Posted inଖେଳ

ବୋର୍ଡ ସଭାପତି ଏକାଦଶ ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ, ମାଧୁରୀ ମେହେଟ୍ଟା

ମୁମ୍ବାଇ, ୩୦ା୮ (ପି.ଟି.)-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବିପକ୍ଷ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ପାଇଁ ୧୫ ଜଣିଆ ବୋର୍ଡ ସଭାପତି ଏକାଦଶ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଦୁଇ ଖେଳାଳି ମାଧୁରୀ ମେହେଟ୍ଟା ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି।
ଉଇକେଟକିପର ବ୍ୟାଟ୍ସଓମ୍ୟାନ ସୁଷମା ବର୍ମାଙ୍କୁ ଦଳର ଅଧିନାୟିକା ଭାବେ ମନୋନୀତ କରାଯାଇଛି। ଦୁଇଟି ଯାକ ଅଭ୍ୟାସ ମ୍ୟାଚ ସୁରଟରେ ଆସନ୍ତା ମାସ ୨୦ ଏବଂ ୨୨ରୁ ଖେଳାଯିବ। ସ୍ପିନର ଦେବିକା ବୈଦ୍ୟଙ୍କୁ ଉପଅଧିନାୟିକା କରାଯାଇଛି। ଏହାପରେ ଭ୍ରମଣକାରୀ ଦଳ ଭାରତୀୟ ମହିଳା କ୍ରିକେଟ ଦଳ ବିପକ୍ଷରେ ୫ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଏବଂ ୩ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ପୂଜା ବସ୍ତ୍ରାକାର ଏବଂ ପ୍ରିୟା ପୁନିଆଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଚଳିତ ବର୍ଷ ପ୍ରଥମ ଭାଗରେ ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କେତେଜଣ ଖେଳାଳିଙ୍କୁ ମଧ୍ୟ ଦଳରେ ନିଆଯାଇଛି। ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଦୁଇ ଓ୍ବାର୍ମଅପ୍‌ ମ୍ୟାଚ ଲାଗି ଦଳ ମନୋନୟନ ପାଇଁ ଶୁକ୍ରବାର ମୁମ୍ବାଇରେ ସର୍ବଭାରତୀୟ ମହିଳା ଚୟନ କମିଟି ବୈଠକ ବସିଥିଲା। ଅନ୍ତର୍ଜାତୀୟ ଟି୨୦ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା ପରେ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରକାଶ କରିଛି।
ବୋର୍ଡ ସଭାପତି ଏକାଦଶ: ସୁଷମା ବର୍ମା (ଅଧିନାୟିକା), ଦେବିକା ବୈଦ୍ୟ (ଉପଅଧିନାୟିକା), ଭି.ଆର୍‌. ବନୀତା, ଶେଫାଳି ବର୍ମା, ପ୍ରିୟା ପୁନିଆ, ଜାସିଆ ଅକ୍‌ତର, ଏମ୍‌ଡି ଥିରୁଷ୍କାମିନି, ମାଧୁରୀ ମେହେଟ୍ଟା, ତାରାନମ୍‌ ପଠାନ, ସୁଶ୍ରୀ ଦିବ୍ୟଦର୍ଶିନୀ, ତନୁଜା କନଓ୍ବାର, ଭାରତୀ ଫୁଲ୍‌ମାଲି, ମାନସୀ ଯୋଶୀ, ରେଣୁକା ସିଂ ଓ ପୂଜା ବସ୍ତ୍ରାକାର।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri