ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କଲେ ଦମ୍ପତି

ଖୋର୍ଦ୍ଧା ଅଫିସ,୧୬।୮: ଯେଉଁ ମା’ବାପା ସନ୍ତାନର ସୁଖ ପାଇଁ ନିଜକୁ ଜଳାଞ୍ଜଳି ଦେଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ସନ୍ତାନମାନେ ସେମାନଙ୍କ କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି। ବାର୍ଦ୍ଧକ୍ୟରେ ଉପନୀତ ମା’ବାପାଙ୍କୁ ବୋଝ ବୋଲି ଭାବିବା ସହ ନିର୍ଯାତନା ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକ ଗୁଡୁମ୍‌ ଗ୍ରାମରେ। ପୁଅବୋହୂଙ୍କ ନିର୍ଯାତନା ସହି ନ ପାରି ଶେଷରେ ଗ୍ରାମର ଅନନ୍ତ ଚରଣ ଦାଶ ସ୍ତ୍ରୀଙ୍କ ସହ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଇଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି।

ଅନନ୍ତ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ। ତାଙ୍କର ୨ ଝିଅ ଓ ୧ପୁଅ। ଉଭୟଙ୍କ ବିବାହ ସରିଥିବା ବେଳେ ପୁଅଙ୍କ ଗୋଟିଏ ଝିଅ ମଧ୍ୟ ରହିଛି। ତେବେ ବୋହୁ ଆସିବାର କିଛି ବର୍ଷ ପରେ ପୁଅବୋହୂ ମିଳିତ ଭାବେ ନିର୍ଯାତନା ଦେଇଥିଲେ। ପ୍ରଥମେ ସେମାନେ ଲୋକଲଜ୍ଜା ଭୟରେ ପ୍ରତିବାଦ କରୁ ନ ଥିଲେ। ସହିବାର ସୀମା ଟପିଯିବା ପରେ ଅନନ୍ତ, ସ୍ତ୍ରୀଙ୍କ ସହ ଘର ଛାଡ଼ି ଯାଇ ଭୁବନେଶ୍ୱର ସୁନ୍ଦରପଦାର ଏକ ବୃଦ୍ଧାଶମରେ ରହୁଥିଲେ। ଶାରିରିକ ଅସୁସ୍ଥତା ବଢ଼ିଯିବା ପରେ ସୁନ୍ଦରପଦା ଛାଡି ଖୋର୍ଦ୍ଧାରେ ଆସି ଭଡାରେ ରହୁଛନ୍ତି । ହେଲେ ଏବେ ଦମ୍ପତିଙ୍କ ଅବସ୍ଥା ବିଗଡିବାରେ ଲାଗିଛି। ବାର୍ଦ୍ଧକ୍ୟ ଅବସ୍ଥାରେ ପୁଅବୋହୂ ପଚାରୁ ନ ଥିବାରୁ ସରକାର ଓ ପ୍ରଶାସନର ସହଯୋଗ ଲୋଡିଛନ୍ତି ଦମ୍ପତି। ପୁଅବୋହୁଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଦାନ କରିବାକୁ ଚାହୁଁଛନ୍ତି ଅନନ୍ତ ଓ ତାଙ୍କ ସ୍ତ୍ରୀ । ଏଥିରେ ପ୍ରଶାସନିକ ସହଯୋଗ ନ ମିଳିଲେ ଇଚ୍ଛାମୃତ୍ୟୁ ପାଇଁ ଉଭୟେ ଆବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri