‘ବୁଲ୍‌ବୁଲ୍‌’ ଛାଡ଼ିଗଲା ଦୁଃଖ: ପାଣିରେ ବୁଡ଼ିରହିଛି ପାଚିଲା ଧାନକ୍ଷେତ

ଉଦଳା,୧୧ା୧୧(ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଚାଲିଯାଇଛି, ହେଲେ ଛାଡ଼ି ଯାଇଛି ଅସରନ୍ତି ଦୁଃଖ ା ବିଶେଷକରି ଚାଷୀଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି ଏହି ସର୍ବଗ୍ରାସୀ ବାତ୍ୟା। ଏହାର ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ କୋଚିଳାଡିହା ପଞ୍ଚାୟତର ଚାଷୀମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ପଞ୍ଚାୟତର ବୈରାଟପୁର ଓ ଧୂଳିନ୍ଦା ଅଞ୍ଚଳର ଚାଷୀମାନେ ଧାନ ଫସଲ କରିଥିଲେ ା ଆଉ ମାତ୍ର କେଇଟା ଦିନ ପରେ ଅମଳ କରି ଘରକୁ ଆଣିଥାନ୍ତେ। ମାତ୍ର ଦୁଇଦିନ ଧରି ହୋଇଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ବର୍ଷା ଏବଂ ପବନ ଲାଗି ରହିବାରୁ ଏହା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ା ବିଲରେ ଛିଡ଼ା ହୋଇଥିବା ଧାନଗଛ ପବନ ପ୍ରଭାବରେ ଶୋଇପଡ଼ିଛି। ଏହାସହିତ କିଛି ଚାଷୀଙ୍କ ଜମିରେ ବର୍ଷା ପାଣି ଜମି ରହିଥିବାରୁ ପାଚିବାକୁ ବସିଥିବା ଧାନଗଛ ପାଣିରେ ବୁଡ଼ି ରହିଛି। ଏହି ଦୁଇଟିି ଗ୍ରାମରେ ପାଖାପାଖି ୮୦ ଏକରରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି ା ବିଭିନ୍ନ ବ୍ୟାଙ୍କ ଏବଂ ଲ୍ୟାମ୍ପ୍ସରୁ ଋଣକରି ଚାଷ କରିଥିବା ଚାଷୀ କିପରି ଋଣ ପରିଶୋଧ କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି। ପାଣିରେ ବୁଡି ରହିଥିବାରୁ ଧାନ ଗଜା ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି ା ବାତ୍ୟାର ଦିନକ ପରେ ପ୍ରଶାସନିକ ଅଧିକାରୀମାନେ କ୍ଷୟକ୍ଷତି ଆକଳନ ପାଇଁ ଗାଁକୁ ଆସି ନ ଥିବା କ୍ଷତିଗ୍ରସ୍ତ ଚାଷୀ ସ୍ବରୂପ କୁମାର ମହାପାତ୍ର, ପ୍ରଫୁଲ୍ଲ ନାଏକ, ମଙ୍ଗଲା ଦେହୁରୀ, ଗୋପୀନାଥ ଦେହୁରୀ, ପୂର୍ଣ୍ଣଚନ୍ଦ୍ର ବେହେରା, ରନତ୍ାକର ନାଏକ ଅଭିଯୋଗ କରିଛନ୍ତି। କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri