ବ୍ରହ୍ମପୁର ଆଇଟିଆଇ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୮ା୧୦- ଛାତ୍ରୀଛାତ୍ରଙ୍କୁ ନିଜ ଅଞ୍ଚଳ ମଧ୍ୟରେ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପ୍ରଦାନ କରାଇବାକୁ ନେଇ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି ା ଏନେଇ ଅନୁଷ୍ଠାନ ପକ୍ଷରୁ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା (ପକ୍ଷ) କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ା ଏମ୍ପ୍ଲୟମେଣ୍ଟ ଏଜେନ୍ସି ଆଞ୍ଚଳିକ ନିର୍ଦ୍ଦେଶକ ଆର.ଏମ୍‌. ଖିଲାନା, ଆନ୍ଧ୍ରବ୍ୟାଙ୍କ ଶାଖା ପ୍ରବନ୍ଧକ ପ୍ରିୟମ୍ବଦା ରଥ, ଟାଟା ଷ୍ଟ୍ରାଇଭ ଓଡିଶା ପ୍ରୋଜେକ୍ଟ ମ୍ୟାନେଜର ସଙ୍ଗୀତା ମିଶ୍ର, ଆଇଆରଇ ଡେପୁଟି ଜେନେରାଲ ମ୍ୟାନେଜର ନାଗେଶ୍ୱର ସାଇ, ଜୟଶ୍ରୀ କେମିକାଲ ସିନିୟର ମ୍ୟାନେଜର ପ୍ରଶାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବରୁ ଆଇଟିଆଇରେ ଅଧ୍ୟୟନ ପରେ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପାଇଁ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଯିବାକୁ ପଡୁଥିବା ବେଳେ ଏଣିକି ଛାତ୍ରୀଛାତ୍ରମାନେ ଅନୁଷ୍ଠାନ ପକ୍ଷରୁ ନିଜ ଅଞ୍ଚଳ ତଥା ଗଞ୍ଜାମ ଜିଲା ମଧ୍ୟରେ ଏହି ତାଲିମ ସୁବିଧା ପାଇପାରିବେ ବୋଲି ଅଧ୍ୟକ୍ଷ ସୂଚାଇଥିଲେ। ଏହି ଅବସରରେ ଗଞ୍ଜାମ ଜିଲାର ୧୦ ସଂସ୍ଥାକୁ ଆଇଟିଆଇ ପକ୍ଷରୁ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପାଇଁ ରେଜିଷ୍ଟ୍ରେଶନ କରାଯାଇଥିଲା ା ଏଥିସହ ଅଧିକ ଛାତ୍ରଙ୍କୁ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପ୍ରଦାନ ପାଇଁ ଆଇଆରଇକୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ା
ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ଶେଷ କରିଥିବା ୫ ଛାତ୍ରଙ୍କୁ ମଧ୍ୟ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିଲା ା ଏହି ପକ୍ଷରେ ଗଞ୍ଜାମ ଜିଲାର ୧୦ ପ୍ରମୁଖ କୁଟୀର ଓ କ୍ଷୁଦ୍ର ଶିଳ୍ପ ଭିତ୍ତିକ ଅନୁଷ୍ଠାନ ଭାଗ ନେଇଥିଲେ ା
ଏଥିରେ ବ୍ରହ୍ମପୁର ଆଇଟିଆଇର ବିଭିନ୍ନ ଟ୍ରେଡର ୫୦ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇ ସେମାନଙ୍କୁ ଅଫର ଲେଟର ପ୍ରଦାନ କରାଯାଇଛି ା ତେବେ ଚୟନ ଛାତ୍ରୀଛାତ୍ରମାନେ ପଖୋଡାରେ ଭାଗ ନେଇଥିବା ଗଞ୍ଜାମ ଜିଲାର ଅନୁଷ୍ଠାନଗୁଡିକରେ ଏକ ବର୍ଷ ଧରି ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ଗ୍ରହଣ କରିବା ସହ ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ନ୍ୟାଶନାଲ ଆପ୍ରେଣ୍ଟିସ୍‌ସିପ୍‌ ସାର୍ଟିିଫିକେଟ ପାଇବେ। ଏହି ସାର୍ଟିଫିକେଟ ଦ୍ୱାରା ରାଜ୍ୟ ଓ ବାହାରେ ନିଜ ଟ୍ରେଡ ଓ ତାଲିମ ମୁତାବକ ନିଯୁକ୍ତି ପାଇବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ପାଣିଗ୍ରାହୀ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri