ବୈଠକ ବିଫଳ, କୋଲ୍‌ ଫିଲଡ୍ସରେ ଅଚଳାବସ୍ଥା ଜାରି

ତାଳଚେର,୪ା୮(ନି.ପ୍ର.)-ଭରତପୁର ଖଣି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ତାଳଚେର କୋଲ୍‌ ଫିଲଡ୍ସରେ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ନିମନ୍ତେ ଶନିବାର ଗୋବରା, ଲକେଇପଶି, କୁକୁଡାଙ୍ଗ, ଶିବରାମପୁର ଗ୍ରାମବାସୀଙ୍କୁ ନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ବିଭିନ୍ନ କୋଇଲା ଖଣିର ପଦାଧିକାରୀ ଓ ଉକ୍ତ ଗ୍ରାମବାସୀଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ମୃତକଙ୍କ ପରିବାରକୁ ନିୟମ ଅନୁସାରେ କ୍ଷତିପୂରଣ ଓ ଅସ୍ଥାୟୀ ଚାକିରି ଦିଆଯିବ ବୋଲି ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ବୈଠକରେ ପ୍ରକାଶ କରିବା ସହ ଆନ୍ଦୋଳନରୁ ଓହରି ଯିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ପ୍ରତି ମୃତକଙ୍କ ପରିବାରକୁ ୩ କୋଟି ଲେଖାଏ କ୍ଷତିପୂରଣ ସହ ସ୍ଥାୟୀ ଚାକିରି ଦେବାକୁ ଅଡି ବସିଥିଲେ। ଫଳରେ ବୈଠକରୁ କୌଣସି ନିର୍ଯାସ ବାହାରିପାରି ନାହିଁ। ସୂଚନାଯୋଗ୍ୟ ଯେ ଦୁର୍ଘଟଣା ପରେ ପ୍ରଥମେ ଭାଜପା ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ଏହାପରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ ଜାରି ରଖିଥିବାରୁ ଏମ୍‌ସିଏଲ୍‌ର ଏଠାରେ ଥିବା ହିଙ୍ଗୁଳା, ବଳରାମ, ଜଗନ୍ନାଥ, ଲିଙ୍ଗରାଜ, ଭୁବନେଶ୍ୱରୀ, ଭରତପୁର, ଅନନ୍ତ, କଣିହାଁ ସମେତ ୧୦ ଗୋଟି ଖଣିରେ ଉତ୍ତୋଳନ ଓ ପରିବହନ ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ଉପଜିଲାପାଳ କହିଛନ୍ତି, ମୃତକଙ୍କ ପରିବାର ପିଛା ସର୍ବନିମ୍ନ ୧ କୋଟି ଟଙ୍କା ଓ ସ୍ଥାୟୀ ଚାକିରି ଦେବାକୁ ଗ୍ରାମବାସୀ ଦାବି କରିଥିଲେ। ଏହାଦ୍ୱାରା ଆଲୋଚନାରେ ଅଗ୍ରଗତି ହୋଇପାରିଲା ନାହିଁ। ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରାଯାଇଛି। ଗ୍ରାମବାସୀ ସେମାନଙ୍କ ମଧ୍ୟରେ ଆଲୋଚନା କରି ପ୍ରଶାସନକୁ ଜଣାଇବେ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri