ବ୍ରହ୍ମପୁର ଜୋନ ଯୁକ୍ତ ଦୁଇ ପରୀକ୍ଷାଫଳ କଳାରେ ପାସ୍‌ ହାର ୬୧.୨୧%, ବାଣିଜ୍ୟରେ ୬୦.୮୮%, ଧନ୍ଦାମୂଳକ ଶିକ୍ଷାରେ ୪୩.୬୯ %

ବ୍ରହ୍ମପୁର ଅଫିସ୍‌,୨୨ା୬-ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଜୋନ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲାରେ କଳାରେ ୬୧.୨୧ପ୍ରତିଶତ, ବାଣିଜ୍ୟରେ ୬୦.୮୮ ପ୍ରତିଶତ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪୩.୬୯ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଏହି ଜୋନ୍‌ରେ କଳାରେ ସର୍ବମୋଟ ୪୮,୩୬୪ ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୩୧,୦୯୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୯୮୦ ଜଣ ପ୍ରଥମ, ୪୨୨୩ ଜଣ ଦ୍ୱିତୀୟ ଏବଂ ୨୩୮୭୧ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।
୯୭ ଜଣ ମାଲ ପ୍ରାକ୍ଟିସ ହୋଇଥିବା ବେଳେ ୨୦ ଜଣ କମ୍ପାର୍ଟମେଣ୍ଟରେ ପାସ କରିଛନ୍ତି। ସେହିପରି ବାଣିଜ୍ୟରେ ଏହି ୮ ଜିଲାରେ ମୋଟ ୪୭୦୪ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୦୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୦୦୩ ଜଣ ପ୍ରଥମ, ୫୫୮ ଜଣ ଦ୍ୱିତୀୟ ଏବଂ ୧୪୯୯ ଜଣ ତୃତୀୟ ଶ୍ରେଣୀ, ୩ ଜଣ କମ୍ପାର୍ଟମେଣ୍ଟରେ ପାସ କରିଥିବା ବେଳେ ୧୦ ଜଣ ମାଲ ପ୍ରାକ୍ଟିସ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷାରେ ମୋଟ ୧୧୩୩ ଜଣ ଫର୍ମପୂରଣ କରିଥିବା ବେଳେ ୧୦୮୭ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୪୭ ଜଣ ପାସ କରିଛନ୍ତି। ୪୨ ଜଣ ପ୍ରଥମ, ୨୨୫ ଜଣ ଦ୍ୱିତୀୟ, ୨୬୨ ଜଣ ତୃତୀୟ ଶ୍ରେଣୀ, ୧୮ ଜଣ କମ୍ପାର୍ଟମେଣ୍ଟାଲରେ ପାସ ହୋଇଥିବା ବେଳେ ଜଣେ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ଥିଲେ।
ଜିଲାରେ କଳାରେ ୧୯ହଜାର୭୭ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ହଜାର୮୫୮ ପରୀକ୍ଷାର୍ଥୀ କୃତୀତ୍ୱ ହାସଲ କରିଛନ୍ତି। ୧୯୨୩ ଜଣ ପ୍ରଥମ, ୨୪୨୫ ଜଣ ଦ୍ୱିତୀୟ, ୯୫୦୧ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି। ୧୪ ଜଣ ମାଲ ପ୍ରାକ୍ଟିସ ହୋଇଛନ୍ତି। ଫଳାଫଳ ୭୨.୬୪ ପ୍ରତିଶତ ରହିଛି। ବାଣିଜ୍ୟରେ ୨୧୯୨ ଜଣ ପରୀକ୍ଷା ଦେଇଥିଲେ। ୧୭୩୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେ।ଇଛନ୍ତି। ଫଳାଫଳ ୭୮.୯୨ ପ୍ରତିଶତ ହୋଇଛି। ୭୨୫ ଜଣ ପ୍ରଥମ, ୩୦୭ ଜଣ ଦ୍ୱିତୀୟ, ୬୯୫ ଜଣ ତୃତୀୟ ଶ୍ରେଣୀ, ୩ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ ୨ ଜଣ ମାଲ ପ୍ରାକ୍ଟିସ ହୋଇଛନ୍ତି।
ଧନ୍ଦାମୂଳକ ଶିକ୍ଷାରେ ୩୪୪ ଜଣ ପରୀକ୍ଷା ଦେଇଥିଲେ। ୨୦୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬ ଜଣ ପ୍ରଥମ, ୮୫ ଜଣ ଦ୍ୱିତୀୟ, ୧୦୭ ଜଣ ତୃତୀୟ ଶ୍ରେଣୀ, ୧୧ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି। ଜଣେ ମାଲ ପ୍ରାକ୍ଟିସ ହୋଇଥିଲେ।
ଜିଲାରେ କଳାରେ ୩୭୦୪ ଜଣ ପରୀକ୍ଷା ଦେଇଥିଲେ। ପାସ କରିଛନ୍ତି ୨୨୬୧। ଫଳାଫଳ ୬୧.୦୪ ପ୍ରତିଶତ ରହିଛି। ତନ୍ମଧ୍ୟରୁ ୬୪ ଜଣ ପ୍ରଥମ, ୧୭୮ ଜଣ ଦ୍ୱିତୀୟ, ୨୦୧୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେ।ଇଥିବା ବେଳେ ୩ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଛନ୍ତି। ୧୮ ଜଣ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ହୋଇଛନ୍ତି। ବାଣିଜ୍ୟରେ ୭୨ ଜଣ ପରୀକ୍ଷା ଦେଇଥିଲେ। ୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ଫଳାଫଳ ପ୍ରତିଶତ ୬୫.୨୭ ହୋଇଥିଲା। ୯ ଜଣ ପ୍ରଥମ, ୧୩ ଜଣ ଦ୍ୱିତୀୟ, ୨୫ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ଧନ୍ଦାମୂଳକ ଶିକ୍ଷାରେ ୧୭୬ ପରୀକ୍ଷା ଦେଇଥିଲେ। ୭୮ ଜଣ ଉତୀନ୍ନ ହୋଇଛନ୍ତି। ଫଳାଫଳ ୪୪.୩୧ ପ୍ରତିଶତ ରହିଛି। ୧୩ ଜଣ ପ୍ରଥମ, ୪୪ ଜଣ ଦ୍ୱିତୀୟ, ୨୦ ଜଣ ତୃତୀୟ ଶ୍ରେଣୀ, ଜଣେ କମ୍ପାର୍ଟମେଣ୍ଟାଲରେ ପାସ ଜଣେ ପାସ କରିଛନ୍ତି।
କନ୍ଧମାଳ ଜିଲାରେ କଳାରେ ୫ହଜାର୭୭୪ଜଣ ପରୀକ୍ଷା ଦେଇଥିବା ବେଳେ ୩୭୫୧ଜଣ ପାସ୍‌ କରିଛନ୍ତି। ସଫଳତା ପ୍ରତିଶତ ରହିଛି ୬୪.୯୬ପ୍ରତିଶତ। ପ୍ରଥମ ଶ୍ରେଣୀରେ ୨୪୭, ଦ୍ୱିତୀୟ ଶ୍ରେଣୀରେ ୪୨୦ ଏବଂ ତୃତୀୟ ଶ୍ରେଣୀରେ ୩୦୮୪ଜଣ ପାସ୍‌ କରିଛନ୍ତି। ବାଣିଜ୍ୟରେ ୨୧୧ଜଣ ପରୀକ୍ଷା ଦେଇଥିବା ବେଳେ ୧୪୬ଜଣ ପାସ୍‌ କରିଛନ୍ତି। ସଫଳତା ପ୍ରତିଶତ ରହିଛି ୬୯.୧୯। ପ୍ରଥମ ଶ୍ରେଣୀରେ ୨୩ଜଣ, ଦ୍ୱିତୀୟ ଶ୍ରେଣୀରେ ୩୮ଜଣ ଏବଂ ତୃତୀୟ ଶ୍ରେଣୀରେ ୮୫ଜଣ ପାସ୍‌ କରିଛନ୍ତି।
ଧନ୍ଦାମୂଳକ ଶିକ୍ଷାରେ ୧୬୪ଜଣ ପରୀକ୍ଷା ଦେଇଥିବା ବେଳେ ୧୦୯ଜଣ ଉତୀନ୍ନ ହୋଇଛନ୍ତି। ସଫଳତା ପ୍ରତିଶତ ରହିଛି ୬୪.୪୬। ୧୩ଜଣ ପ୍ରଥମ, ୩୦ଜଣ ଦ୍ୱିତୀୟ ଏବଂ ୬୩ଜଣ ତୃତୀୟ ଶ୍ରେଣୀରେ ଉତୀନ୍ନ ହୋଇଥିବା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri