍ମଚାରୀ ବିଦା ହୋଇଥିବା ସୂଚନା ମିଳିଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ସମୁଦାୟ ମାତ୍ର ୧୨୫ଜଣ ନିୟମିତ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ପାଇଛନ୍ତି। ଉଚ୍ଚପଦାଧିକାରୀ ପଦବୀରେ ରାଜ୍ୟ ବାହାରର ଅଧିକ ରହିଥିବାଯୋଗୁ ଗୋଷ୍ଠୀଗତ ଭାବେ ଅଣଓଡ଼ିଆଙ୍କ ଉପରେ ମନମାନୀ ହେଉଥିବା ଅଧିକାଂଶ ସମୟରେ ଅଭିଯୋଗ ହେଉଛି। ତେବେ ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ଏହି କାରଖାନକୁ କିଣିବା ପରେ ଏହିସବୁ ସମସ୍ୟାର ଅନ୍ତ ଘଟିବ ବୋଲି ଆଶା କରାଯାଉଥିଲା। ଏପରିକି ଉପତ୍ାଦନ କ୍ଷମତା ସମ୍ପ୍ରସାରଣ କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି ବୃଦ୍ଧି ହେବ ବୋଲି ଜିଲାବାସୀ ଆଶା ରଖିଥିଲେ। କିନ୍ତୁ କମ୍ପାନୀ ଲାଭରେ ଚଳୁଥିବା କୁହାଯାଉଥିଲେ ହେଁ ପାରିପାର୍ଶ୍ୱିକ ଉନ୍ନୟନ ସମତେ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ା ଏ ସଂକ୍ରାନ୍ତରେ ମତାମତ ନେବାକୁ କାରଖାନାର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ବୈଷ୍ଣବଙ୍କୁ ଯୋଗଯୋଗ କରାଯାଇଥିଲେ ହେଁ ସେ ଫୋନକଲ ଉଠାଇ ନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri