ବେଆଇନ ଖଣି ଖାଦାନରେ ୧୪୪ ଧାରା ଜାରି

ବଡ଼ସାହି,୧୫ା୮(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଯଦୁନାଥପୁର ଓ ଚନ୍ଦନଚତୁରୀ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ବେଆଇନ ଉତ୍ତୋଳନ ଚାଲିଥିବା ୨୪ଟି ଖାଦାନରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ା ଏହି ନିୟମ ୬୦ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ା ଆବଶ୍ୟକ ପଡିଲେ ତାହା ବୃଦ୍ଧି କରାଯିବ ବୋଲି ଜଣାଯାଇଛି ା
ଶିମିଳିପାଳ ଜୈବ ମଣ୍ଡଳକୁ ଲାଗି ରହିଥିବା ମୟୂରଭଞ୍ଜ ଜିଲାର ବଡ଼ସାହି ତହସିଲ ଓ ଡୁକୁରା ରେଞ୍ଜ ଅଧୀନରେ ଥିବା ଯଦୁନାଥପୁର, ପୂର୍ଣ୍ଣଚନ୍ଦ୍ରପୁର, ଟଙ୍ଗାଶୋଳ ଓ ଗୁଡିଆଲବନ୍ଧ ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗ କରାଯାଇ କଳା ମୁଗୁନି ପଥର ଚାଲାଣ ହେଉଛି ା ଏପରିକି କୋର ଏରିଆ ଓ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଭାଲୁପାଣି ଓ ଚଟାଣସାହିରେ ଡିନାମାଇଟ ମାଧ୍ୟମରେ ପ୍ରତିଦିନ ବ୍ଲାଷ୍ଟିଙ୍ଗ କରାଯାଇ ପଥର ଚାଲାଣ ହେଉଛି। ସେହିପରି ଦଲକିଶୋଳ, ଯଦୁନାଥପୁର, ବେଲଡୁଙ୍ଗୁରି, ଖଡିଆସାହି, ହାତୀକୋଟ ଆଦି ବିଭିନ୍ନ ସ୍ଥାନରେ ଥିବା ପାହାଡରୁ ପଥର ମାଫିଆମାନେ ବେଧଡକ ଭାବେ ବ୍ଲାଷ୍ଟିଙ୍ଗ କରି କୋଟି କୋଟି ଟଙ୍କାର ରାଜସ୍ବ ହଡପ କରୁଛନ୍ତି। ଦିନରାତି ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗ, ରାଜସ୍ବ, ପୋଲିସ ଓ ଲଘୁ ଖଣିଜଦ୍ରବ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଇ ବେଆଇନ ଉତ୍ତୋଳନ କରୁଥିବା ସ୍ଥାନ ଗୁଡିକରେ ଏହି ନିୟମ ଲାଗୁ କରାଯାଇଛି। ଚନ୍ଦନଚତୁରୀ ମୌଜାର ଖାତା ନଂ. ୪୦, ୩୭ ଓ ୩୮ନଂ.ର ୧୪ଟି ପ୍ଲଟ ଏବଂ ଯଦୁନାଥପୁର ମୌଜାର ଖାତା ନଂ. ୫୫୧ ଓ ୫୫୩ର ୧୦ଟି ପ୍ଲଟରେ ଥିବା ଖାଦାନକୁ ପ୍ରଶାସନ ବନ୍ଦ କରିବା ସହ ୧୪୪ ଧାରା ଜାରି କରିଛନ୍ତି ା ଶିମିଳିପାଳ ସଂରକ୍ଷିତ ଜୈବ ମଣ୍ଡଳ ଓ ଆଖପାଖ ୧୦କିମି ବ୍ୟାସାର୍ଦ୍ଧ ଜୈବମଣ୍ଡଳ ଅଞ୍ଚଳରେ ବେଆଇନ ପଥର ଖାଦାନ ଚାଲୁଥିବା ବେଳେ କେତେକ କ୍ରସର ରହିଛି ା ଉକ୍ତ କ୍ରସରକୁ ରାତିରେ ଶହ ଶହ ଟ୍ରିପ୍‌ ପଥର ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ା ପଥର ବ୍ଲାଷ୍ଟିଂ କରିବା ଦ୍ୱାରା ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା, ନିକଟସ୍ଥ ଗ୍ରାମମାନଙ୍କରେ ରହୁଥିବା ଲୋକ ଓ ଜଙ୍ଗଲରେ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ା ଦିନରାତି କ୍ରସର ଗୁଡିକରେ ପଥରକୁ ଗୁଣ୍ଡ କରି ଚିପ୍ସ, ବଜରୀ, ସାଇଜ ମେଟାଲ ଓ ପଥର ଚାଲାଣ କରୁଛନ୍ତି ା ଶିମିଳିପାଳ ସଂରକ୍ଷିତ କୋର୍‌ ଅଞ୍ଚଳରୁ ପଥର ମାଫିଆମାନେ ବେଆଇନ ଭାବେ ବ୍ଲାଷ୍ଟିଂ କରି ଚୋରାରେ ମେଟାଲ ଓ ମୂଲ୍ୟବାନ କଳା ମୁଗୁନିପଥର ଲୁଟ କରୁଥିବାରୁ ବନାଞ୍ଚଳ ସଙ୍କୁଚିତ ହେଉଛି। ଫଳରେ ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ା ଜାତୀୟ ଉଦ୍ୟାନ ଶିମିଳିପାଳରେ ନିର୍ଭୟରେ ରହୁଥିବା ଜୀବଜନ୍ତୁ ଲୋପ ପାଇବା ସମ୍ପ୍ରତି ଚିନ୍ତାଜନକ ହୋଇପଡିଛି ା ଅଭୟାରଣ୍ୟ ପାଇଁ ବିପଦ ସାଜିଥିବା ପଥର ଖାଦାନ ଗୁଡିକ ବନ୍ଦ କରିବା ପାଇଁ ପରିବେଶବିତ୍‌ ଡକ୍ଟର ସନତ କୁମାର ଦାଶ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ତହସିଲଦାର ଅମୀୟ କୁମାର ରାଉତ କୁହନ୍ତି, ଶିମିଳିପାଳ ନିକଟବର୍ତ୍ତୀ ଅଞ୍ଚଳରେ ଥିବା କ୍ରସରଗୁଡିକ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସମସ୍ତ ବେଆଇନ ଖଣି ଓ କ୍ରସରଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?