ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଥମୁନି ଅଣଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର ଅଫିସ,୨୧ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ା କିଛିଦିନ ତଳେ ଦୁଇ ଛାତ୍ର ନବାଗତ ଛାତ୍ରଙ୍କ ହଷ୍ଟେଲକୁ ଯାଇ ମାରଣାସ୍ତ୍ର ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ସପ୍ତାହ ପରେ ଶୁକ୍ରବାର ପୁଣି କେତେକ ଅଣଛାତ୍ରଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି ା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଆନନ୍ଦ ବଜାରରେ ଅଣଛାତ୍ରମାନେ ପୂର୍ବତନ ଛାତ୍ରନେତା ଦେବାଶିଷ ମିଶ୍ର(ବୁନୁ)ଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ା
ସୂଚନା ପ୍ରକାରେ, ଶୁକ୍ରବାର ପୂର୍ବତନ ଛାତ୍ରନେତା ଦେବାଶିଷ ପିଏଚଡି ନାମଲେଖା ସମ୍ପର୍କରେ ବୁଝିବାକୁ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। କ୍ୟାମ୍ପସରେ ଥିବା ଆନନ୍ଦ ବଜାର ନିକଟରେ ତାଙ୍କୁ କେତେକ ଛାତ୍ର ଓ ଅଣଛାତ୍ର ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦେବାଶିଷଙ୍କ ମୁଣ୍ଡ, ହାତ, ଗୋଡରେ ଗଭୀର ଆଘାତ ଲାଗି ଥିଲା ା ସ୍ଥାନୀୟ କେତେକ ଛାତ୍ର ଓ ସହଯୋଗୀ ଦେବାଶିଷଙ୍କୁ ଏମ୍‌କେସିଜି ମେଡିକାଲକୁ ନେଇଥିଲେ ା ଖବର ପାଇ ଗୋପାଳପୁର ପୋଲିସ ଦୁଇ ଛାତ୍ରଙ୍କୁ ଥାନାରେ ଅଟକ ରଖିିବା ସହ ପୂର୍ବତନ ଛାତ୍ରନେତାଙ୍କ କାରକୁ ମଧ୍ୟ ନିଜ ହେପାଜତକୁ ନେଇଥିବା ଜଣାପଡିଛି ା
ଅନ୍ୟପକ୍ଷରେ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା ବାରମ୍ବାର କ୍ୟାମ୍ପସରେ ଅଣଛାତ୍ରମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି। ଏହାସତ୍ତ୍ୱେ ଅଣଛାତ୍ରଙ୍କ ଅନୁପ୍ରବେଶ ଉପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି ା
ବିଶ୍ୱବିଦ୍ୟାଳୟର ଗୋଟିଏ ଛାତ୍ରଗୋଷ୍ଠୀ ଅଣଛାତ୍ରଙ୍କ ଅନୁପ୍ରବେଶ ବନ୍ଦ କରିବା ସହ ଥାନାରେ ଅଟକ ରଖିଥିବା ଦୁଇ ଛାତ୍ରଙ୍କୁ ଛଡାଯାଇ ଘଟଣାରେ ସମ୍ପୃକ୍ତ ଥିବା ଅଣଛାତ୍ରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ା ବିପକ୍ଷ ଛାତ୍ରଗୋଷ୍ଠୀ ଅଣଛାତ୍ରଙ୍କ ଅନୁପ୍ରବେଶ ରେକିବା ସହ କ୍ୟାମ୍ପସରେ ବିଶୃଙ୍ଖଳା, ଛାତ୍ରଙ୍କ ଗୁଣ୍ଡାରାଜ ଉପରେ ଅଙ୍କୁଶ ଲଗାଇବା ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ା ଉଭୟ ଗୋଷ୍ଠୀ ବିତ୍ତ ନିୟନ୍ତ୍ରକ କେ.କେ. ଖଟୁଆଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ା ଛାତ୍ରୀଛାତ୍ରଙ୍କ ଅଭିଯୋଗକୁ ବ୍ରହ୍ମପୁର ଏସ୍‌ପି ଓ ସ୍ଥାନୀୟ ଗୋପାଳପୁର ଥାନାକୁ ପଠାଯାଇଥିବା ବିତ୍ତ ନିୟନ୍ତ୍ରକ ଖଟୁଆ କହିଛନ୍ତି ା ଏଥିସହ କିଛିଦିନ ତଳେ ହଷ୍ଟେଲରେ ହୋଇଥିବା ଦୁଇ ସିନିୟର ଛାତ୍ରଙ୍କ ବିଶୃଙ୍ଖଳା ଓ ର଼୍ୟାଗିଂ ଅଭିଯୋଗ ଉପରେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପ୍ରକାରେ ରାତିରେ ପିସିଆର ଭ୍ୟାନ ନିୟୋଜିତ କରିବାକୁ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଯାଇଥିବା ସେ ସୂଚାଇଛନ୍ତି ା
ତେବେ ଖବର ଲେଖାହେବା ସୁଦ୍ଧା ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଥାନାରେ ପହଞ୍ଚି ନାହିଁ ା ତଥାପି କ୍ୟାମ୍ପସର ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୩ ପ୍ଲାଟୁନ୍‌ ଫୋର୍ସ ମୃତୟନ କରାଯାଇଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?