Posted inବରଗଡ଼

ବେଛପରି ରାଜସ୍ବ ଗଁ। ଜେ.ନୂଅଁ।ପାଲି

ବିଜେପୁର, ୧୮।୩ (ଡି.ଏନ୍‌.ଏ.)-
ଲୁକ୍‌କର ବସବାସକେ ନେଇ ଗଁ। ଜମ୍‌କିସି। ଲୁକ୍‌କର ଚାଲିଚଲନ୍‌, କାମବୁତା, ଭଲଗୁନ ଗଁ। ର ଗଉରବ ବଢ଼ାସି। ହେଲେ କେନ୍‌ସି କାରନରୁ ଗଁ। ବାସୀ ଗଁ। ଛାଡ଼ଲେ ପଦା ପାଲଟି ଯାଏସି। ଇତାକେ ଦେଶୀ ଭାଷାଥି ବେଛପରି ଗଁ। କହେସନ୍‌। ବରଗଡ଼ ଜିଲା ବିଜେପୁର ଏନଏସି ସଦର ମହକୁମାଥି ଥିବାର ଜେ.ନୂଆଁପାଲି ଗଁ। ଇତାର ଗୁଟେ ଉଦାହରନ୍‌ ଆଏ।
ବିଜେପୁର-ପଦମପୁର ରାସ୍‌ତାର କେଉଁଟିପାଲି ଗଁାନୁ ଅଧା କି.ମି. ଗଲେ ପଡସି ଜମିଦାର ନୂଅଁାପାଲି। ଗଁାରେ ୨୫୦.୯୧ ଏକର ରୟତି ଜମି, ୫.୧୦ ଏକର ଗୋଚର ଜମି, ୨୪.୩୪ ଏକର ଗଁା ଜଂଗଲ, ଦୁଇଟା ମୁଡ଼ା ରହିଥିବାର ସରକାରୀ ରେକର୍ଡରୁ ଜନାଯାଇଛେ। ହେଲେ ଏଛେନ୍‌ ଇଠାନେ କେନସି ଲୋକ୍‌ ତ ଦୂରର କଥା ଗୁଟେ ଛପର ଘରର ଚିନ୍‌ବରନ୍‌ ବି ନଁାଇଁନ। ଚାରହିକୁତି ଖାଲି ଖଁା ଖଁା ଲାଗୁଛେ। ପୂରୁବ୍‌ ଦିଗେ ଗୁଡ଼ିମୁଣ୍ଡା, ପଛିମ ଦିଗେ ପଡ଼ା, ପି.ଗଣ୍ଡପାଲି, ଉତର ଦିଗେ କେଉଁଟିପାଲି ଆର ଦକ୍ଷିଣ ଦିଗେ କର୍ଲେ ଗଁା ତକ୍‌ ନୂଅଁାପାଲିର ସୀମାନା ଲାଗିଛେ। ପୂରବେ ଇଠାନେ ଲୋକ୍‌ ଘର ଘାଡ଼ି କମେଇକୁଢ଼େଇ ରହୁଥିଲେ। ସେଥିରଲାଗି ସରକାର ଜେ.ନୂଅଁାପାଲିକେ ରାଜସ୍ବ ଗଁାର ମାଏନ୍‌ତା ଦେଇଥିଲେ। ବିଜେପୁର ବ୍ଲକର ୧୧୦ ଖଁଡ଼ ରାଜସ୍ବ ଗଁା ଭିତରୁ ଜେ.ନୂଅଁାପାଲି ଗୁଟେ ନ ବେଛପ୍‌ରି ଗଁା। ୧୮୧୮ରୁ ୧୮୨୧ ସାଲ ଭିତରେ ବିଜେପୁର ଗଁା ବସିଥିଲା। ତାର ଉତାରୁ ନୂଆଁପାଲିରେ ଥାନୀଅ ଲୋକ ରହିବାର ଆରମ୍‌ କରିଥିବାର ଲୋକ୍‌କଥାରୁ ଜନାଯାଇଛେ। ହେଲେ କେଭେ, କଁା ହେଲାଯେ ଲୋକ୍‌ ଇ ଗଁା ଛାଡ଼ି ପଲାଲେ କେହି ଠିକ୍‌ ହିସାବେ କହି ନାଇଁପାରବାର। ବିଜେପୁରର ସିଆନ୍‌ ଲୋକ(ବରିଷ୍ଠ ନାଗରିକ) ଅନିରୁଦ୍ଧ ସାହୁକଁୁ ପଚ୍‌ରାଲାରୁ ଆମର ଛୋଟ ସମିଆରେ ହେଠାନେ ଧସ୍‌କି ବିଦ୍‌ରି ଯାଇଥିବାର ଘରର କଁାଥିକୁଡ଼ ଥିବାର ଦେଖିଛୁଁ। ହେଲେ କେନ୍‌ କାରନ୍‌ରୁ ଗଁାଟା ବେଛପର ହେଲା ନାଇଁଜାନି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଜମିଦାର ସନତ କୁମାର ଗଡ଼ତିଆକୁଁ ପଚ୍‌ରାଲାରୁ ଗୁଡ଼ିମୁଣ୍ଡା ମିତାର ନୂଅଁାପାଲିରେ ଖମାର ଥିଲା। ଯେନ୍‌ଠାନର ଏକଜମାଲି ଜମିକେ ଚାଷ୍‌ କରାହେସି ତାହାକେ ଖମାର ଆର ଚାଷ୍‌ବାସ ବୁଝୁଥିବାର ଲୋକ୍‌କେ ଖମାରୀ କୁହାଯାଏସି। ଚାଷ୍‌ବାସ ଲାଗି ହେଠାନେ ଲୋକ୍‌ ରହୁଥିଲେ। ସେଥିରଲାଗି ଜେ.ନୂଅଁାପାଲି ରାଜସ୍ବ ଗଁାର ମାଏନ୍‌ତା ପାଇଥିଲା। ହେଲେ ଗଁା ବେଛପରି ହେବାର ବାବ୍‌ଦେ ନାଇଁ କହିପାରେଁ ବଲି ସେ କହିଥିଲେ। ଇ ବାବ୍‌ଦେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ରୁକ୍ମଣ ମେହେରକୁଁ ପଚ୍‌ରାଲାରୁ ନୂଅଁାପାଲିର ବଢ଼ତି ଲାଗି ଆମେ ଚେଷ୍‌ଟା କରୁଛୁଁ। ୪ ଝନ୍‌ ଭୂମିହୀନକୁଁ ପ୍ରଧାନମନ୍ତ୍ରୀ ଆବାସରେ ଘର ଦେବାର ଯୋଜନା ରହିଛେ। ୨୦ ଝନ୍‌ ଭୂମିହୀନ୍‌କୁ ଏକଜମାଲି ଭାବେ ୮୦ ଡେସିମିଲ ଜମି ରାଜସ୍ବ ବିଭାଗ ଧାଡୁ ଦିଆଯାଇଛେ। ହେଲେ ଜାଗା ଚିନ୍‌ହଁଟ ନାଇଁ ହେଇ। ଯେନ୍‌ଥିରଲାଗି ସେମାନେ ଘର ତିଆରି ଆରମ୍‌ ନୁହେ କରନ୍‌। ଇ ବିଷେଥି ତହସିଲଦାରକଁର ସଂଗେ ଆଲୋଚନା କରି ଯେତେ ଜଲ୍‌ଦି ହେବା ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଅତାବିରାରେ ଶକ୍ତି ବଢାଉଛି ଭାଜପା, ମିଶ୍ରଣ ପର୍ବରେ ସାମିଲ ହେଲେ ଯୁବ, ମହିଳା କର୍ମୀ

ଭେଡେନ,୨୨।୪(ସୁଦନ ମହାକୁର):  ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ଡାଙ୍ଗପାଲିଠାରେ ସୋମବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପପଙ୍ଗା...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ସୋମବାର ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ବିଜେଡି...

ଶକ୍ତି ବଢାଉଛି ବିଜେଡି: ମିଶ୍ରଣ ପର୍ବରେ ସାମିଲ ହେଲେ ଅନେକ ଯୁବ, ମହିଳାକର୍ମୀ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅନ୍ନପୂର୍ଣ୍ଣା ପ୍ୟାଲେସଠାରେ ରବିବାର ସନ୍ଧ୍ୟାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ବରଗଡ଼ ଟାଉନ ବିଜେଡି...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri